ମହାକୁମ୍ଭରେ ଡିଜିଟାଲ ବୁଡ଼: ପ୍ରୟାଗରାଜରେ ୧୧୦୦ ଟଙ୍କାରେ ହେଉଛି ଫଟୋ ସ୍ନାନ

digital deep

Photograph: (SAMBAD.IN)

ପ୍ରୟାଗରାଜ: ଆପଣ ପ୍ରୟାଗରାଜ ଯାଇପାରୁନାହାନ୍ତି କି ? ମହାକୁମ୍ଭରେ ବୁଡ଼ ପକାଇବାକୁ ଇଚ୍ଛା ଥାଇ ବି ସେ ଇଚ୍ଛା ପୂରଣ ହେଇ ପାରୁନି କି ? ଭିଡ଼ କାରଣରୁ ଜୀବନକୁ ବିପଦରେ ପକାଇ ଆପଣ ମହାକୁମ୍ଭ ଯିବାକୁ ଚାହୁଁ ନାହାନ୍ତି କି ? ଯେଉଁମାନେ ପ୍ରୟାଗରାଜ ଯାଇପାରୁ ନାହାନ୍ତି ସେମାନଙ୍କ ପାଇଁ ଅଛି ଡିଜିଟାଲ ବୁଡ ବ୍ୟବସ୍ଥା । ଘରେ ବସି ବି ଆପଣ ତ୍ରିବେଣୀରେ ପବିତ୍ର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିପାରିବେ ।

ହଁ ଆଜ୍ଞା କଥାଟା ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଆପଣ ଯେଉଁ କଥାକୁ ବିଶ୍ବାସ କରିପାରୁ ନାହାନ୍ତି ସେ କଥାକୁ ସ୍ଥାନୀୟ ଜଣେ ଯୁବକ ଡିଜିଟାଲ ମାଧ୍ୟମରେ କରିବାକୁ ପ୍ରୟାସ କରିଛନ୍ତି । ଆପଣ ସିନା ବୁଡ ପକାଇ ପାରିବେନି ହେଲେ ଆପଣଙ୍କ ଫଟୋ ତ ବୁଡ ପକାଇ ପାରିବ । ଏମିତି ଏକ ନାରା ଦେଇ ପ୍ରୟାଗରାଜର ପବିତ୍ର ତ୍ରିବେଣୀରେ ଫଟୋ ସ୍ନାନ କରାଇ ଟଙ୍କା ରୋଗଜାର କରୁଛନ୍ତି ଯୁବକ ।

ଆଜିର ଡିଜିଟାଲ ଯୁଗରେ ଏମିତି କରି ଚର୍ଚ୍ଚାରେ ଅଛନ୍ତି ପ୍ରୟାଗରାଜର ଯୁବକ ଦୀପକ ଗୋୟଲ । ସେ ପ୍ରତି ଫଟୋକୁ ୧୧୦୦ ଟଙ୍କା ନେଇ ସଙ୍ଗମରେ ସ୍ନାନ କରାଉଛନ୍ତି । ତେବେ ଡିଜିଟାଲ ସ୍ନାନ ପାଇଁ ସେ ହ୍ବାଟ୍ସଆପ ଜରିଆରେ ଫଟୋ ନେଇ ପ୍ରିଣ୍ଟ ବାହାର କରୁଛନ୍ତି ଆଉ ଫଟୋ ପିଛା ଟଙ୍କା ପୈଠର ୨୪ ଘଣ୍ଟା ଭିତରେ ସେ ଏହି ଫଟୋ ସ୍ନାନ କରାଉଥିବାର ଖବର ଏବେ ସୋସିଆଲ ମିଡିଆରେ ଜୋର ଭାଇରାଲ ହେଉଛି । କେହି କେହି ଏହାକୁ ଡିଜିଟାଲ ଇଣ୍ଡିଆର ନୂଆ ଷ୍ଟାର୍ଟଅପ୍ କହୁଥିବା ବେଳେ କିଏ ଏଆଇର ନୂଆ ଭର୍ସନ କହୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe