ଦେବଦୂତ ସାଜିଲା ମୂଷା, ବଞ୍ଚିଗଲା ୫ଜଣ ସଦସ୍ୟଙ୍କ ଜୀବନ

Advertisment
ଦେବଦୂତ ସାଜିଲା ମୂଷା, ବଞ୍ଚିଗଲା ୫ଜଣ ସଦସ୍ୟଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଦେବଦୂତ ସାଜି ଏକ ମୂଷା ପରିବାରର ୫ଜଣ ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଇଥିବା ଗ୍ରାମବାସୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଧୋଲପୁର ଜିଲ୍ଲାର ସିକରୋଦା ଗ୍ରାମରେ ଜୟପ୍ରକାଶଙ୍କ ପରିବାରଲୋକ ନିଦରେ ଶୋଇ ପଡ଼ିଥିଲେ। ଏହି ସମୟରେ ଏକ ମୂଷା ଆସି ସେମାନଙ୍କ ଉପରେ ପଡ଼ିଥିଲା। ରାତି ହୋଇଥିବାରୁ କ’ଣ ପଡ଼ିଛି ଜାଣି ନପାରି ପରିବାରଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଏହାପରେ ସେମାନେ ଘର ପଛପଟରୁ କଟମଟ ଶବ୍ଦ ହେଉଥିବା ଶୁଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଦୌଡ଼ି ଯାଇ ଘର ପଛରେ ବନ୍ଧା ହୋଇଥିବା ପଶୁଙ୍କୁ ଖୋଲି ଦେଇଥିଲେ। ଆଉ ଘରେ ଥିବା ୫ଜଣ ସଦସ୍ୟ ଦୌଡ଼ାଦୌଡ଼ି ହୋଇ ଘର ବାହାରକୁ ଚାଲି ଯାଇଥିଲେ।

କିଛି ସମୟ ପରେ ଘରର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ମୂଷା ହେତୁ ସମସ୍ତେ ଭୟରେ ବାହାରେ ଛିଡ଼ା ହୋଇଥିଲେ। ସୌଭାଗ୍ୟବଶତଃ ସେ ସମୟରେ ଘର ଭିତରେ କେହି ନଥିବାରୁ ଏହି ଅଘଟଣରେ କାହାରି କିଛି କ୍ଷତି ହୋଇ ନଥିବା ବେଳେ ପଶୁଙ୍କ ଜୀବନ ବି ରକ୍ଷା ପାଇ ଯାଇଛି। ଜୟପ୍ରକାଶ, ନିହାଲସିଂହ,  ଇନ୍ଦିରା ଓ ବବିତାଙ୍କ ସମେତ ଜଣେ ସମ୍ପର୍କୀୟ କହିଛନ୍ତି, ‘ମୂଷା ପାଇଁ ଆଜି ଆମ ଜୀବନ ବଞ୍ଚି ଯାଇଛି।’

ତେବେ ଘର ଭୁଶୁଡ଼ି ପଡ଼ିବ‌ା ଯୋଗୁଁ ଘର ଭିତରେ ଥିବା ୧.୫ ଲକ୍ଷ ଟଙ୍କାର ମେସିନ ନଷ୍ଟ ହୋଇଯାଇଛି। ଏଥିସହିତ ୬ କ୍ୱିଣ୍ଟାଲ ଗହମ, ୫ କ୍ୱିଣ୍ଟାଲ ସୋରିଷ, ୯ କ୍ୱିଣ୍ଟାଲ ବାଜରା ସମେତ ଘରେ ଥିବା ଆସବାବ ପତ୍ର ଉପ‌ରେ ଇଟା ସିମେଣ୍ଟ ଗଦା ଦେଇ ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe