ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ ହୋଇଗଲେ ସ୍ୱାମୀ, ୪ଟି ଅଙ୍ଗଦାନ କରିବାର ଅନୁମତି ଦେଇ ଅନ୍ୟର ଜୀବନ ବଞ୍ଚାଇଲେ ପତ୍ନୀ

Advertisment
ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ ହୋଇଗଲେ ସ୍ୱାମୀ, ୪ଟି ଅଙ୍ଗଦାନ କରିବାର ଅନୁମତି ଦେଇ ଅନ୍ୟର ଜୀବନ ବଞ୍ଚାଇଲେ ପତ୍ନୀ

timesnownews.com

ଥାନେ: ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଥାନେର ଜଣେ ଯୁବକଙ୍କ ବ୍ରେନ ଡେଡ୍‌ ହୋଇ ଯାଇଥିଲା । କିନ୍ତୁ ସ୍ୱାମୀ ମରିଯିବାର ଦୁଃଖକୁ ଚାପି ପତ୍ନୀ ଯେଉଁ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ସମୟରେ ମୃତ୍ୟୁ ହେବା ପରେ ମଧ୍ୟ ପରିବାର ଲୋକେ ଅଙ୍ଗଦାନ କରିବାକୁ ଅନୁମତି ଦିଅନ୍ତି ନାହିଁ । କିନ୍ତୁ ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ପତ୍ନୀ ତୁରନ୍ତ ଅଙ୍ଗଦାନ କରିବାକୁ ଅନୁମତି ଦେବା ଘଟଣା ଅନେକଙ୍କୁ ଅନୁପ୍ରାଣିତ କରିଛି ।

publive-image The Spectator

ସୂଚନା ମୁତାବକ, ଅଜୟ ଖଇନୁରଙ୍କ ସଡ଼କ ଦୁର୍ଘଟଣା ହେବା ପରେ ଶୁକ୍ରବାର ଆପୋଲୋ ହସ୍ପିଟାଲରେ ତାଙ୍କୁ ବ୍ରେନ ଡେଡ୍‌ ଘୋଷଣା କରିଥିଲେ ଡ଼ାକ୍ତର । ଯାହା ପରେ ଅଙ୍ଗଦାନ କରାଯିବାକୁ ନେଇ ଅଜୟଙ୍କ ପତ୍ନୀଙ୍କୁ ପଚରାଯାଇଥିଲା । ସ୍ୱାମୀଙ୍କ ବିୟୋଗ ଦୁଃଖକୁ ଅନୁଭବ କରି ଆଉ କାହାକୁ ସେଭଳି ଦୁଃଖ ନ ମିଳୁ, ସେଥି ପାଇଁ ଅଜୟଙ୍କ ପତ୍ନୀ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ । ଅନୁମତି ମିଳିବା ପରେ ତାଙ୍କର ଯକୃତ ଏବଂ ଗୋଟେ କିଡ୍‌ନୀ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଅନ୍ୟ ଏକ କିଡ୍‌ନୀ ବାସୀରେ ଥିବା ଫୋର୍ଟିସ ହସ୍ପିଟାଲକୁ ଫଠା ଯାଇଥିଲା । ଏହା ପରେ ଚେନ୍ନାଇରେ ଜଣଙ୍କୁ ହୃଦୟ ଦରକାର ଥିବା ବେଳେ ବିମାନ ଯୋଗେ ହୃଦୟକୁ ଚେନ୍ନାଇ ପଠାଯାଇ ସେଠାରେ ହୃଦୟ ପ୍ରତିରୋପଣ କରାଯାଇଥିବା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe