www.indiatoday.in
ନୂଆଦିଲ୍ଲୀ: କଥାରେ ଅଛି ‘ପିତା ମାତା ଠାରୁ ବଡ଼ ଦେବତାଟେ ସଂସାର ଭିତରେ ନାହିଁ’। ସେହି କଥାର ଯଥାର୍ଥତା ପୁଣି ଥରେ ସତ ପ୍ରମାଣିତ ହୋଇଛି। ଚୀନର ଜଣେ ବ୍ୟକ୍ତି ନିଜ ବୃତ୍ତିଗତ ଜୀବନ ସହ ଯେଉଁ ଭଳି ଭାବେ ନିଜ ଶିଶୁର ଦେଖାଶୁଣା କରୁଛନ୍ତି ତାହାର ଭିଡିଓ ନଦେଖିଲା ପର୍ଯ୍ୟନ୍ତ ଆପଣ ବିଶ୍ବାସ କରିବେ ନାହିଁ। ଜଣେ ବାପା ନିଜର ଦୁଇ ବର୍ଷର ଝିଅକୁ ଏକ ଡେଲିଭରି ବକ୍ସରେ ପୂରାଇ ସ୍କୁଟର୍ ଆଗରେ ବସାଇ ନିଜ କର୍ମ କ୍ଷେତ୍ରକୁ ନେଇ ଯାଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ଡେଲିଭରି ବୟ। ସେ ଘର ଘର ବୁଲି ଡେଲିଭରି କରିବା ସମୟରେ ନିଜ ଝିଅକୁ ଏକ ଡେଲିଭରି ବକ୍ସରେ ପୂରାଇ ସାଥିରେ ନେଇ ଯାଇଥାନ୍ତି। ସେ ଏହିପରି ଭାବେ ପ୍ରତିଦିନ ପୂରା ସହର ବୁଲିଥାନ୍ତି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍ ତା’ର ଟ୍ବିଟର୍ ପେଜ୍ରେ ପୋଷ୍ଟ୍ କରିଥିବା ଏକ ଭିଡିଓରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଲି ୟୁଆନୁଆନ ତାଙ୍କ ଝିଅକୁ ୬ ମାସ ବୟସରୁ ହିଁ ନିଜ ସାଥିରେ ବାହାରକୁ ନେଇ ଯାଉଛନ୍ତି। ସେ ତାଙ୍କ ଝିଅର ଡାଇପର୍ ଓ ଖୀର ବୋତଲ୍ ପରି ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ସେହି ଡେଲିଭରି ବକ୍ସରେ ନେଇ ଯାଇଥାନ୍ତି।
କୁନି ଝିଅଟି ଡେଲିଭରି ବକ୍ସରେ ପଶି ଯାତ୍ରା କରିବାକୁ ଖୁବ୍ ଉପଭୋଗ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଲି ପ୍ରଥମ ବେଳାଟା ତାଙ୍କ ଝିଅକୁ ନିଜ ସହ ରଖୁଥିବା ବେଳେ ଅପରାହ୍ନରେ ନିଜ ପତ୍ନୀଙ୍କ ପାଖରେ ଛାଡ଼ିଥାନ୍ତି। ତାଙ୍କ ପତ୍ନୀ ମଧ୍ୟ ଜଣେ କର୍ମଜୀବୀ ମହିଳା।
Follow Us