ଗୋଟିଏ ଗଛ: କାହା ପାଇଁ ପ୍ରସାଦ, କାହା ପାଇଁ ନିଶା-ଔଷଧ

Advertisment
ଗୋଟିଏ ଗଛ: କାହା ପାଇଁ ପ୍ରସାଦ, କାହା ପାଇଁ ନିଶା-ଔଷଧ

(ଚିତାକଟା ସାହିର ମଙ୍ଗୁ ବାବୁଙ୍କୁ ନାତି ଟୋକା ପଚାରିଲା, ''ଅଜା ଟିଭିରେ ଦେଖୁଛି ଡ୍ରଗ୍ସ ପାଲରେ ଇଏ, ସିଏ | କେବେ ହିରୁଇନ କେବେ ବେପାରୀ | ଏ ଡ୍ରଗ୍ସ କଣ ବା ''? ମଙ୍ଗୁ ଅଜା କହିଲେ ''ନାତିଆରେ ଏସବୁ ସେହି ଗୋଟିଏ ଗଛର କମାଲ | ନିଶାଡିଙ୍କ ପାଇଁ ଏହି ଗଛ ସ୍ୱର୍ଗର ପାରିଜାତ ଭଳି |'' ଅଜା ଟିକେ ଭଲରେ କହୁନ, ଏହି ଗଛ ବିଷୟରେ | ମଙ୍ଗୁ ବାବୁ ଆରମ୍ଭ କଲେ ଗଞ୍ଜେଇର ଗହନ କଥା |

''ତୁ ଟିଭିରେ ଦେଖିଥିବୁ ଗଞ୍ଜେଇ ବୋଝେଇ ଗାଡି ଜବତ ହୁଏ ଓ କିଛି ଧରାପଡନ୍ତି | ଭାରତରେ ସିନା ଗଞ୍ଜେଇ ଗଛ ଚାଷ ଉପରେ ପ୍ରତିବନ୍ଧକ ଅଛି, କିନ୍ତୁ ବିଦେଶରେ ସେମିତି ନାହିଁ | ଗଞ୍ଜେଇରୁ ଭଲ ଟିକସ ଆଦାୟ ହୁଏ | ଗଞ୍ଜେଇ ଗଛର ପତ୍ରକୁ ବାଟି ସେବନ କଲେ ତାହାକୁ ଭାଙ୍ଗ କୁହାଯାଏ | ଏହି ଗଛର ଫୁଲ, ଫଳ ଓ ପତ୍ରକୁ ଶୁଖାଇ ଗୁଣ୍ଡ କରାଯାଏ | ଯାହାକୁ ଗଞ୍ଜେଇ କୁହାଯାଏ | ଏହା ପରେ ଚିଲମ ବା ସିଗାରେଟରେ ପୁରାଇ ଏହାକୁ ସେବନ କରାଯାଏ | ଗଛରୁ ଭାଙ୍ଗ, ଗଞ୍ଜେଇ ଓ ଚରସ ଭଳି ନିଶା ପ୍ରସ୍ତୁତ ହୋଇଥାଏ | ଭାରତରେ ଗଞ୍ଜେଇ ଓ ଚରସ ଉପରେ ଅବକାରୀ ବିଭାଗର କଡା ଆଖି ଥିବାବେଳେ ଭାଙ୍ଗ ଉପରେ କିନ୍ତୁ ସେତିକି ନଥାଏ | କାରଣ ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ଶିବଙ୍କୁ ଭାଙ୍ଗ ଅର୍ପଣ କରାଯାଏ। ସେଥିପାଇଁ ଭାଙ୍ଗ ଏକ ଉପାୟରେ ପ୍ରଭୁ ଭୋଲେନାଥଙ୍କ ପ୍ରସାଦ ହୋଇଯାଏ | ଭାଙ୍ଗ ପିଇବା ଦ୍ୱାରା ମୁଣ୍ଡ ଥଣ୍ଡା ରହେ ବୋଲି ଏହାର ସେବନକାରୀ ବିଶ୍ୱାସ କରନ୍ତି | ହୋଲି ଓ ପଣାସଂକ୍ରାନ୍ତିରେ ଭାଙ୍ଗ ସେବନ କରାଯାଉଥିଲେ ବି ଏହାକୁ ନେଇ କେହି ପ୍ରଶ୍ନ କରିନଥାନ୍ତି | କିନ୍ତୁ ଗଞ୍ଜେଇ ଏବଂ ଚରସ ବ୍ୟବହାର ଓ ବିକ୍ରି କଲେ ଜଣେ ବ୍ୟକ୍ତିଙ୍କୁ ଏକ ବର୍ଷ ଜେଲ କିମ୍ବା ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ | ରିପୋର୍ଟ ମୁତାବକ ୨୦୧୮ ମସିହାରେ ଭାରତରେ ୩ କୋଟିରୁ ଅଧିକ ଲୋକ ଗଞ୍ଜେଇ ଗଛରୁ ପ୍ରସ୍ତୁତ ବିଭିନ୍ନ ନିଶା ଦ୍ରଵ୍ୟ ସେବନ କରିଥିଲେ | ଗଞ୍ଜେଇ ଉପରୁ ପ୍ରତିବନ୍ଧକ ହଟାଇବାକୁ ଚାଁହୁଥିବା ଲୋକଙ୍କ ଯୁକ୍ତି ହେଉଛି, ଏହା ଉପରୁ ବ୍ୟାନ ହଟିଗଲେ ସରକାର ୭୨୫ କୋଟି ଟଙ୍କା ରୋଜଗାର କରିପାରନ୍ତି। କେବଳ ନିଶା ପାଇଁ ନୁହେଁ, ଚିକିତ୍ସା ପାଇଁ ମଧ୍ୟ କାନାବିସ୍ ବା ଗଞ୍ଜେଇ ଗଛର ଉତ୍ପାଦ ବ୍ୟବହୃତ ହୁଏ | ଭୋକ, ମଧୁମେହ, ଗଣ୍ଠି ଯନ୍ତ୍ରଣା,ପେନ କିଲର ଏବଂ କର୍କଟ ପାଇଁ ଏହା ବ୍ୟବହୃତ ହୁଏ'' |
(ଗଞ୍ଜେଇକୁ ପ୍ରାଧାନ୍ୟ ଦେବା ପାଇଁ ଏହି ଆଲେଖ୍ୟ ଲେଖାଯାଇନାହିଁ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe