ଦୀପ୍ତିରେଖ‌ା ଓ ସୌରଭଙ୍କ ‘ଆମେ ଖାଣ୍ଟି ଓଡ଼ିଆ ଆମ ଭାଷା ବଢ଼ିଆ’

Advertisment

ଓଡ଼ିଶାର ଜଣାଶୁଣା ମ୍ୟୁଜିକ୍ ପ୍ରଡକ୍ସନ ହାଉସ୍ ସାବିତ୍ରୀ ମ୍ୟୁଜିକ୍ ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାର କଳାସଂସ୍କୃତିକୁ ନେଇ ନୂଆ ଓଡ଼ିଆ ଆଲବମ ‘ଆମେ ଖାଣ୍ଟି ଓଡ଼ିଆ ଆମ ଭାଷା ବଢ଼ିଆ’ ପ୍ରସ୍ତୁତ ହୋଇଛି।

ଓଡ଼ିଶାର ଜଣାଶୁଣା ମ୍ୟୁଜିକ୍ ପ୍ରଡକ୍ସନ ହାଉସ୍ ସାବିତ୍ରୀ ମ୍ୟୁଜିକ୍ ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାର କଳାସଂସ୍କୃତିକୁ ନେଇ ନୂଆ ଓଡ଼ିଆ ଆଲବମ ‘ଆମେ ଖାଣ୍ଟି ଓଡ଼ିଆ ଆମ ଭାଷା ବଢ଼ିଆ’ ପ୍ରସ୍ତୁତ ହୋଇଛି।

00

ଓଡ଼ିଶାର ଜଣାଶୁଣା ମ୍ୟୁଜିକ୍ ପ୍ରଡକ୍ସନ ହାଉସ୍ ସାବିତ୍ରୀ ମ୍ୟୁଜିକ୍ ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାର କଳାସଂସ୍କୃତିକୁ ନେଇ ନୂଆ ଓଡ଼ିଆ ଆଲବମ ‘ଆମେ ଖାଣ୍ଟି ଓଡ଼ିଆ ଆମ ଭାଷା ବଢ଼ିଆ’ ପ୍ରସ୍ତୁତ ହୋଇଛି। ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସୌରଭ ଭରଦ୍ୱାଜ ଏଥିରେ କଣ୍ଠଦାନ କରିଛନ୍ତି। କୃଷ୍ଣଚନ୍ଦ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତ ରଚନା କରିଛନ୍ତି ବିଭୁତି ସ୍ବାଇଁ। ଉତ୍କଳ ଦିବସ ଅବସରରେ ସାବିତ୍ରୀ ମ୍ୟୁଜିକ୍‌ର ୟୁଟ୍ୟୁବ ଚ୍ୟାନେଲ୍‌ରେ ଏହା ମୁକ୍ତିଲାଭ କରିଛି।

ଆସୁଛି ‘ସଉତୁଣୀ ନଂ ୱାନ୍’

ସତ୍ୟନାରାୟଣ ପ୍ରଡକ୍ସନ ପ୍ରଯୋଜିତ ଟେଲି ସିନେମା ‘ସଉତୁଣୀ ନଂ ୱାନ୍’ର ୱାର୍ଲଡ ଟିଭି ପ୍ରିମିୟର୍ ଖୁବ୍ ଶୀଘ୍ର ତରଙ୍ଗ ଚ୍ୟାନେଲରେ ହେବାକୁ ଯାଉଛି। ଶୁଭେନ୍ଦ୍ର ମଲ୍ଲ ଓ ପ୍ରଦ୍ୟୁମ୍ନ ଲେଙ୍କା ଏହାର ପ୍ରଯୋଜନା କରିଥିବା ବେଳେ ଓଡ଼ିଆ ସିନେମା ‘କାଇଁଚମାଳି’ ଫେମ୍ ମହେଶ ହାଜରା ଏହାର ନିର୍ଦ୍ଦେଶକ। ଫିଲ୍ମର ନାୟକ ନିଲ୍‌ଙ୍କ ବିପକ୍ଷରେ ଦୁଇ ନାୟିକା ଜସ୍ମିନ ରଥ ଓ ଲାବ୍ରିନ ଖାନମଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏମାନଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପଲତା ମିଶ୍ର, ମିଲି ମହାନ୍ତି, ଇଲୁ ବାନାର୍ଜୀ ଓ ହାଡୁ ପ୍ରମୁଖ ଅଭିନୟ କରିଛନ୍ତି। ଭରପୂର ମାତ୍ରାରେ ସସ୍‌ପେନ୍ସ ଓ କମେଡି ଥିବା ‘ସଉତୁଣୀ ନଂ ୱାନ୍’ର ସୁଟିଂ ନିକଟରେ ଶେଷ ହୋଇଛି। ବିରଜା ପ୍ରସାଦ ଏହାର ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ଦୀପକ ଜେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe