ଭାରତୀୟ ବାୟୁସେନା ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ ଦେବା ଏହି ଅଟୋ ଚାଳକ ଲୋକଙ୍କୁ ବିନା ଭଡାରେ ଗନ୍ତବ୍ୟସ୍ଥଳରେ ଛାଡ଼ିଲେ

Advertisment
ଭାରତୀୟ ବାୟୁସେନା ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ ଦେବା ଏହି ଅଟୋ ଚାଳକ ଲୋକଙ୍କୁ  ବିନା ଭଡାରେ ଗନ୍ତବ୍ୟସ୍ଥଳରେ ଛାଡ଼ିଲେ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ପରେ ଦେଶ ପ୍ରତିଶୋଧ ନିଆଁରେ ଜଳୁଥିଲା। ଏହି ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଆକାଶ ମାର୍ଗରୁ ଜୈସ୍‌-ଇ-ମହମ୍ମଦ ସଙ୍ଗଠନର କ୍ୟାମ୍ପ ଉପରେ ଆକ୍ରମଣ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲ। ଏଥିରେ ଥିବା ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି। ବାୟୁସେନାର ଏଭଳି ଜବାବରେ ସମଗ୍ର ଦେଶ ଖୁସିରେ ଝୁମି ଉଠିଥିଲା। ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କ୍ରମରେ ଦିଲ୍ଲୀର ଜଣେ ଅଟୋ ଚାଳକ ବାୟୁସେନାର ଏହି ସଫଳତାକୁ କିଛି ଅଲଗା ଶୈଳୀରେ ପାଳିଥିଲେ।

ଦିଲ୍ଲୀର ଅଟୋ ଚାଳକ ମନୋଜ ମଙ୍ଗଳବାର ଭାରତୀୟ ବାୟୁସେନାର ସଫଳ ଆକ୍ରମଣ ବିଷୟରେ ଜାଣିବା ପରେ ଯାତ୍ରୀଙ୍କ ପାଇଁ ମାଗଣା ସେବା ଉପଲବ୍ଧ କରାଇଥିଲେ। ସେ ଯାତ୍ରୀଙ୍କ ଠାରୁ କୌଣସି ଭଡା ନନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ନେଇ ଛାଡ଼ିଥିଲେ। ସେ ତାଙ୍କ ଅଟୋ ପଛରେ ଏକ ବଡ଼ ବ୍ୟାନର ଲଗାଇଥିଲେ, ଯେଉଁଥିରେ ସେ ଲେଖିଥିଲେ, ‘ଫ୍ରି, ଫ୍ରି ,ଫ୍ରି...ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପରେ ମୁଁ ଖୁସିରେ ଯାତ୍ରୀଙ୍କୁ ମାଗଣା ସେବା ଦେବି। ସହିଦଙ୍କୁ ସଲାମ୍‌, ସେନାଙ୍କୁ ପ୍ରମାଣ ଓ ମୋଦିଙ୍କୁ ଧନ୍ୟବାଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe