Different traditions: ଭିନ୍ନ ପରମ୍ପରା: ଖଟୀମାର ପାଣିଶିଙ୍ଗଡ଼ା ମେଳା

ଶୀତଋତୁରେ ପ୍ରାୟତଃ ମେଳାମହୋତ୍ସବ ଆୟୋଜନ ହୁଏ। କିନ୍ତୁ ଉତ୍ତରାଖଣ୍ଡ ତରାଈ ଅଞ୍ଚଳର ନିସ୍ତବ୍ଧ ସୀମାନ୍ତ ନଗରୀ ଖଟୀମାରେ ଯେଉଁ ମେଳା ବସେ, ତାହା ବାସ୍ତବରେ ନିଆରା- ପାଣି ଶିଙ୍ଗଡ଼ା ମେଳା!

fshfhshfshfsshf

ଶୀତଋତୁରେ ପ୍ରାୟତଃ ମେଳାମହୋତ୍ସବ ଆୟୋଜନ ହୁଏ। କିନ୍ତୁ ଉତ୍ତରାଖଣ୍ଡ ତରାଈ ଅଞ୍ଚଳର ନିସ୍ତବ୍ଧ ସୀମାନ୍ତ ନଗରୀ ଖଟୀମାରେ ଯେଉଁ ମେଳା ବସେ, ତାହା ବାସ୍ତବରେ ନିଆରା- ପାଣି ଶିଙ୍ଗଡ଼ା ମେଳା! ଆଉ ଏ ମେଳା ବସିଲେ ଚଉଦିଗ ନଗଦ ଶିଝା ହୋଇଥିବା ପାଣିଶିଙ୍ଗଡ଼ା ବାସ୍ନାରେ ମହକିଉଠେ। ପୁଣି କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଚାଲୁଥିବା ଥଟ୍ଟାପରିହାସଯୁକ୍ତ ଦର କଷାକଷିର ଶବ୍ଦ ବି ଢେର୍‌ ଦୂରଯାଏ ଅନୁରଣିତ ହୁଏ। ଖଟୀମା ନଗରୀଠାରୁ ମାତ୍ର ଛଅ କିଲୋମିଟର୍‌ ଦୂର ଭାରତ-ନେପାଳ ସୀମାନ୍ତବର୍ତ୍ତୀ ଝନ୍‌କଈୟା ଗଙ୍ଗାସ୍ନାନ ଘାଟ ଇଲାକାରେ ୧୦ଦିନ ବ୍ୟାପୀ ଚାଲେ ପାଣିଶିଙ୍ଗଡ଼ା ମେଳା। ଏହି ବାଣିଜ୍ୟ ମେଳାକୁ ବହୁ ନେପାଳୀ ବ୍ୟବସାୟୀ ଓ ଗ୍ରାହକ ବି ଆସନ୍ତି। ପ୍ରତିବର୍ଷ ଗଙ୍ଗାସ୍ନାନ ଦିନ ଆରମ୍ଭ ହେଉଥିବା ଏ ମେଳାରେ ଉତ୍ତରପ୍ରଦେଶର ପୀଲୀଭୀତ୍‌, ବରେଲୀ, ଶାହାଜାହାନ୍‌ପୁର, ଲକ୍ଷ୍ମୀପୁର, ସୀତାପୁର ଆଦି ଜିଲ୍ଲା ଓ ଉତ୍ତରାଖଣ୍ଡରୁ ପିଢ଼ି ପରେ ପିଢ଼ି ବ୍ୟବସାୟୀମାନେ ସମବେତ ହୋଇଆସୁଛନ୍ତି। ଶୀତକାଳୀନ କୃଷି ଉତ୍ପାଦ ବିକ୍ରୟକରି ବେଶ୍‌ ଲାଭବାନ୍‌ ହୁଅନ୍ତି। ଆଉ ସବୁଠୁ କୌତୂହଳର ବିଷୟ ହେଲା, ଏବେ ବି ଏଇ ମେଳାରେ ‘ବଦଳ ପ୍ରଥା’ ଜାରି ରହିଛି।

ସବୁଦିନ ସକାଳୁ ଶହ ଶହ କୃଷକ ଶଗଡ଼ ବୋଝେଇ ନଗଦତୋଳା ପାଣିଶିଙ୍ଗଡ଼ା ନେଇ ମେଳାରେ ପହଞ୍ଚନ୍ତି। ପ୍ରଥମ ଛେକରେ ଆସିଥିବା ପାଣିଶିଙ୍ଗଡ଼ା ନିଜ ପାଇଁ ଓ ପ୍ରିୟପରିଜନଙ୍କ ପାଇଁ କିଣିନେବାକୁ ଅବିଳମ୍ବେ ଗରାଖମାନେ ଆସି ମେଳା ବଜାରରେ ହାଉଯାଉ ହୁଅନ୍ତି। କିଲୋପିଛା ୨୦ରୁ ୨୫ ଟଙ୍କାରେ ମିଳୁଥିବା ଏ ଜଳୀୟ ଗୁଳ୍ମଜ ଫଳ ଆଖିପିଛୁଳାକେ ବିକ୍ରିହୋଇଯାଏ। କେ‌େ‌ବ କେବେ ଚାଉଳ, ଧାନ ଅଥବା ଅନ୍ୟାନ୍ୟ ଶସ୍ୟ ଦେଇ ମଧ୍ୟ ଲୋକେ ବିକ୍ରେତାଙ୍କଠାରୁ ପାଣିଶିଙ୍ଗଡ଼ା ନିଅନ୍ତି।
ଚାରି ଦଶନ୍ଧିରୁ ଅଧିକ ହେବ ପାଣିଶିଙ୍ଗଡ଼ା ମେଳାକୁ ଆସୁଥିବା ପୀଲୀଭୀତ୍‌ର ଜଣେ ବେପାରୀ କହନ୍ତି, ‘‘ଏ ମେଳା ଆମକୁ ଦୁଃସ୍ଥିତିରୁ ରକ୍ଷାକରେ। ଦଶଦିନରେ ଯେତିକି ଉପାର୍ଜନ ହୁଏ ସେଥିରେ ଆମେ ବେଶ୍‌ କିଛି ମାସ ଚଳିଯାଉ।’’

ପାଣିଶିଙ୍ଗଡ଼ା ମେଳାରେ ଟଙ୍କା ନ ଦେଇ ଉତ୍ପାଦିତ ସାମଗ୍ରୀ ବିନିମୟ ବା ଅଦଳବଦଳ କରିବା ପ୍ରଥା ଏ ଅଞ୍ଚଳର ଥାରୁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଆବହମାନ କାଳରୁ ଚଳିଆସୁଛି। ସମ୍ପ୍ରତି ଡିଜିଟାଲ୍‌ ଯୁଗରେ ବି ଏହି ଜନଜାତିର କୃଷକମାନେ ଶସ୍ୟ ବଦଳ ଦେଇ ଫଳ କିଣୁଥିବା ପାଣିଶିଙ୍ଗଡ଼ା ମେଳାରେ ମାମୁଲି ଦୃଶ୍ୟ। ଋତୁକାଳୀନ ବଜାର ହେଲେ ବି ଏ ମେଳା ସାମାଜିକ ଉତ୍ସବ ବୋଲି ବିବେଚନା କରାଯାଏ। ସେଠାରେ ଦୁଇ ଦେଶର ସମ୍ପ୍ରଦାୟ ସମ୍ମିଳିତ ହୋଇ ନିଜ ନିଜ ଭିତରେ ସମ୍ପର୍କ ଗଢ଼ନ୍ତି। ଲୋକଗୀତ ଓ ସଂଗୀତ ଗାଉଣାବାଜଣାରେ ପରିବେଶ ଉତ୍ସବମୁଖର ‌ହୋଇଉଠେ। ଉଠା ଦୋକାନରେ ଶିଝାଯାଉଥିବା ପାଣିଶିଙ୍ଗଡ଼ା ବାମ୍ଫ ବେଶ୍‌ ଦୂରଯାଏ ଚହଟିଯାଏ ଶୀତୁଆ ପବନରେ।

ଉତ୍ତରାଖଣ୍ଡ ସାଂସ୍କୃତିକ ସଂରକ୍ଷଣ ଉପକ୍ରମର ଅଂଶବିଶେଷ ଭାବେ ଏ ମେଳା ଆ‌େୟାଜନରେ ସହାୟତା କରୁଥିବା ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ହେମନ୍ତ ଦ୍ବିବେଦୀ କହନ୍ତି, ‘‘ଏହା କେବଳ ବାଣିଜ୍ୟ ମେଳା ନୁହେଁ। ଏ ମେଳା ଜନସାଧାରଣଙ୍କୁ ଏକତ୍ର କରେ, ଗ୍ରାମୀଣ ଅର୍ଥନୀତି ପନରୁତ୍ଥାନ କରେ ଆଉ ଆମ ଦିଆନିଆ ପରମ୍ପରା ସଜୀବ ରଖେ।’’ ସାଂସ୍କୃତିକ ତାତ୍ପର୍ଯ୍ୟ କଥା ବାଦ୍‌ ଦେଲେ, ପାଣିଶିଙ୍ଗଡ଼ା ଶରୀର ପାଇଁ ବଳକାରକ ବୋଲି କୁହାଯାଏ। ଦିଲ୍ଲୀସ୍ଥିତ ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ର ଡାକ୍ତର ଆୟୁଷୀ ଯୋଶୀ କହନ୍ତି, ‘‘ପାଣିଶିଙ୍ଗଡ଼ାରେ କ୍ୟାଲୋରି କମ୍‌ ଆଉ ତନ୍ତୁ ଅଧିକ। ପୁଣି ଏଥିରେ ଭରି ରହିଥାଏ ଅତ୍ୟାବଶ୍ୟକ ଖଣିଜ ଲବଣ। ଏହା ହଜମକ୍ରିୟାରେ ସହାୟକ ହୁଏ, ବଳ ବୃଦ୍ଧିକରେ ଓ ରକ୍ତଚାପ ନିୟନ୍ତ୍ରଣ କରେ। ଏହା ବ୍ୟତିରେକେ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଓ ଭିଟାମିନ୍‌-ସି ରୋଗ ପ୍ରତିରୋଧକ ଶକ୍ତି ଏବଂ ତ୍ବଚା ଔଜ୍ଜ୍ବଲ୍ୟତା ବୃଦ୍ଧିକରେ।’’ ତେଣୁ, ସ୍ଥାନୀୟ ବାସିନ୍ଦା ଏହାକୁ ଶୀତକାଳୀନ ସୁଖାଦ୍ୟ ଓ ପ୍ରାକୃତିକ ଟନିକ୍‌ କହିବା କିଛି ବିଚିତ୍ର କଥା ନୁହେଁ। ଅଧିକନ୍ତୁ, ପାଣିଶିଙ୍ଗଡ଼ା ଭଳି ମେଳା ଜନସାଧାରଣଙ୍କୁ ସ୍ମରଣ କରାଇଦିଏ ଯେ ପରିବର୍ତ୍ତିତ ବିଶ୍ବ ବି ପୁରାତନ ଧାରା ବିଭିନ୍ନ ସମ୍ପ୍ରଦାୟଙ୍କୁ ଏକସୂତ୍ରେ ବାନ୍ଧି ରଖିବାର କ୍ଷମତା ଅବ୍ୟାହତ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe