ଆମାଜନ୍‌ରୁ ବରଣମାଳା ବରାଦ କରି କନ୍ୟାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ବର

Advertisment
ଆମାଜନ୍‌ରୁ ବରଣମାଳା ବରାଦ କରି କନ୍ୟାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ବର

www.indiatoday.in

ନୂଆଦିଲ୍ଲୀ: ବିବାହ କିଛି ଦମ୍ପତିଙ୍କ ପାଇଁ ଏକ ବିରାଟ ଦାୟିତ୍ବର ଦିନ ହୋଇଥିବା ବେଳେ ଆଉ କିଛି ଦମ୍ପତିଙ୍କ ପାଇଁ ଏହା ମଜା ଓ ମସ୍ତିର ଦିନ। ସେହିପରି ଏକ ଘଟଣା ଏବେ ‌ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କେହି କେହି ନିଜ ବିବାହକୁ ସ୍ମରଣୀୟ କରି ରଖିବାକୁ ଅଭିନବ ଉପାୟ ଆପଣେଇ ଚର୍ଚ୍ଚା ପାଲଟିଥାନ୍ତି ତ ପୁଣି କେହି ସମ‌ାଲୋଚନାର ପାତ୍ର ପାଲଟନ୍ତି।

ହାଇଦ୍ରାବାଦ୍‌ର ଏକ ବିବାହ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହାଇଦ୍ରାବାଦ୍‌ର ଜଣେ ବର ତାଙ୍କ କନ୍ୟାଙ୍କୁ ଏକ ମଜାଦାର ଉପହାର ଦେଉଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବରଙ୍କ ନାମ ହେଉଛି କ୍ରିଷ୍ଣା ଭର୍ସନି। ସେ ତାଙ୍କ ପତ୍ନୀଙ୍କୁ ଆମାଜନ୍‌ରୁ ବରାଦ ଦେଇ ବରଣମାଳା ଉପହାର ଦେଇଛନ୍ତି।

ସେ ଏହି ଉପହାର ଦେବା ସହ ତାହାକୁ ତାଙ୍କ ଲିଙ୍କ୍‌ଡିନ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ବରଣମାଳା ହଜି ଯାଇଥିବାର ଅଭିନୟ କରି ମୋର ‘ଆମାଜନିୟାନ୍‌ ପତ୍ନୀ’ ଫାଗୁନି ଖାନ୍ନାଙ୍କୁ ଏପରି ଭ‌ାବେ ସର୍‌ପ୍ରାଇଜ୍‌ ଦେଇଛି। କେବଳ ମୋ ଭଲପାଇବା ପାଇଁ ଭଲପାଇବା ସହିତ ଏକ ବ୍ରାଣ୍ଡ୍‌ ଏକୀକରଣ କରିବାକୁ ଚାହେଁ।’

ଆପଣ ଫଟୋରେ ଦେଖି ପାରୁଥିବେ ଯେ ବର-କନ୍ୟା ଦୁହେଁ ମଣ୍ଡପରେ ଛିଡ଼ା ହୋଇଥିବା ବେଳେ ଆମାଜନ୍‌ର ଜଣେ ଡେଲିଭରି ଭୟ ଏକ ପ୍ୟାକେଟ୍‌ ଧରି ସେମାନଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି।

ଏହାକୁ ନେଇ ସୋସିଆଲ୍‌ ମିଡିଆରେ କେହି କେହି ମଜାଦାର୍‌ କମେଣ୍ଟ୍‌ ଦେଇଥିବା ବେଳେ ଆଉ କେହି ବିବାହ ଏକ ମଜାକ ନୁହେଁ ବୋଲି କହି ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe