ଦିଅର ସହ ହୋଇଗଲା ଭାଉଜଙ୍କୁ ପ୍ରେମ, ପତ୍ନୀ ସହ ସାନ ଭାଇର ବିବାହ କରାଇଲେ ମହାନ ସ୍ୱାମୀ

Advertisment
ଦିଅର ସହ ହୋଇଗଲା ଭାଉଜଙ୍କୁ ପ୍ରେମ, ପତ୍ନୀ ସହ ସାନ ଭାଇର ବିବାହ କରାଇଲେ ମହାନ ସ୍ୱାମୀ

ଘୋଘା: ଜଣେ ଭାଉଜଙ୍କୁ ତାଙ୍କ ଦିଅର ସହ ପ୍ରେମ ହୋଇଗଲା। ଅବଶ୍ୟ ଏପରି ଘଟଣା ନୂଆ ନୁହେଁ, ମାତ୍ର ଏହି ପ୍ରେମକୁ ସମ୍ମାନ ଦେଇ ପରିବାର ଲୋକେ ଉକ୍ତ ଦିଅର-ଭାଉଜଙ୍କର ବିବାହ କରାଇବା କଥାଟି କିନ୍ତୁ ନିଶ୍ଚୟ ନୂଆ। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍ୱାମୀ ପବନଙ୍କଠାରୁ ପ୍ରିୟଙ୍କା ଛାଡ଼ପତ୍ର ନେବା ପରେ ଦିଅର ସାଜନଙ୍କୁ ବିବାହ କରିବା ସମୟରେ ପବନ ଉପସ୍ଥିତ ରହି ଦୁହିଁଙ୍କୁ ଆଶୀର୍ବାଦ ଦେଇଛନ୍ତି। ପବନ ନିଜ ପତ୍ନୀଙ୍କ ବିବାହ ସାନ ଭାଇ ସହ କରାଇବା ପରେ ଗାଆଁ ଛାଡ଼ି କେଉଁ ଆଡ଼େ ପଳାଇ ଯାଇଛନ୍ତି। ପବନ ଏବଂ ପ୍ରିୟଙ୍କାଙ୍କର ଏକ ୨ ବର୍ଷର ଝିଅ ଅଛି। ଦିଅର ସାଜନଙ୍କୁ ବିବାହ କରିବା ପରେ ପ୍ରିୟଙ୍କା ନିଜ ଝିଅକୁୁ ସାଜନ ତା’ର ବାପା ବୋଲି ଚିହ୍ନାଇ ଦେଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ୩୦ ବର୍ଷିଅ ପବନ ଗୋସ୍ୱାମୀ ପ୍ରିୟଙ୍କାଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ପ୍ରିୟଙ୍କାଙ୍କୁ ୨ ବର୍ଷ ହେବ ନିଜ ଦିଅର ସାଜନଙ୍କ ସହ ପ୍ରେମ ହୋଇଗଲା। ସାଜନ ମଧ୍ୟ ଭାଉଜଙ୍କୁ ପ୍ରେମ କରୁଥିଲେ। ସେ ଦୁହେଁ ଗୁପ୍ତ ଭାବେ ଘର ଛାଡ଼ି ପଳାଇବାକୁ ଯୋଜନା କରୁଥିବା କଥା ପବନ ଜାଣିପାରିଲେ। ତା’ପରେ ପବନ ନିଜ ପତ୍ନୀଙ୍କୁ ତାଙ୍କ ଭାଇ ସହ ବିବାହ କରାଇ ଦେବାର ପ୍ରତିଶ୍ରୁତି ଦେଲେ। ପବନ ପ୍ରିୟଙ୍କାଙ୍କୁ ଖୁବ୍‌ ଭଲପାଉଥିବାରୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏକ ମନ୍ଦିରରେ ନିଜ ଭାଇ ସହ ପରିବାର ଲୋକଙ୍କ ଉପସ୍ଥିତରେ ବାହାଘର କରାଇ ଦେଇଛନ୍ତି। ପବନ ବିବାହ ପୂର୍ବରୁ ନିଜ ସହ ପତ୍ନୀ ପ୍ରିୟଙ୍କାଙ୍କର ଛାଡ଼ପତ୍ର କାମ ମଧ୍ୟ ସାରି ଦେଇଛନ୍ତି। ଏପରି ଜଣେ ମହାନ ସ୍ୱାମୀ ଏବେ ଉଦାହରଣ ପାଲଟି ଯାଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe