ଦେଶୀ ହିପ୍‌ ହପ୍‌: ପୁରୁଷଙ୍କ ଗଡ଼ରେ ମହିଳାଙ୍କ ଝଡ଼

ହାର୍ଡ କୌର ବଲିଉଡ୍‌ ହିପ୍‌ ହପ୍‌ ଜଗତକୁ ପ୍ରବେଶ କରି ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରଥମ ମହିଳା। ତାଙ୍କୁ ଗୋଟିଏ ସମୟରେ ‘ଭାରତର ଲେଡି ଗାଗା’ ଆଖ୍ୟା ଦିଆଯାଇଥିଲା। ତାଙ୍କର ଅସଲ ନାମ ତାରନ କୌର ଢିଲୋଁ।

adgdacvcvvc

ହାର୍ଡ କୌର
ହାର୍ଡ କୌର ବଲିଉଡ୍‌ ହିପ୍‌ ହପ୍‌ ଜଗତକୁ ପ୍ରବେଶ କରି ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରଥମ ମହିଳା। ତାଙ୍କୁ ଗୋଟିଏ ସମୟରେ ‘ଭାରତର ଲେଡି ଗାଗା’ ଆଖ୍ୟା ଦିଆଯାଇଥିଲା। ତାଙ୍କର ଅସଲ ନାମ ତାରନ କୌର ଢିଲୋଁ। ସେ ଭାରତର କାନପୁରରେ ଜନ୍ମ ହୋଇଥିଲେ ଏବଂ ଇଂଲଣ୍ଡର ବର୍ମିଙ୍ଗହମ ସହରରେ ବଡ଼ ହୋଇଥିଲେ। ଛୋଟ ବେଳୁ ରାପ୍‌ ଗୀତ ଗାଇବା ଆରମ୍ଭ କରି ସେ ମାତ୍ର ୧୬ ବର୍ଷ ବୟସରେ ହାଇସ୍କୁଲ ପାଠ ଛାଡ଼ି ସଂଗୀତ କ୍ଷେତ୍ରକୁ ଚାଲିଆସିଥିଲେ। ତାଙ୍କ ଆଗମନ ଦେଶୀ ହିପ୍‌ ହପ୍‌ ଜଗତକୁ ନୂଆ ଦିଗ ଦେଇଥିଲା। 

ଆଗ୍‌ସି
ହରିଆଣାର ଫରିଦାବାଦ ସହରରୁ ପ୍ରସ୍ଫୁଟିତ ନୂଆ ସ୍ବରର ନାମ ‘ଆଗ୍‌ସି’। ଆଗ୍‌ସିଙ୍କ ଅସଲ ନାମ ଅଗ୍ରିତା ଧାଵନ। ଏମ୍‌ଟିଭିର ରାପ୍‌ ରିଆଲିଟି କାର୍ଯ୍ୟକ୍ରମରେ ଭାଗ ନେଇ ସେ ଲୋକଲୋଚନକୁ ଆସିଥିଲେ। ନିଜର ସ୍ବତନ୍ତ୍ର ଗାୟନ ଶୈଳୀ ଜରିଆରେ ସେ ଦେଶୀ ହିପ୍‌ ହପ୍‌ର ସ୍ବରୂପକୁ ପୁନଃ ପରିଭାଷିତ କରୁଛନ୍ତି।

fhsfhfshfsh

ରେବଲ୍‌
ମେଘାଳୟର ପାହାଡ଼ୀ ଇଲାକାରେ ବଢ଼ିଥିବା ଡାଲାଫି ଲାମାରେ (ମଞ୍ଚ ନାମ: ରେବଲ୍‌) ଆମ ଦେଶର ଜଣେ ଉଦୀୟମାନ ରାପ୍‌ ଓ ହିପ୍‌ ହପ୍‌ ଗାୟିକା। ତୀକ୍ଷ୍‌ଣ ଉଚ୍ଚାରଣ ଓ ଅଭିନବ ସ୍ବର ସଂଯୋଜନା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ପରିଚୟ ପ୍ରଦାନ କରିଥାଏ। ମହିଳା ରାପର୍‌ମାନେ ନିଜର ଯୌନ ଆବେଦନ ଜରିଆରେ ଅଧିକ ଗୀତ ବିକ୍ରି କରିବାକୁ ଚେଷ୍ଟା କରିବା ଅନୁଚିତ ବୋଲି ତାଙ୍କର ବିଶ୍ବାସ। ସେ ସଂଗୀତର ମାନକୁ ସର୍ବୋପରି ମାନନ୍ତି।

ଶିଆ
ବମ୍ବେରେ ଜନ୍ମିତ ଶିଆ ଅଠର ବର୍ଷର ହୋଇଥିବା ବେଳେ ତାଙ୍କ ପିତା ଓ ଜେଜେ କିଛି ମାସ ବ୍ୟବଧାନରେ ମୃତ୍ୟୁବରଣ କଲେ। ଏଥିପାଇଁ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ସେ ମଞ୍ଚରେ ନିଜର ହିପ୍‌ ହପ୍‌ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କଲେ। ସେବେଠାରୁ ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସେ ନିଜ ଗୀତ ମାଧ୍ୟମରେ ନାରୀବାଦର ପ୍ରସାର ମଧ୍ୟ କରନ୍ତି। 

ଫୋ
ନୂଆଦିଲ୍ଲୀର ଫୋ ଏକାଧାରରେ ଜଣେ ବିଟ୍‌ବକ୍ସର, ରାପର୍‌ ଓ କଣ୍ଠଶିଳ୍ପୀ। ତାଙ୍କ ମୂଳ ନାମ ଆକୃତି ଲାଲ। ସେ ୨୩ ବର୍ଷ ବୟସରେ ନିଜର ପ୍ରଥମ ଆଲ୍‌ବମ୍ ଉନ୍ମୋଚିତ କରି ଚର୍ଚ୍ଚିତ ହୋଇଥିଲେ। ଫୋ ଗୀତ ଜରିଆରେ କାହାଣୀ କହିବାରେ ସିଦ୍ଧହସ୍ତ ଏବଂ ଶାନ୍ତି, ପ୍ରେମ, ମୁକ୍ତି ଆଦି ତାଙ୍କ ଗୀତର ବିଷୟବସ୍ତୁ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe