ଏନ୍‌କ୍ଲୋଜର ଭିତରେ ପଶି ସିଂହ ସହ ଭାବର ଆଦାନ ପ୍ରଦାନ କଲେ ଯୁବକ, ସୋସିଆଲ ମିଡିଆରେ ଛାଇଲା ଭିଡିଓ

Advertisment
ଏନ୍‌କ୍ଲୋଜର ଭିତରେ ପଶି ସିଂହ ସହ ଭାବର ଆଦାନ ପ୍ରଦାନ କଲେ ଯୁବକ, ସୋସିଆଲ ମିଡିଆରେ ଛାଇଲା ଭିଡିଓ

indiatoday.in

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଚିଡିଆଖାନାରେ ଜଣେ ବିହାରୀ ଯୁବକ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚିଡିଆଖାନାକୁ ବୁଲିବାକୁ ଯାଇଥିବା ବେଳେ ହଠାତ୍‌ ସେ ସିଂହକୁ ରଖାଯାଇଥିବା ଏନ୍‌କ୍ଲୋଜର ଭିତରକୁ ଡେଇଁ ପଡ଼ିଥିଲେ । ଯୁବକଙ୍କ ଏଭଳି କାମ ସମସ୍ତଙ୍କ ଛାତି ଥରାଇ ଦେଇଥିବା ବେଳେ ଯୁବକଜଣଙ୍କ ଖୁବ୍‌ ଆରାମରେ ଯାଇ ସିଂହ ଆଗରେ ବସି ପଡ଼ିଥିଲେ । ସେ ସମୟରେ ଉପସ୍ଥିତ ଲୋକେ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ବିହାରର ରେହାନ୍‌ ଖାନ୍‌ ଚାଲି ଚାଲି ଯାଇ ଏକ ଗଛ ପାଖରେ ଯାଇ ଠିଆ ହେଉଛନ୍ତି । ଯୁବକଙ୍କୁ ଦେଖି ସିଂହଟି ତାଙ୍କ ପାଖକୁ ଆସୁଛି । କିଛି ସେକେଣ୍ଡ ଦୁହେଁ ପରସ୍ପରକୁ ଦେଖୁଛନ୍ତି । ଯାହା ପରେ ରେହାନ୍‌ ଗଛ ମୂଳରେ ବସି ପଡ଼ୁଛନ୍ତି । ସିଂହଟି ଏହା ଦେଖି ତାଙ୍କ ଉପରେ ଚଢ଼ିଯିବାରୁ ରେହାନ୍‌ ତୁରନ୍ତ ଉଠି ପଡ଼ୁଛନ୍ତି । ଠିକ୍‌ ଏହି ସମୟରେ ଚିଡିଆଖାନାର ଉଦ୍ଧାରକାରୀ ଟିମ୍‌ ସିଂହଙ୍କୁ ନିଶା ଇଞ୍ଜେକ୍ସନ ଦେଇ ରେହାନ୍‌ଙ୍କୁ ଉଦ୍ଧାର କରୁଛନ୍ତି । ଡାକ୍ତରୀ ଚିକିତ୍ସା ପରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ସ୍ପଷ୍ଟ ହେବା ସହ ତାଙ୍କୁ ଦିଲ୍ଲୀକୁ ପୁଲିସକୁ ହସ୍ତାନ୍ତର କରି ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe