ନୂଆଦିଲ୍ଲୀ: ରାତି ପାହିଲେ ବିମୁଦ୍ରାୟନକୁ ବର୍ଷେ ପୂରିବ। ୨୦୧୬ ମସିହା ନଭେମ୍ବର ୮ ତାରିଖ ସଂଧ୍ୟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୋଟବନ୍ଦୀ ଘୋଷଣା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ଗୋଟାଏ ଦିନରେ ସରି ନଥିଲା କଥା। ମାସ ମାସ ଧରି ବ୍ୟାଙ୍କ୍, ଏଟିଏମ୍ ସାମ୍ନାରେ ଦେଖିବାକୁ ମିଳିଥିଲା ଲୋକ ଭିଡ଼। ମୋଦିଙ୍କର ଏହି କଳାଧନ ବିରୋଧୀ ଅଭିଯାନରେ ଧରାପଡ଼ିଥିଲେ ବହୁ କଳାଧନ ମହଜୁଦ୍କାରୀ। ଦ୍ୱିତୀୟ ରାସ୍ତା ଆପଣେଇ, ଅଚଳ ନୋଟ ବଦଳରେ ସୁନା କିଣି କଳାକୁ ଧଳା କରିଥିଲେ ଅନେକ ମହଜୁଦ୍କାରୀ। ଏଥିରେ ସାମିଲ୍ ହୋଇଥିଲେ ବହୁ ଗରିବ। କିଛି ହାତଗୁଞ୍ଜା ବଦଳରେ ସାଜିଥିଲେ କୋଟିପତିମାନଙ୍କ କଳାକୁ ଧଳା କରିବାର ମାଧ୍ୟମ। ଏ ନେଇ ବହୁ ଭିଡିଓ, ଫଟୋ ଆଦି ଭାଇରାଲ୍ ବି ହୋଇଥିଲା। ନଦୀ, ନାଳରୁ ମିଳିଥିଲା ବସ୍ତା ବସ୍ତା ଟଙ୍କା। ଟଙ୍କା ଅଭାବକୁ ଦୂରେଇବାକୁ ଯାଇ ରିଜର୍ଭ ବ୍ୟାଙ୍କ୍ ବାହାର କରିଥିଲା ନୂତନ ୨୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ। ଶେଷରେ ଥଣ୍ଡା ପଡ଼ିଗଲା ସମଗ୍ର ଦେଶ। ଆସନ୍ତାକାଲି ଦେଶ ପୁଣି ଥରେ ମନେ ପକାଇବ ପ୍ରଧାନମନ୍ତ୍ରୀଙ୍କ ସେହି ନିଷ୍ପତ୍ତିକୁ। ତେବେ, ସେ ସଂପର୍କରେ ଟୁଇଟ୍ରେ କ’ଣ ସବୁ ପ୍ରକାଶ ପାଇଥିଲା ଆସନ୍ତୁ ନଜର ପକାଇବା।
ରାତି ପାହିଲେ ବିମୁଦ୍ରାୟନକୁ ବର୍ଷେ ପୂରିବ: ଆସନ୍ତୁ ଜାଣିବା ବିମୁଦ୍ରାୟନ ଘୋଷଣା ପରେ କ’ଣ କହିଥିଲେ ଏମାନେ!
Advertisment
Follow Us