ନାନୋ କାର ହେଲିକପ୍ଟରକୁ ନେବାପାଇଁ ୧୦ରୁ ଊର୍ଧ୍ବ ଲୋକ କରିସାରିଲେଣି ବୁକିଂ

ନାନୋ କାର ହେଲିକପ୍ଟରକୁ ନେବାପାଇଁ ୧୦ରୁ ଊର୍ଧ୍ବ ଲୋକ କରିସାରିଲେଣି ବୁକିଂ

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଛି ଏବଂ ସାରା ଦେଶରେ ବର-କନ୍ୟା ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଥିମ୍ ୱେଡିଂ ଯୁଗ‌ରେ ନବଦମ୍ପତି ରଥ,ବୁଲେଟ ବାଇକ, ଝୁଲା ଓ ହେଲିକପ୍ଟର ଆଦି ଭଳି ସାମଗ୍ରୀ ବ୍ୟବହାର କରି ସେମାନଙ୍କ ବିବାହ ସ୍ଥାନକୁ ପ୍ରବେଶ କରୁଥିବା ଟ୍ରେଣ୍ଡ ଚାଲିଛି।

ତେବେ ଏଭଳି ପ୍ରବେଶ ପାଇଁ ବା‌ସ୍ତବ ହେଲିକପ୍ଟର ଭଡ଼ାରେ ନେବା ସାଧାରଣଲୋକଙ୍କ ପାଇଁ ମହଙ୍ଗା ହୋଇପାରେ । ସେମାନେ ଇଚ୍ଛା କରିଥିଲେ ବି ହେଲିକପ୍ଟର ଭଡ଼ାରେ ନେଇ ପାରନ୍ତି ନାହିଁ। ତେଣୁ ସାଧାରଣଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ବିହାରର ବଗହାରେ ଜଣେ ବ୍ୟକ୍ତି ଟାଟା ନାନୋ କାରକୁ ହେଲିକପ୍ଟରରେ ପରିଣତ କରିବାକୁ ସ୍ଥିର କରିଥିଲେ। ଯାହା ଦେଖିବାକୁ ବାସ୍ତବ ହେଲିକପ୍ଟର ଭଳି ଲାଗୁଛି। ଏହାକୁ ବର-ବଧୂ ନିଜ ବିବାହରେ ସାମିଲ କରିବାକୁ ଭଡ଼ାରେ ନେବା ଉଦ୍ଦେଶ୍ୟରେ ତିଆରି କରାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବଗହା ନିବାସୀ ଗୁଡୁ ଶର୍ମା ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ନାନୋ କାରକୁ ହେଲିକପ୍ଟରରେ ପରିଣତ କରିଛନ୍ତି। ଏଯାବତ ଏହି ହେଲିକପ୍ଟରକୁ ୧୯ ଜଣ ଲୋକ ବୁକ୍ କରିସାରିଛନ୍ତି। ଏହାର ଭଡ଼ା ୧୫,୦୦୦ଟଙ୍କା ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ବିବାହ ସମୟରେ ବଜାରରେ ଏହି ହେଲିକପ୍ଟର ପାଇଁ ବହୁତ ଚାହିଦା ରହିଛି । କାରଣ ବରକୁ କନ୍ୟା ଘରକୁ ଆଣିବା ହେଉ ଅବା କନ୍ୟା ଶାଶୁଘରକୁ ଯିବାବେଳେ ଲୋକମାନେ କିଛି ଭିନ୍ନ କରିବାକୁ ଚାହିଁ ଥାଆନ୍ତି। ଏଭଳି ପରିସ୍ଥିତିରେ ଏହି ନାନୋ  କାର ହେଲିକପ୍ଟର ଏକ ଭଲ ବିକଳ୍ପ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe