ମାଲିକଙ୍କୁ ସରପ୍ରାଇଜ୍ ଦେବାକୁ ଯାଇ ସର୍ପ ଦଂଶନରେ ଜୀବନ ହାରିଲା କୁକୁର

ମାଲିକଙ୍କୁ ସରପ୍ରାଇଜ୍ ଦେବାକୁ ଯାଇ ସର୍ପ ଦଂଶନରେ ଜୀବନ ହାରିଲା କୁକୁର

ନୂଆଦିଲ୍ଲୀ: ମାଲିକ ପାଇଁ କୁକୁର ଜୀବନ ହାରି ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଆମେରିକାରେ ଘଟିଛି।

ପ୍ରକାଶିତ ରିପ‌ୋର୍ଟ ମୁତାବକ, ଆମେରିକାରେ ବସବାସ କରୁଥିବା ଦମ୍ପତି ଏକ କୁକୁର ପାଳିଥିଲେ। ଏହି କୁକୁରର ସ୍ବତନ୍ତ୍ରତା ଏହା ଥିଲା କି ସେ ପ୍ରତିଦିନ ମାଲିକଙ୍କୁ କିଛି ନା କିଛି ସରପ୍ରାଇଜ ଦେଇଥାଏ। ଏଥିପାଇଁ ମାଲିକାଣୀ କୁକୁରକୁ ବହୁତ ସାହାଯ୍ୟ କରନ୍ତି। ମାଲିକାଣୀ ଉପହାର ସଜାଡ଼ି ଦେଇ କୁକୁରକୁ ଦେଇ ଥାଆନ୍ତି। ଏହି ଉପହାରକୁ ନେଇ କୁକୁର ତାର ମାଲିକଙ୍କୁ ଦେଇଥାଏ।

‌ତେବେ ମାଲିକାଣୀ ‌କୌଣସି କାମରେ ଘର ବାହାରକୁ ଯାଇଥିବା ‌ବେଳେ ବ୍ୟସ୍ତତା ହେତୁ ଯଦି ଦିନେ ସେ କୁକୁରକୁ କିଛି ଉପହାର ସଜାଡ଼ି ଦେଇ ନଥାଆନ୍ତି। କିନ୍ତୁ କୁକୁର ଅଭ୍ୟାସବଶତଃ ଘରର ଯେକୌଣସି ସାମଗ୍ରୀ ଉଠାଇ ତାର ମାଲିକଙ୍କୁ ଦେଇଥାଏ। ଏମିତି ଦିନେ ମାଲିକାଣୀ କୌଣସି ସାମଗ୍ରୀ କିଣିବା ପାଇଁ ବଜାରକୁ ଯାଇଥିବା ବେଳେ କୁକୁର ଘର ସାମ୍ନାରେ ବୁଲୁଥିବା ଏକ ବିଷଧର ସାପକୁ ଧରି ଆଣିଥିଲା, ତାର ମାଲିକଙ୍କୁ ଦେବା ପାଇଁ। ସେ କ’ଣ ଜାଣିଥିଲା ଏହି ସାପ ଚୋଟରେ ତାର ମୃତ୍ୟୁ ହୋଇଯିବ ବୋଲି। ସେ ତ ଭାବିଥିଲା କିଛି ଉପହାର ଦେଇ ତାର ମାଲିକଙ୍କୁ ଖୁସି କରାଇବ।

ଏହି ସମ୍ପୂର୍ଣ୍ଣ ଘଟଣାକୁ ମୃତ କୁକୁର ମାଲିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆଉ କହିଛନ୍ତି, ‘ମୋ ସହିତ ଘଟିଥିବା ଏହି ଘଟଣାକୁ ମଲା ଯାଏଁ ଭୁଲି ପାରିବି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe