ଏଣିକି ପୁରୁଣା ଗାଡି ଚଲାଇଲେ ଦେବାକୁ ପଡିବ ଜରିମାନା!

ଏଣିକି ପୁରୁଣା ଗାଡି ଚଲାଇଲେ ଦେବାକୁ ପଡିବ ଜରିମାନା!

ଏଣିକି ପୁରୁଣା ଗାଡ଼ି ଚଲାଇଲେ ଦେବାକୁ ପଡ଼ିବ ଜରିମାନା। ଏପରି ଏକ ନୂଆ କଟକଣା ଜାରି କରିଛି ପରିବହନ ବିଭାଗ। ପରିବେଶ ପ୍ରଦୂଷଣ ଏବଂ ଟ୍ରାଫିକ୍‌ ଜାମକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ତରଫରୁ ଦିଲ୍ଲୀରେ ଏବେ ଲାଗୁ ହୋଇଛି ଏଭଳି କଟକଣା। ଦିଲ୍ଲୀରେ ୧୫ ବର୍ଷ ପୁରୁଣାର ଚାଲୁଥିବା ଡିଜେଲ ଚାଳିତ ଗାଡିଗୁଡିକ ବିରୋଧରେ ଆଜିଠୁ ଧରପଗଡ ଆରମ୍ଭ ହୋଇଯାଇଛି। ଏଥିପାଇଁ ପରିବହନ ବିଭାଗ ତରଫରୁ ପୂରା ପ୍ରସ୍ତୁତି ସରିଛି। ଯେଉଁଥିରେ ନଗର ନିଗମର ମଧ୍ୟ ସହାୟତା ଲୋଡାଯିବ। ତେବେ ଦିଲ୍ଲୀରେ ଏହି ଅଭିଯାନ ଦୀପାବଳୀ ଯାଏଁ ଜାରି ରହିବ।

publive-image

ସୂଚନା ମୁତାବକ, ଦିଲ୍ଲୀରେ ଯେଉଁମାନେ ୧୫ ବର୍ଷ ପୁରୁଣାର ଡିଜେଲ ଚାଳିତ କାର ବ୍ୟବହାର କରୁଥିବେ, ପରିବହନ ବିଭାଗ ପକ୍ଷରୁ ସେଗୁଡିକର ପଂଜିକରଣ ପ୍ରତ୍ୟାହାର କରିଦିଆଯିବ। ଦିଲ୍ଲୀରେ ଏଭଳି ପାଖାପାଖି ଦୁଇ ଲକ୍ଷ କାର ରହିଛି। ଏହି ଅଭିଯାନ ଆଧାରରେ ଏହି କାରଗୁଡିକୁ ଜବତ କରି ସରକାରଙ୍କ ଦ୍ୱାରା ର୍ନିଧାରିତ କରାଯାଇଥିବା ନୀତି ଅନୁସାରେ ବନ୍ଦ କରିଦିଆଯିବ।

ପରିବହନ ବିଭାଗର ଏକ ଦଳ ସେହି ସବୁ ଠିକଣାରେ ମଧ୍ୟ ପହଂଚିପାରିବେ, ଯେଉଁ ଠିକଣାରେ ଏହି କାରଗୁଡିକ ପଂଜିକୃତ ଥିଲା। ସେହିପରି ଏହି କାରଗୁଡିକ ସହିତ ୧୫ ବର୍ଷ ପୁରୁଣାର ଅନ୍ୟ ଗାଡିଗୁଡିକୁ ବି ଅନୁମତି ମିଳିବ ନାହିଁ। ଦୁଇ ଚକିଆ, ତିନି ଚକିଆ ସହିତ ଅନ୍ୟ ଗାଡିଗୁଡିକ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ। ସେହିପରି ପ୍ରଦୂଷଣ ପ୍ରମାଣ ପତ୍ର ନଥିବା କାରଣରୁ ପରିବହନ ବିଭାଗ ଏକ ହଜାର ଟଙ୍କାର ଚାଲାଣ କାଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe