ସତ୍ୟଯୁଗରୁ କଳିଯୁଗ...ଦେବାଦେବୀଙ୍କୁ ବଡ଼ ବଡ଼ ଉପହାର ଦେଇଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା

ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ବଡ଼ ବଡ଼ କଳକାରଖାନା ଏବଂ ସାମଗ୍ରୀ ଉତ୍ପାଦନ କେନ୍ଦ୍ରମାନଙ୍କରେ ଆଜି ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା କରାଯାଉଛି। ସେ କେତେ ସୃଜନଶୀଳ ଥିଲେ ତାହାର ପ୍ରମାଣ ବିଭିନ୍ନ ଯୁଗରେ ରହିଛି।

New Project

ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ବଡ଼ ବଡ଼ କଳକାରଖାନା ଏବଂ ସାମଗ୍ରୀ ଉତ୍ପ‌ାଦନ କେନ୍ଦ୍ରମାନଙ୍କରେ ଆଜି ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା କରାଯାଉଛି। ସେ କେତେ ସୃଜନଶୀଳ ଥିଲେ ତାହାର ପ୍ରମାଣ ବିଭିନ୍ନ ଯୁଗରେ ରହିଛି। ସବୁ ଯୁଗରେ ସେ ନିଜର କଳାକୃତି ଦ୍ବାରା ଦେବାଦେବୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତ୍ରେତୟା ଯୁଗରେ ମାତାସୀତାଙ୍କ ହରଣ ସମୟରେ ଲଙ୍କାପତି ରାବଣ ବ୍ୟବହାର କରିଥିବା ପୁଷ୍ପକ ଯାନ, ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବ୍ୟବହାର କରିଥିବା ସୁଦର୍ଶନ ଚକ୍ର ଓ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ବିଶ୍ବକର୍ମାଙ୍କ ସୃଜନଶୀଳତାର ଉଦାହରଣ ଦେଇଛି। ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଭଗବାନ ବିଶ୍ୱକର୍ମା ବ୍ୟକ୍ତିଗତ ଭାବରେ ଅନେକ ବିଳାସପୂର୍ଣ୍ଣ ରାଜାପ୍ରାସାଦ, ଅସ୍ତ୍ରଶସ୍ତ୍ର ଏବଂ ଯାନ ନିର୍ମାଣ କରିଥିଲେ, ଯେଉଁଥିରେ ଲଙ୍କା, ଇନ୍ଦ୍ରପ୍ରସ୍ଥ, ହସ୍ତିନାପୁର, ଜଗନ୍ନାଥ ମନ୍ଦିର,  ଶିବଙ୍କର ତ୍ରିଶୂଳ, ଇନ୍ଦ୍ରଙ୍କ ବଜ୍ର ଅନ୍ତର୍ଭୁକ୍ତ। ଏସବୁ  ମଧ୍ୟରୁ ଅନେକ ଆଜି ମଧ୍ୟ ବିଦ୍ୟମାନ। ଏହି ନିର୍ମାଣଗୁଡ଼ିକ ସ୍ଥାପତ୍ୟ ଏବଂ ଯାନ୍ତ୍ରିକ ଉତ୍କର୍ଷତାର ଉଲ୍ଲେଖନୀୟ ଉଦାହରଣ ପ୍ରଦାନ କରେ।

ଦେବଶିଳ୍ପୀ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ତଥା ସୃଜନର ଦେବତା। କୁହାଯାଏ, ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ବିଶ୍ବବ୍ରହ୍ମାଣ୍ଡ ନିର୍ମାଣ କରିଥିଲେ। ଏସବୁ ବାଦ୍‌ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ବାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ବକର୍ମା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ଅପମାନ ସହି ନପାରି ମହାଲକ୍ଷ୍ମୀ ଯେତେବେଳେ ବାହାରକୁ ପାଦ କାଢ଼ିଛନ୍ତି ତାଙ୍କ ପାଇଁ ନୂତନ ଉଆସ ନିର୍ମାଣ ହେଉ ବା ବନ୍ଧୁ ସୁଦାମାଙ୍କୁ ଶ୍ରୀକୃଷ୍ଣ ଉପହାର ସ୍ବରୂପ ନୂତନ ଉଆସ ପ୍ରଦାନ ତାହା ବିଶ୍ବକର୍ମାଙ୍କ ସୃଷ୍ଟି ବୋଲି ପୁରାଣ କହେ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ଯଦି ଆମେ ପୁଷ୍ପକ ବିମାନ କଥା‌ କହିବା‌, ଏହି ରଥ ଭଗବାନ ବିଶ୍ୱକର୍ମାଙ୍କ କଳାର ଏକ ଉଲ୍ଲେଖନୀୟ ଉଦାହରଣ। ଏହା ସାରଥୀଙ୍କ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଉଡ଼ି ଯାଇପାରୁଥିଲା। ଏହା କେବଳ ପୃଥିବୀରେ ନୁହେଁ ବରଂ ଗ୍ରହଗୁଡ଼ିକ ମଧ୍ୟରେ ମଧ୍ୟ ଯାତ୍ରା କରିପାରୁଥିଲା। ଏହି ରଥ ପାଖରେ ଆକୃତି ପରିବର୍ତ୍ତନ କରିବାର କ୍ଷମତା ଥିଲା।

ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ଶୁଭଦ୍ରାଙ୍କ ଦାରୁ ବିଗ୍ରହର ନିର୍ମାଣ କରିଥିଲେ ବିଶ୍ୱକର୍ମା। ଏହା ତାଙ୍କ କାରିଗରୀର ଏକ ଅଦ୍ଭୁତ ଉଦାହରଣ ଭାବରେ ବିବେଚନା କରାଯାଏ। ପୌରାଣିକ ମତରେ ଜଗନ୍ନାଥଙ୍କ ଦାରୁ ବିଗ୍ରହ ବିଶ୍ୱକର୍ମା ନିର୍ମାଣ କରିଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ବିଭିନ୍ନ ସ୍ଥାନରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ, କିନ୍ତୁ ସେମାନେ ବିଗ୍ରହ ଗଢ଼ିବାରେ ବିଫଳ ହୋଇଥିଲେ। ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା। ସେମାନେ ଫେରିବାର କିଛିଦିନ ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲେ। ସେ ଥିଲେ ପ୍ରଭୁ ବିଶ୍ୱକର୍ମା। ବିଗ୍ରହ ନିର୍ମାଣ ପୂର୍ବରୁ ସେ ସର୍ତ୍ତ ରଖିଥିଲେ ଯେ, ସେ ମନ୍ଦିରରେ ୨୧ଦିନ ପର୍ଯ୍ୟନ୍ତ ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବେ ଏବଂ କେହି ଭିତରକୁ ପ୍ରବେଶ କରିବେ ନାହିଁ। ହେଲେ ଭିତରୁ ଶବ୍ଦ ନଶୁଭିବା‌ରୁ ରାଣୀ ଗୁଣ୍ଡିଚା ଭୋକ ଉପାସରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଭାବି ମନ୍ଦିରର କବାଟ ଖୋଲି ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ବିଶ୍ୱକର୍ମା କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ରଖି ଅଦୃଶ୍ୟ ହୋଇଯାଇଥିଲେ। ସେଥିପାଇଁ ବିଗ୍ରହ ଅଧାଗଢ଼ା ହୋଇ ରହିଗଲା।

ଦ୍ୱାପର ଯୁଗରେ, ଭଗବାନ ଶ୍ରୀକୃଷ୍ଣ ବିଶ୍ୱକର୍ମାଙ୍କୁ ଏକ ଭବ୍ୟ ଏବଂ ବିଳାସପୂର୍ଣ୍ଣ ଦ୍ୱାରକା ନଗରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ୱାରକାର ରାସ୍ତା, ମଣିଖଚିତ ପ୍ରାସାଦ ଏବଂ ବିଶାଳ ଦ୍ୱାର ତାଙ୍କ ଉଲ୍ଲେଖନୀୟ ସ୍ଥାପତ୍ୟର ଉଦାହରଣ।

ଆମର ଶାସ୍ତ୍ର ଅନୁସାରେ, କଳିଯୁଗ ଆରମ୍ଭର ୫୦ବର୍ଷ ପୂର୍ବରୁ ଭଗବାନ ବିଶ୍ୱକର୍ମା ଇନ୍ଦ୍ରପ୍ରସ୍ଥ ନାମକ ଏକ ଭବ୍ୟ ନଗରୀ ନିର୍ମାଣ କରିଥିଲେ। ହସ୍ତିନାପୁରରୁ ବିତାଡିତ ହେବା ପରେ, ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥକୁ ସେମାନଙ୍କର ରାଜଧାନୀ କରିଥିଲେ। ଆଜି, ଇନ୍ଦ୍ରପ୍ରସ୍ଥ ଭାରତର ରାଜଧାନୀ ଦିଲ୍ଲୀ ଭାବରେ ଜଣାଶୁଣା।

ଭଗବାନ ବିଷ୍ଣୁଙ୍କ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ସୁଦର୍ଶନ ଚକ୍ର। ବିଶ୍ୱକର୍ମାଙ୍କ କାରିଗରିର ଏହା ଏକ ଉଲ୍ଲେଖନୀୟ ଉଦାହରଣ। ଏହାର ଗତି ମନର ଗତି ଅପେକ୍ଷା ଦ୍ରୁତ ବୋଲି ବିଶ୍ୱାସ କରାଯାଉଥିଲା। ଏହି ଚକ୍ର ଲକ୍ଷ୍ୟସାଧନ ହେବା ପରେ ହିଁ ଭଗବାନଙ୍କ ପାଖକୁ ଫେରୁଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe