Advertisment

Dharmendra's acting in an Odia film: ଓଡ଼ିଆ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ଅଭିନୟ

Advertisment

ବଲିଉଡ୍‌ର ହି-ମ୍ୟାନ୍‌ ଭାବେ ପରିଚିତ ଧର୍ମେନ୍ଦ୍ର ଯଦିଓ କୌଣସି ଓଡ଼ିଆ ସିନେମାରେ ଅଭିନୟ କରି ନଥିଲେ, କିନ୍ତୁ ଜଣେ ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମରେ ନାୟକ ଭୂମିକା ତୁଲାଇଥିଲେ। ଜଣାଶୁଣା ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ  ବିଗ୍‌ ବଜେଟ୍‌ର ହିନ୍ଦୀ ଛବି ‘ଟାଡା’ରେ ଧର୍ମେନ୍ଦ୍ର ମୁଖ୍ୟ ଚରିତ୍ରରେ ଥିଲେ।

ବଲିଉଡ୍‌ର ହି-ମ୍ୟାନ୍‌ ଭାବେ ପରିଚିତ ଧର୍ମେନ୍ଦ୍ର ଯଦିଓ କୌଣସି ଓଡ଼ିଆ ସିନେମାରେ ଅଭିନୟ କରି ନଥିଲେ, କିନ୍ତୁ ଜଣେ ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମରେ ନାୟକ ଭୂମିକା ତୁଲାଇଥିଲେ। ଜଣାଶୁଣା ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ  ବିଗ୍‌ ବଜେଟ୍‌ର ହିନ୍ଦୀ ଛବି ‘ଟାଡା’ରେ ଧର୍ମେନ୍ଦ୍ର ମୁଖ୍ୟ ଚରିତ୍ରରେ ଥିଲେ।

dharmendra

ଶିବଶଙ୍କର ଓଝା
ବଲିଉଡ୍‌ର ହି-ମ୍ୟାନ୍‌ ଭାବେ ପରିଚିତ ଧର୍ମେନ୍ଦ୍ର ଯଦିଓ କୌଣସି ଓଡ଼ିଆ ସିନେମାରେ ଅଭିନୟ କରି ନଥିଲେ, କିନ୍ତୁ ଜଣେ ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମରେ ନାୟକ ଭୂମିକା ତୁଲାଇଥିଲେ। ଜଣାଶୁଣା ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ  ବିଗ୍‌ ବଜେଟ୍‌ର ହିନ୍ଦୀ ଛବି ‘ଟାଡା’ରେ ଧର୍ମେନ୍ଦ୍ର ମୁଖ୍ୟ ଚରିତ୍ରରେ ଥିଲେ। ଧର୍ମେନ୍ଦ୍ରଙ୍କ ସହିତ ପୁରୁଣା ଦିନର କଥା ସ୍ମୃତିଚାରଣ କରି ସେ କହନ୍ତି, ତାଙ୍କ ସହିତ ‌େମାର ପାରିବାରିକ ସଂପର୍କ ଥିଲା। ମୁଁ ମଝିରେ ମଝିରେ ତାଙ୍କ ଘରକୁ ଯାଇ ବିଭିନ୍ନ ପ୍ରସଂଗରେ ଆଲୋଚନା କରେ। ସେତେବେଳେ ମୁଁ ‘ଟାଡା’ ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ହେଉଥାଏ; ସେଥିରେ ମୁଖ୍ୟ ଭୂମିକାରେ କାହାକୁ ନେବି ବୋଲି ଚିନ୍ତାରେ ଥାଏ। ଦିନେ ମୁଁ ଧର୍ମେନ୍ଦ୍ରଙ୍କ ଘରକୁ ଯାଇଥାଏ। ସେ ତାଙ୍କ ଆଡୁ ମୋତେ ପଚାରିଲେ, ‘‘ଦାଦା ! ଏବେ କେଉଁ ଫିଲ୍ମ କରୁଛ?’’ ମୁଁ ତାଙ୍କୁ ଉତ୍ତର ଦେଲି, ‘‘ଭାରତ ସରକାର ନୂଆ କରି ପ୍ରଣୟନ କରିଥିବା ଟା‌ଡା ଆଇନ୍‌ ଉପରେ ଗୋଟେ ଫିଲ୍ମ କରୁଛି। ଟାଇଟଲ୍‌ ବି ‘ଟାଡା’ ରଖିଛି। ଏଥିରେ ଏକ ଦମ୍‌ଦାର ଚରିତ୍ର ଅଛି। ଆପଣ କରିଲେ ମୁଁ ଖୁସି ହୁଅନ୍ତି।’’

ସେ ତତ୍‌କ୍ଷଣାତ କହିଲେ, ‘‘ମେଁ ଦାଦାକେ ଲିଏ ହୁଁ; ଇସ୍‌ଲିଏ ଏ ଫିଲ୍ମ ମେଁ ଜରୁର୍‌ କରୁଙ୍ଗା।’’ କାହାଣୀ ନଶୁଣି ଧରମ୍‌ଜୀ ରାଜି ହୋଇଯିବେ ବୋଲି ଶିଶିର ଭାବି ନଥିଲେ। ତା’ପରେ ସେ ଚୁକ୍ତବଦ୍ଧ ହେଲେ ଏବଂ ପାଖାପାଖି ୪୦ ଦିନ ସୁଟିଂ କରିଥିଲେ। ସେ ସମୟର କଥା ମନେପକାଇ ଶିଶିର ମିଶ୍ର କହନ୍ତି,‘‘ବ୍ୟକ୍ତିଗତ ଜୀବନରେ ବହୁତ ଭଲ ମଣିଷ ଥିଲେ ଧରମ୍‌ଜୀ। ସୁଟିଂ ସମୟରେ ସେ କୌଣସି ପ୍ରକାରର ଅସହଯୋଗ କରି ନଥିଲେ। ଆଉ ତାଙ୍କ ସହ ମୋର ଅନ୍ତରଙ୍ଗତା ବି ବଢ଼ିଥିଲା। ତାଙ୍କୁ ହରାଇ ଦେଶ ଜଣେ ବହୁତ ଭଲ ମଣିଷଙ୍କୁ ହରାଇଲା। ଧରମ୍‌ଜୀ ମୋତେ ମଞ୍ଚ‌ରେ ଦାଦା ସାହେବ ଫାଲକେ ଏକାଡେମି ଆୱାର୍ଡ ମଧ୍ୟ ପ୍ରଦାନ କରିଥିଲେ। ତାଙ୍କ ହାତରୁ ପୁରସ୍କାର ଗ୍ରହଣ କରିବାର ଅନୁଭୂତି ବେଶ୍‌ ରୋମାଞ୍ଚକର ଥିଲା, ଯାହାକୁ ମୁଁ ଆଜିଯାଏ ଭୁଲିପାରିନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe