ଚର୍ଚ୍ଚାରେ ୧୦ ବର୍ଷୀୟା ପର୍ଯ୍ୟଟକ ଗାଇଡ୍; ବିଦେଶୀ ପର୍ଯ୍ୟଟକ ଚମତ୍କାାର ଭାବେ ହେଉଛନ୍ତି କଥା...

ଦିଲ୍ଲୀର ଜଣେ ୧୦ବର୍ଷୀୟ ବାଳିକା ପର୍ଯ୍ୟଟକ ଗାଇଡ ଭାବେ କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉକ୍ତ ବାଳିକାଙ୍କ ନାମ ଅନାବିୟା । ଅନାବିୟାଙ୍କ ଇଂରାଜୀ ସହିତ ହିନ୍ଦୀ ଏବଂ ଉର୍ଦ୍ଦୁ ତିନିଟି ଭାଷା ପ୍ରତି ପ୍ରଚୁର ଜ୍ଞାନ ରହିଛି।

Uwqr

ନୂଆଦିଲ୍ଲୀ: କିଛିବର୍ଷ ମଧ୍ୟରେ ଭାରତରେ ପର୍ଯ୍ୟଟନ ‌କ୍ଷେତ୍ରଗୁଡ଼ିକର ଖୁବ ବିକାଶ ହୋଇଛି। ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ପର୍ଯ୍ୟଟକସ୍ଥଳୀମାନଙ୍କରେ ବିଦେଶୀମାନଙ୍କୁ ଉକ୍ତ ସ୍ଥାନ ବିଷୟରେ ବୁଝାଇବା ପାଇଁ ଅନେକ ପର୍ଯ୍ୟଟକ ଗାଇଡ଼ ଥାଆନ୍ତି।

ଏହି କ୍ରମରେ ଦିଲ୍ଲୀର ଜଣେ ୧୦ବର୍ଷୀୟ ବାଳିକା ପର୍ଯ୍ୟଟକ ଗାଇଡ ଭାବେ କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉକ୍ତ ବାଳିକାଙ୍କ ନାମ ଅନାବିୟା । ଅନାବିୟାଙ୍କ ଇଂରାଜୀ ସହିତ ହିନ୍ଦୀ ଏବଂ ଉର୍ଦ୍ଦୁ ତିନିଟି ଭାଷା ପ୍ରତି ପ୍ରଚୁର ଜ୍ଞାନ ରହିଛି।

ସମ୍ପ୍ରତି ଅନାବିୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ତାଙ୍କୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଇଂରାଜୀରେ ଚମତ୍କାର ଭାବରେ ପର୍ଯ୍ୟଟନସ୍ଥଳୀ ବିଷୟରେ ବୁଝାଉଥିବାର ଦେଖିବାକୁ ମୁଳୁଛି।  

ବିଦେଶୀ ପର୍ଯ୍ୟଟକମାନେ ଅନାବିୟାଙ୍କ ବହୁଭାଷୀ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କର ଖୁବ ପ୍ରଶଂସା କରିବା ସହିତ ଫଟୋ ଉଠାଇ ଭିଡିଓ ରେକର୍ଡ ବି କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe