ଅରବିନ୍ଦ କେଜ୍ରିଓ୍ଵାଲ ଭାଷଣ ଦେବାମାତ୍ରେ ତାଙ୍କ ଶୈଳୀରେ କାଶିବା ଆରମ୍ଭ କଲେ ଉପସ୍ଥିତ ଲୋକେ

ଅରବିନ୍ଦ କେଜ୍ରିଓ୍ଵାଲ ଭାଷଣ ଦେବାମାତ୍ରେ ତାଙ୍କ ଶୈଳୀରେ କାଶିବା ଆରମ୍ଭ କଲେ ଉପସ୍ଥିତ ଲୋକେ

ନୂଆଦିଲ୍ଲୀ:ଦୁଇ ବର୍ଷ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜର କାଶ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ। ନିକଟରେ ତାଙ୍କୁ ଏଥିପାଇଁ ପୁଣି ହଟହଟା ହେବାକୁ ପଡ଼ିଛି। ଗତକାଲି ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଭାଷଣ ଦେବା ଆରମ୍ଭ କରିଥିଲେ। ସେ ଯେମିତି ଭାଷଣ ଦେବା ଆରମ୍ଭ କଲେ,ସଭାସ୍ଥଳରେ ଉପସ୍ଥିତ ଥିବା କେତେକ ଲୋକ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କାଶର ନକଲ କରି ସ୍ୱର ବାହାର କଲେ। ସେମାନେ ସେଭଳି କାଶିବାକୁ ଲାଗିଥିଲେ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାଷଣ ଦେବା ବେଳେ ଏଭଳି ଅଘଟଣ ଘଟିବା ପରେ କେଜ୍ରିଓ୍ଵାଲ୍‌ ଲୋକଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଥିଲେ। ସ୍ୱଚ୍ଛ ଗଙ୍ଗା ରାଷ୍ଟ୍ରୀୟ ପରିଯୋଜନା ଓ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ଯମୁନା ସ୍ୱଚ୍ଛତା କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳ ସଂଶୋଧନ ମନ୍ତ୍ରୀ ନିତିନ ଗଡକରୀ ଏବଂ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ବି ଯୋଗ ଦେଇଥିଲେ।

publive-image

ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା,ରାଜ୍ୟର ଜଳ ସଂପଦ ମନ୍ତ୍ରୀ ସତ୍ୟପାଲ ସିଂ ଓ ଦିଲ୍ଲୀର ସମସ୍ତ ସାଂସଦ ତଥା କାର୍ଯ୍ୟକର୍ତ୍ତାମାନେ ବି ଉପସ୍ଥିତ ଥିଲେ। ତା’ପରେ ନିତିନ ଗଡକରୀ ଓ ହର୍ଷବର୍ଦ୍ଧନ ଲୋକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଲେ। ଏହାପରେ କାଶୁଥିବା ଲୋକେ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe