‘ଆଗାମୀ ୧୨ବର୍ଷ ପର୍ଯ୍ୟନ୍ତ ଏପରି ହାତ ଉପରକୁ କରି ରଖିବି’

ଦିଗାମ୍ବର ହରିବଂଶ ଗିରି ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏହି ସନ୍ଥ ଜଣକ ଗତ ୫ବର୍ଷ ‌ହେବ ହାତ ଉପରକୁ କରି ଟେକି ରଖିଛନ୍ତି। ଏପରି ସେ ୧୨ବର୍ଷ ରଖିବେ ବୋଲି ସଂକଳ୍ପ କରିଛନ୍ତି।

ଅଦ୍ୟତନ ହୋଇଛି
dfsdf


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ପୌଷ ପୁର୍ଣ୍ଣିମାରୁ ଅର୍ଥାତ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ଯାଏଁ ଚାଲିବ । ଯେଉଁଥିରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ବି ଚାଲିଛି।

ଅଧିକପଢ଼ନ୍ତୁ:ଆକ୍ରମଣ ପରେ ବାଲକୋନିରେ ବୁଲେଟ ପ୍ରୁଫ ଗ୍ଲାସ୍ ଲଗାଇଲେ ସଲମାନ

ନାଗା ସାଧୁଙ୍କ ଆଗମନ ପାଇଁ ଯୋଗଧାମ ନିର୍ମାଣ ହୋଇଛି। ମହାକୁମ୍ଭ ମେଳାକୁ ନେଇ ପର୍ଯ୍ୟଟକ ଓ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଗତ ସେମାବାର ଦିଗାମ୍ବର ହରିବଂଶ ଗିରି ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏହି ସନ୍ଥ ଜଣକ ଗତ ୫ବର୍ଷ ‌ହେବ ହାତ ଉପରକୁ କରି ଟେକି ରଖିଛନ୍ତି। ଏପରି ସେ ୧୨ବର୍ଷ ରଖିବେ ବୋଲି ସଂକଳ୍ପ କରିଛନ୍ତି।

ଅଧିକପଢ଼ନ୍ତୁ:ମୃତଦେହକୁ ବାନ୍ଧି ଟାଣିଟାଣି ଶବଗୃହକୁ ନେବା ଘଟଣାର ଭିଡିଓ ଭାଇରାଲ

ପ୍ରୟାଗରାଜରେ ପହଞ୍ଚିଥିବା ଦିଗାମ୍ବର ହରିବଂଶ ଗିରି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଗତ ୫ବର୍ଷ ହେବ ମୋର ବାମ ହାତକୁ ଉପରକୁ ଟେକି ରଖିଛି। ଏପରି ମୁଁ ୧୨ବର୍ଷ ପର୍ଯ୍ୟନ୍ତ କରିବି ବୋଲି ସଂକଳ୍ପ ନେଇଛି। ମୁଁ ଆଶା କରୁଛି ଦେଶର ବିକାଶ ହେଉ, ଦେଶ ଉନ୍ନତି କରୁ। ମୁଁ ପ୍ରତିଥର କୁମ୍ଭମେଳାକୁ ଆସିଥାଏ। ଚଳିତଥର ବି କୁମ୍ଭମେଳା ପାଇଁ ଖୁବ ସୁନ୍ଦର ବ୍ୟବସ୍ଥା କରାଯାଇଛି। 
୧୨ ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭ ମେଳା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା, ଧାର୍ମିକ ଆଲୋଚନା ପାଇଁ ମଞ୍ଚ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ନୂତନ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe