photo-fossbytes.com
‘ଫେସ୍ବୁକ୍’ର ପୋଷ୍ଟ୍ ଉପରେ ଶୁକ୍ରବାର ସକାଳ ଠାରୁ ଡ଼ିଲିଟ୍ ବଟନ୍ଟି ଦେଖାଯାଉନଥିଲାବେଳେ,ଏବେ ଏହି ବଟନ୍କୁ ପୁଣିଥରେ ଦେଖାଯାଇଛି।
ସୂଚନା ମୁତାବକ ଶୁକ୍ରବାର ବହୁ ଉପଭୋକ୍ତା ଫେସ୍ବୁକ୍ ରୁ ସେମାନଙ୍କର ପୋଷ୍ଟ୍ଟିକୁ ଡ଼ିଲିଟ୍ କରିବାର କୌଣସି ହେଲେବି ସୁବିଧା ପାଇପାରିନଥିଲା ବେଳେ ଏବେ ପୁଣି ଥରେ ଫେସ୍ବୁକ୍ ପୋଷ୍ଟ୍ ଉପରେ ଏହି ଡ଼ିଲିଟ୍ ବଟନ୍ଟି ଦେଖିବାକୁ ମିଳିଛି।ହେଲେ ସେହିଠାରେ ହିଁ ମୋବାଇଲ୍ ଆପ୍ ବ୍ୟବହାରକାରୀଙ୍କୁ ପ୍ରଥମରୁ ଡ଼ିଲିଟ୍ ଅପ୍ସନ୍ ମିଳୁଥିବା ସହିତ ଏବେ ମଧ୍ୟ ମିଳୁଛି। ତେବେ ଏନେଇ ଏପର୍ଯନ୍ତ ହେଲେବି ଫେସବୁକ୍ ପକ୍ଷରୁ କୌଣସି ବି ତଥ୍ୟ ଉପସ୍ଥାପନ କରାଯାଇନାହିଁ, ଯେଉଁ ଘଟଣାରୁ ଦୁଇଟି କଥା ହୋଇଥିବାର ସନ୍ଦେହ ମଧ୍ୟ କରାଯାଉଛି।
ପ୍ରଥମତଃ ‘ଫେସ୍ବୁକ୍’ ଡ଼ିଲିଟ୍ ବଟନ୍ ହଟାଇବା ପାଇଁ ତାର ଯୋଜନା ପ୍ରସ୍ତୁତ କରୁଛି କିମ୍ବା କୌଣସି ବଗ୍ କାରଣରୁ ଏହା ହେଉଛି। ସେମିତି ବି ଏହି ବଟନ୍ର କୌଣସି ଖାସ୍ ବ୍ୟବହାର ନାହିଁ,କାହିଁକିନା ଉପଭୋକ୍ତାଙ୍କ ପାଖରେ ହାଇଡ଼୍ ଏବଂ ଏଡ଼ିଟ୍ର ଦୁଇଟି ସରଳ ଅପ୍ସନ୍ ରହିଛି,ଯେଉଁଥିରୁ କି ଏଇଆ ବୁଝାପଡ଼ୁଛି କି ବୋଧ୍ହୁଏ ସୋସିଆଲ୍ ମିଡ଼ିଆ ଫେସ୍ବୁକ୍ ପକ୍ଷରୁ ତାହାର ଡ଼ିଲିଟ୍ ହଟାଇବାର ସେଟିଙ୍ଗ୍ କରାଯାଉଛି।
Follow Us