ବରକୁ ସୁଇମିଂ ପୁଲ୍‌କୁ ଠେଲିଦେଲେ କନ୍ୟା, ଆଉ ତାପରେ...

Advertisment
ବରକୁ ସୁଇମିଂ ପୁଲ୍‌କୁ ଠେଲିଦେଲେ କନ୍ୟା, ଆଉ ତାପରେ...

ଭାଇରାଲ୍‌ ଭିଡିଓ: ବିବାହରେ ଯଦି ମଜା ନାହିଁ, ମସ୍ତି ନାହିଁ ତେବେ ତାହା ‌କି ପ୍ରକାରର ବିବାହ! ଆପଣ ଏପରି ଅନେକ ବିବାହ ଦେଖିଥିବେ ଯେଉଁ ବିବାହରେ କିଛି ନିଆରା ଘଟଣା ଘଟିଥିବ। ମାତ୍ର କେଉଁ ବିବାହରେ ବରକୁ କନ୍ୟା ସୁଇମିଂ ପୁଲ୍‌ ଭିତରକୁ ଠେଲି ଦେଉଥିବାର ଦେଖିଛନ୍ତି କି? ଏପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଥିରେ କନ୍ୟା ଜଣକ ପ୍ରଥମେ ବରଙ୍କୁ ସୁଇମିଂ ପୁଲ୍‌କୁ ଠେଲି ଦେଉଛନ୍ତି। ତା’ପରେ ବର ଜଣକ କନ୍ୟାଙ୍କ ହାତକୁ ଧରି ସେହି ପୁଲ୍‌ ଭିତରକୁ ଟାଣି ନେଉଛନ୍ତି। ଉଭୟ ବର-କନ୍ୟା ସୁଇମିଂ ପୁଲ୍‌ ଭିତରେ ପଡ଼ି ଯାଉଛନ୍ତି। ତା’ପରେ କନ୍ୟା ଜଣକ ଅତି ସ୍ନେହରେ ବରଙ୍କୁ ଚୁମ୍ବନ ଦେଉଛନ୍ତି।

ଉଭୟ ବର-କନ୍ୟା ବିବାହ ପୋଷାକରେ ଅଛନ୍ତି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ୩ ମିଲିୟନ୍‌ରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଏହି ଭିଡିଓକୁ ଦେଖିବା ପରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସବୁ ଦେଇଛନ୍ତି।

କିଛିଦିନ ତଳେ ଜଣେ କନ୍ୟାଙ୍କୁ ତାଙ୍କ ବନ୍ଧୁମାନେ ମେକ୍‌ଅପ୍‌ ପରେ ସୁଇମିଂ ପୁଲ୍‌କୁ ଫୋପାଡ଼ି ଦେଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓଟି ଯୁବତୀଙ୍କ ହଳଦୀ ଦିନର। ଯୁବତୀ ଜଣକ ତାଙ୍କ ହଳଦୀ ଉତ୍ସବରେ ସାଜସଜା ହୋଇଥିବା ବେଳେ ତାଙ୍କ ବନ୍ଧୁମାନେ ତାଙ୍କୁ ସୁଇମିଂ ପୁଲ୍‌କୁ ଫିଙ୍ଗି ଦେଉଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe