ଡେଲିଭରି ଉଦ୍ୟୋଗୀ ଖ୍ରୀଷ୍ଟିନା

Advertisment

ଝିଅଟିଏ ଡେଲିଭର୍‌ ବୟର କାମ କରିବ! ଏକଥା ଅନେକଙ୍କ ପାଇଁ ହୁଏତ ନାକ ଟେକାର କଥା ‌େହାଇଥାଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ସବୁ କାମକୁ କରିଦେଖାଇବାର କ୍ଷମତା ରଖୁଛି ଝିଅଟିଏ।

ଝିଅଟିଏ ଡେଲିଭର୍‌ ବୟର କାମ କରିବ! ଏକଥା ଅନେକଙ୍କ ପାଇଁ ହୁଏତ ନାକ ଟେକାର କଥା ‌େହାଇଥାଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ସବୁ କାମକୁ କରିଦେଖାଇବାର କ୍ଷମତା ରଖୁଛି ଝିଅଟିଏ।

fhfsfshhfs

ଝିଅଟିଏ ଡେଲିଭର୍‌ ବୟର କାମ କରିବ! ଏକଥା ଅନେକଙ୍କ ପାଇଁ ହୁଏତ ନାକ ଟେକାର କଥା ‌େହାଇଥାଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ସବୁ କାମକୁ କରିଦେଖାଇବାର କ୍ଷମତା ରଖୁଛି ଝିଅଟିଏ। ଆଉ ତା’ ପାଇଁ କିଛି ପାରିବନି ବୋଲି ଉକ୍ତିର କୌଣସି ମତଲବ ନାହିଁ କହିଲେ ଚଳେ। ସେମିତି ଜଣେ ଝିଅ ହେଲେ ମିଜୋରାମର ଖ୍ରୀଷ୍ଟିନ‌ା ରିଣ୍ଡିକି। ନିଜର ଏକ ଲଜିଷ୍ଟିକ୍‌ ବ୍ୟବସାୟ ଗଢ଼ିବା ପାଇଁ ସବୁବେଳେ ସ୍ବପ୍ନ ଦେଖୁଥିବା ଖ୍ରୀଷ୍ଟିନା ଏବେ ପ୍ରମୁଖ ଡେଲିଭରି ସଂସ୍ଥା ଆମାଜନ୍‌ର ମହିଳା ବିତରକ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିବାରେ ସକ୍ଷମ ହୋଇଛନ୍ତି। ସେ ବର୍ତ୍ତମାନ ଉତ୍ତର-ପୂର୍ବ ଭାରତରେ ଆମାଜନ୍‌ର ପ୍ରଥମ ‘ଅଲ୍‌-ଓମେନ୍‌ ଡେଲିଭରି ଷ୍ଟେସନ୍‌’ର ଉଦ୍ୟୋଗୀ ଭାବେ କେବଳ ତାଙ୍କ ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇନାହାନ୍ତି ବରଂ ଏହି ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବା‌ବଲମ୍ବୀ ହେବାକୁ ମଧ୍ୟ ପ୍ରେରଣା ଦେଇଛନ୍ତି। 

ସେ କହନ୍ତି, ‘‘ଏହି ସୁଯୋଗ ଖାଲି ମୋତେ ନୁହେଁ, ମୋ ପରି ଅନେକ ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଛି। ଏହା ମୋ ଲକ୍ଷ୍ୟ ହାସଲ କରିବାରେ ମୋତେ ସାହାଯ୍ୟ କରୁଛି’’। ନୂତନ ଭାବେ ଉନ୍ମୋଚିତ ଆମାଜନ୍‌ର ଏହି ଷ୍ଟେସନ୍‌ଟି ମ୍ୟାନ୍‌ମାର-ଭାରତ ସୀମା ନିକଟ ମିଜୋରାମର ରାଜଧାନୀ ଚମ୍ପାଇରେ ଅବସ୍ଥିତ। ଆମାଜନ୍‌ ଇଣ୍ଡିଆରେ ଅଂଶୀଦାରମାନଙ୍କ ଦ୍ୱାରା ପରିଚାଳିତ ପାଞ୍ଚଟି ମହିଳା ବିତରଣ କେନ୍ଦ୍ର ରହିଛି। ତାମିଲନାଡୁ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଓ କେରଳରେ ଦୁଇଟି ଷ୍ଟେସନ୍‌ ରହିଛି। ତେବେ ଖ୍ରୀଷ୍ଟିନା ରିଣ୍ଡିକିଙ୍କ ସମସ୍ତ ମହିଳା ଦଳ ପ୍ରତିଦିନ ୩୦୦ରୁ ଅଧିକ ଆମାଜନ୍‌ ପ୍ୟାକେଟ୍‌ ବିତରଣ କରିଥାନ୍ତି। ତାଙ୍କ ଟିମ୍‌ରେ ସବୁ ମହିଳାଙ୍କ ବୟସ ୨୨/୨୩ ବର୍ଷ ହେବ। ପ୍ରତିଦିନ ସକାଳେ ଯୁବତୀମାନେ ଡେଲିଭରି ଷ୍ଟେସନ୍‌ରେ ପହଞ୍ଚି ପାର୍ସଲ ନେଇ ଡେଲିଭରି ଦେବାକୁ ବାହାରନ୍ତି। ଆଖପାଖ ଠିକଣାରେ ପାର୍ସଲ୍‌ଗୁଡ଼ିକୁ ପାଦରେ ଚାଲି ଚାଲି ଦେଉଥିବ‌ା ବେଳେ ଦୂରରେ ଥିବା ଠିକଣାକୁ ସ୍କୁଟରରେ ପହଞ୍ଚାଇଥାନ୍ତି। ନିକଟରେ ଥିବା ଗ୍ରେଟ୍‌ ଇଣ୍ଡିଅାନ୍‌ ଫେଷ୍ଟିଭାଲ୍‌ ସେଲ୍‌ରେ ଲୋକେ ବହୁପରିମାଣର ଅର୍ଡର୍‌ କରିଥିଲେ ଏବଂ ଏବର୍ଷ ସବୁଠୁ ଅଧିକ ପରିମାଣର ଡେଲିଭରି କରିଥିବା କହନ୍ତି ଖ୍ରୀଷ୍ଟିନା।  

ପୁରୁଷପ୍ରଧାନ ସମାଜରେ ଖ୍ରୀଷ୍ଟିନାଙ୍କ ଯାତ୍ରା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଯାତ୍ରା। ୨୦୧୮ରେ ଆରମ୍ଭ ହୋଇଥିଲା ତାଙ୍କ ଯାତ୍ରା, ଯେତେବେଳେ ସେ ଆଇଜୱାଲ୍‌ରେ ଶିକ୍ଷକତା ବୃତ୍ତି ଛାଡ଼ି ଆମାଜନ୍‌ରେ ଏକ ବିତରଣ ସହଯୋଗୀ ଭାବରେ ଯୋଗ ଦେଇଥିଲେ। ଦୁଇବର୍ଷର ବୈବାହିକ ଜୀବନରେ ତାଙ୍କ ସ୍ୱାମୀ ତାଙ୍କୁ ଭାରୀ ପ୍ୟାକେଜ୍‌ ଉଠାଇବାରେ ସାହାଯ୍ୟ କରୁଥିଲେ ଏବଂ ସେସବୁକୁ ‌େସ ପାଦ‌େର ଚାଲିଚାଲି ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ଏହା ତାଙ୍କୁ ଚାକିରି ବିଷୟରେ ଜାଣିବା, ଲଜିଷ୍ଟିକ୍‌ ଦୁନିଆରେ ପ୍ରବେଶ କରିବା ଓ ନେତୃତ୍ୱ ନେବାର ଅଭିଜ୍ଞତା ହାସଲର ସୁଯୋଗ ଦେଇଥିଲା। ଜଣେ ଡେଲିଭରି ସହଯୋଗୀ ଭାବରେ କାର୍ଯ୍ୟ କରିବାର ଚାରିବର୍ଷର ଅଭିଜ୍ଞତା ତାଙ୍କୁ ଆମାଜନର ବିତରଣ ସେବା ସହଭାଗୀ କାର୍ଯ୍ୟକ୍ରମ ଅଧୀନରେ ଏକ ମହିଳା ଦଳର ନେତୃତ୍ୱ ନେବାର ସୁଯୋଗ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe