ଡେରାଡୁନ୍: ଜଣେ ଟ୍ରାଫିକ୍ ପୁଲିସ୍ଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଟ୍ରାଫିକ୍ ପୁଲିସ୍ ଜଣକ ନିଆରା ଅନ୍ଦାଜରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ଖରା, ବର୍ଷା, ଶୀତରେ ରାସ୍ତା ମଝିରେ ଛିଡ଼ା ହୋଇ ଲୋକଙ୍କୁ ସେବା ଯୋଗାଉଥିବା ଟ୍ରାଫିକ୍ ପୁଲିସ୍ଙ୍କ କାମ ଏତେ କଠିନ ହୋଇଥିବା ସତ୍ତ୍ବେ ଏହି ଟ୍ରାଫିକ୍ ପୁଲିସ୍ ଜଣକ ଯେପରି ତାଙ୍କ କାମକୁ ଉପଭୋଗ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟକ। ଏହି ଭିଡିଓଟିକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଖୁବ୍ ପସନ୍ଦ କରିଛନ୍ତି ଓ ପ୍ରଶଂସା ବି କରିଛନ୍ତି।
ଏହି ଭିିଡିଓଟିକୁ ଟ୍ବିଟର୍ରେ ସେୟାର କରିଛି ଗଣମାଧ୍ୟମ ସଂସ୍ଥା ଏଏନ୍ଆଇ। ଏଏନ୍ଆଇ ଭିଡିଓଟିକୁ ପୋଷ୍ଟ୍ କରି ଲେଖିଛି, ‘ଏହି ହୋମା ଗାର୍ଡ ଜଣକ ହେଉଛନ୍ତି ଯୋଗନ୍ଦ୍ରେ କୁମାର। ସେ ଡେରାଡୁନ୍ର ସିଟି ହାର୍ଟ ହସ୍ପିଟାଲ୍ରେ ଟ୍ରାଫିକ୍ ପୁଲିସ୍ ଭାବେ ନିୟୋଜିତ ହୋଇଛନ୍ତି। ସେ ଏକ ନିଆରା ଅନ୍ଦାଜରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଛନ୍ତି।
ଭିଡିଓଟି ପୋଷ୍ଟ୍ ହେବା ପରେ ୧୫ ହଜାର ଭିୟୁ ହୋଇ ସାରିଲାଣି। କେହି ବ୍ୟବହାରକାରୀ ତାଙ୍କର ମଜାକିନ୍ଦା ଅନ୍ଦାଜରେ ଯାତ୍ରୀଙ୍କର ମନୋରଞ୍ଜନ ହୋଇ ଯାଉଥିବ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଉପରୋକ୍ତ ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଗୁରୁତ୍ବ ଦିଅନ୍ତୁ ବୋଲି କହିଛନ୍ତି।
Follow Us