ବିବାହ ପୂର୍ବରୁ ପୁଅକୁ ବିଭିନ୍ନ ଡାଲିର ନାମ ଲେଖାଥିବା ଏକ ଆଲବମ୍‌ ଉପହାରରେ ଦେଲେ ମା’; ସୋସିଆଲ ମିଡିଆରେ ଫଟୋ ଭାଇରାଲ

Advertisment
ବିବାହ ପୂର୍ବରୁ ପୁଅକୁ ବିଭିନ୍ନ ଡାଲିର ନାମ ଲେଖାଥିବା ଏକ ଆଲବମ୍‌ ଉପହାରରେ ଦେଲେ ମା’; ସୋସିଆଲ ମିଡିଆରେ ଫଟୋ ଭାଇରାଲ

Asianet News

ନୂଆଦିଲ୍ଲୀ: ଅନେକ ଲୋକ ଘର ଠାରୁ ଦୂରରେ ରହୁଛନ୍ତି। କିଏ ଚାକିରି ପାଇଁ ହେଉ ତ ଆଉ କିଏ ପାଠପଢ଼ିବା ପାଇଁ। ଘର ଠାରୁ ଦୂରରେ ରହୁଥିବା ଅନେକ ଲୋକଙ୍କୁ ନିଜ ପାଇଁ ରୋଷେଇ କରି ଖାଇବାରେ ବହୁତ ଅସୁବିଧା ହୋଇଥାଏ। ଏପରି ପରିସ୍ଥିତିରେ ଯେଉଁମାନଙ୍କୁ ରୋଷେଇ ଆସି ନଥାଏ ସେମାନେ କୌଣସି ହୋଟେଲରେ ଖାଇ ଥାଆନ୍ତି ନଚେତ ଘରେ ମ୍ୟାଗି କିମ୍ବା ଚିପ୍ସ ଖାଇ ରହି ଯାଇଥାଆନ୍ତି। ଏମିତିରେ ଯଦି କାହାରିକୁ ଡାଲି ଖାଇବାକୁ ମନେ ହୋଇଥାଏ ତେବେ ସେମାନେ ଅନେକ ଥର ଦ୍ୱନ୍ଦ୍ୱରେ ପଡ଼ି ଯାଇଥାଆନ୍ତି। ଏପରି ଅନେକ ଡାଲି ଅଛି, ଯାହାର ରଙ୍ଗ ସମାନ ଥାଏ କିମ୍ବା ସେଗୁଡ଼ିକ ସମ୍ପୂର୍ଣ୍ଣ ସମାନ ଦେଖାଇଥାଏ। ଏହି କାରଣରୁ ଅନେକ ଲୋକ ଡାଲି ମଧ୍ୟରେ ପାର୍ଥକ୍ୟ ବାରି ପାରି ନଥାଆନ୍ତି।

Desi Mom's 'Dal Tutorial' For Soon-To-Be Married Son Starts a ...

ନିକଟରେ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଡାଲି ଚାର୍ଟର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଏକ କାଗଜରେ ବିଭିନ୍ନ ଡାଲି ଅଠାରେ ଲଗାଯାଇଛି। ଏବଂ ସେହି ଡାଲିର ନାମ ନିମ୍ନରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଜଣେ ମା ନିଜ ପୁଅ ପାଇଁ ଏହା କରିଛନ୍ତି, ଯିଏ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି’।

ଆଇପିଏସ୍‌ ଅଧିକାରୀଙ୍କ ଟୁଇଟରରେ ଏହି ଫଟୋ ସେୟାର ହେବା ପରେ ଲୋକଙ୍କ ବିଭିନ୍ନ ପ୍ରକାର ମନ୍ତବ୍ୟ ଆସିବାକୁ ଲାଗିଛି। ଅନେକ ଏହା ପୁଅ ପାଇଁ ଭଲ ତାଲିମ ବୋଲି କହୁଥିବା ବେଳେ ଆଉ କେହି କହିଛନ୍ତି ଯେ ଡାଲିର ଚିହ୍ନିବା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଆବଶ୍ୟକ ହୋଇଥାଏ।

ସେହିପରି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ‘ମୋତେ ଲାଗୁଛି ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଏହା ଆବଶ୍ୟକ । କାରଣ ବାସ୍ତବରେ ଯେଉଁମାନେ କମ୍‌ ରୋଷେଇ କରି ଥାଆନ୍ତି ବା ଯେଉଁମାନଙ୍କୁ ଆଦୌ ରୋଷେଇ ଜଣା ନାହିଁ ସେମାନଙ୍କୁ ଡାଲି ଚିହ୍ନିବାରେ ଅନେକ ସମୟରେ ଅସୁବିଧା ହୋଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe