ଅଦ୍ଭୁତ ନିଶା: ଆଖି ଡୋଳାରେ ଟାଟୁ କରି ଚର୍ଚ୍ଚାରେ ଦିଲ୍ଳୀର ଏହି ଯୁବକ!

Advertisment
ଅଦ୍ଭୁତ ନିଶା: ଆଖି ଡୋଳାରେ ଟାଟୁ କରି ଚର୍ଚ୍ଚାରେ ଦିଲ୍ଳୀର ଏହି ଯୁବକ!

ନୂଆଦିଲ୍ଲୀ: ଆପଣ ହୁଏତ ଜାଣିଥିବେ ନିକଟରେ କନ୍ନଡର ଜଣେ ମହିଳା ନିଜ ଆଖିରେ ଟାଟୁ କରି ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ଏହା ସତ୍ୱେ ବି ଦିଲ୍ଳୀର ଯୁବକ କରଣ ଆଖିରେ ଟାଟୁ କରିବା ପରି ଦୁଃସାହସିକ ପଦକ୍ଷେପ ଉଠାଇ ଚର୍ଚ୍ଚା ପାଲଟିଛନ୍ତି।

କରଣ ହେଉଛନ୍ତି ନିଜେ ଜଣେ ଟାଟୁ କଳାକାର। ଏଠାରେ ଜଣାଇ ଦେଉଛୁ କି ଆଖିରେ କରାଯାଉଥିବା ଟାଟୁକୁ ‘ସ୍କ୍ଲାରା ଷ୍ଟେନିଂ’ କୁହାଯାଉଛି। ଏହି ଟାଟୁର କୌଶଳ ହେଲା କାଳିକୁ ଆଖିର ଧଳା ଭାଗରେ ଇନ୍‌ଜେକ୍ସନ ଦ୍ୱାରା ଦିଆଯାଏ। କଳା ଡୋଳା ଚାରିପାଖରେ ଥିବା ଧଳା ଅଂଶରେ ଆଗ୍ରହୀମାନେ ଟାଟୁ କରିବାର ଇଚ୍ଛା ରଖିଥାନ୍ତି। ଏ ସଂପର୍କରେ ନ୍ୟୁୟର୍କର ଜଣେ ଆଖି ଡାକ୍ତର କହିଛନ୍ତି ଯେ ଏ ଧରଣର ଟାଟୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଯନ୍ତ୍ରଣାଦାୟକ ମଧ୍ୟ। ଏହା ଦ୍ୱାରା ବ୍ୟକ୍ତି ଦୃଷ୍ଟି ଶକ୍ତି ହରାଇବାର ଅନେକ ସମ୍ଭାବନା ରହିଛି।

publive-image

ଏ ସଂପର୍କରେ ନିଜେ ଟାଟୁ କଳାକାର କରଣ କହିଛନ୍ତି,‘ଟାଟୁ କରିବା ସମୟରେ ଯଦି ଆପଣ ସାମାନ୍ୟ ବି ଆଖି ଡୋଳା ଏପଟ ସେପଟ କରନ୍ତି ତେବେ ଜାଣନ୍ତୁ ଆପଣଙ୍କ ଆଖି ଗଲା। ଏହି ଧରଣର ଟାଟୁ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ବିନା ଚଷମାରେ ଏହି ଟାଟୁ କରିବା ପରେ ବାହାରକୁ ଯାଇପାରିବେ ନାହିଁ। ଟାଟୁ କରିବାର ୧ ସପ୍ତାହ ପର୍ଯ୍ୟନ୍ତ ଆଖିରୁ ଅନବରତ ଲୁହ ବାହାରିବ। ଆଖିରେ ଟାଟୁ ପାଇଁ ବ୍ୟବହୃତ ହେଉଥିବା ଛୁଞ୍ଚି ଅତ୍ୟନ୍ତ କ୍ଷୁଦ୍ର। ଯାହା ଖାଲି ଆଖିକୁ ସହଜରେ ଦିଶେ ନାହିଁ। ମାତ୍ର ଏହା ବିପଦଶୂନ୍ୟ ନୁହେଁ।’

କରଣଙ୍କ ଟାଟୁ କରାଇଥିବା ନ୍ୟୁୟର୍କର ଜଣେ ଟାଟୁ କଳାକାର କହିଛନ୍ତି, ‘ଏହି ଟାଟୁ ପାଇଁ ଗୁଡ଼ାଏ ଇନ୍‌ଜେକ୍ସନ ଦେବାକୁ ପଡ଼ିଲା। ଏଥିପାଇଁ ଅନେକ ସମୟ ଲାଗିଥିଲା। ମାତ୍ର ଗୋଟାଏ ପର୍ଯ୍ୟାୟ ସରିଯିବା ପରେ ଆମେ ଆଖିକୁ କିଛି ସମୟ ଛାଡ଼ି ଦେବା ପରେ ପୁଣି ଥରେ କାମ ଆରମ୍ଭ କରିଥିଲୁ।’

ନିଜ ଟାଟୁ ସଫଳ ହେବ ଏବଂ କୌଣସି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି କରଣ ବିଶ୍ୱାସ ରଖିଛନ୍ତି। publive-image

ଉଲ୍ଳେଖଯୋଗ୍ୟ, କରଣ ଯେତେବେଳେ ୧୩ ବର୍ଷର ହୋଇଥିଲେ ସେ ସେତେବେଳେ ପ୍ରଥମ ଟାଟୁ କରିଥିଲେ। କରଣ ତାଙ୍କ ଆଖିରେ ଟାଟୁ କରିବା ପୂର୍ବରୁ ତାଙ୍କ ଶରୀର ପ୍ରାୟ ଅଧାରୁ ଅଧିକ ଭାଗ ଟାଟୁ କରିସାରିଛନ୍ତି। ସେ ତାଙ୍କ ଆଖି ଓ ନାକରେ ମିଶିାଇ ସମୁଦାୟ ପ୍ରାୟ ୧୦ରୁ ଊର୍ଧ୍ୱ କଣା କରିଛନ୍ତି। ନିଜ ମୁଣ୍ଡର ଅଧା ଭାଗ ଲଣ୍ଡା ହୋଇ ସେଥିରେ ଟାଟୁ କରିଛନ୍ତିି।

ଏହି ବିପଦପୂର୍ଣ୍ଣ ଟାଟୁର ଜନକ ହେଉଛନ୍ତି ଲୁନା କୋବ୍ରା। ସେ ତାଙ୍କ େଓ୍ଵବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି ଏହି ଟାଟୁ ଉଭୟ କର୍ଣ୍ଣିଆ ଓ ରାଟିନାକୁ ପ୍ରଭାବିତ କରେ। ଏଥିପାଇଁ ସେ କୌଣସି ପ୍ରକାର ପ୍ରଶିକ୍ଷଣ ନେଇ ନାହାନ୍ତି। ଏହା ଆଖି ନଷ୍ଟର କାରଣ ହୋଇପାରେ ବୋଲି ଖୋଲା ଖୋଲି ଭାବେ ଲୋକଙ୍କୁ ସଚେତନ କରାଇଛନ୍ତି। ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ବିନା ଏପରି ଉଦ୍ୟମ କରିବାକୁ ଲୋକଙ୍କୁ ବାରଣ କରିଛନ୍ତିି।

ଉଲ୍ଲେଖଯୋଗ୍ୟ, ଉପରେ ଉଲ୍ଲେଖ କରାଯାଇଥିବା କନ୍ନଡ ମହିଳା କାଟ ଗାଲିଞ୍ଜର ଏହି ଦୁସାହସିକ ଟାଟ୍ୟୁ କରିଥିଲେ। କିଛି ଦିନ ପରେ ସେ ନିଜ ଫେସ୍‌ବୁକ୍‌ରେ ନିଜ ଆଖିର ଭୟାନକ ଫଟୋ ଅପ୍‌ଲୋଡ କରିଥିଲେ। ସେ ଜଣାଇଥିଲେ ଯେ ଏପରି ଏକ ଅଜଣା ରିସ୍କ ଉଠାଇ ସେ ସବୁଦିନ ପାଇଁ ନିଜ ଆଖି ହରାଇ ବସିଛନ୍ତି।publive-image

ଏହି ଟାଟୁ ସଂପର୍କରେ ଟାଟ୍ୟୁ କଳାକାର ସୂଚନା ଦେଇଛନ୍ତି, ‘ଯଦି କେହି ନିଜ ଆଖିରେ ଟାଟ୍ୟୁ କରିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ ଆଗକୁ ଆସୁଥିବା ଅପ୍ରୀତକରି ପରିସ୍ଥିତି ପାଇଁ ଅପଣ ସଜାଗ। କାହିଁକି ନା, ଏ ଧରଣର ଟାଟୁକୁ ନେଇ କୌଣସି ଶିକ୍ଷା କିମ୍ବା ପ୍ରଶିକ୍ଷଣ ନାହିଁ। ଆପଣଙ୍କୁ ଏକ ଚୁକ୍ତିନାମା କାଗଜରେ ଦସ୍ତଖତ କରିବାକୁ ହେବ ଯେ ଆପଣଙ୍କ ଆଖି ନଷ୍ଟ ପାଇଁ କଳାକାର ଦାୟୀ ନୁହଁନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe