ମାନଚିତ୍ରରେ ଡାଇନୋସର୍

ମାନଚିତ୍ରରେ ଡାଇନୋସର୍

Samaa English

ଗତ ସପ୍ତାହରେ ଫ୍ରାନ୍‌ସର ଦଳେ ସାଇକେଲ ଚଢ଼ାଳି ଏକ ନିଆରା ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ସେମାନେ ୧,୦୨୫ କି.ମି. ଦୀର୍ଘ ପଥ ଅତିକ୍ରମ କରି ମାନଚିତ୍ରରେ ଭେଲୋସିରାପ୍ଟର (ଡାଇନୋସର୍ ପ୍ରଜାତି)ର ଚିତ୍ର ଆଙ୍କିଛନ୍ତି। କେନ୍ଦ୍ରୀୟ ଫ୍ରାନ୍‌ସର ଆଲିଅର ଅଞ୍ଚଳ ଅନ୍ତର୍ଗତ ମେଲାର୍ଡଠାରୁ ବାହାରି ପୁଣି ସେଠାରେ ପହଞ୍ଚିବାକୁ ସେମାନଙ୍କୁ ୪୩ ଘଣ୍ଟା ୪୭ ମିନିଟ୍‌ ଧରି ସାଇକେଲ ଚଳାଇବାକୁ ପଡ଼ିଥିଲା। ତେବେ ଏଥିପାଇଁ ସେମାନଙ୍କ ୬ ଦିନର ଅଭିଯାନ ଭିତରେ ସେମାନେ ଚେର, ସାଓନ୍‌-ଏଟ୍‌-ଲଏର, ଇଣ୍ଡର ଓ କ୍ରିଉଜ୍‌ ଆଦି ଅଞ୍ଚଳର ବିଭିନ୍ନ ସଡ଼କ ପଥ ଓ ପାର୍ବତ୍ୟାଞ୍ଚଳ ଅତିକ୍ରମ କରିଥିଲେ।

ପୂର୍ବରୁ ଏହି ଅଭିଯାତ୍ରୀ ଦଳ ୨୦୨୦ରେ ସାଇକେଲ ଚଳାଇ ଏକ ୨୦୦ କି.ମି. ଦୀର୍ଘ ଟିରାନୋସରସ୍‌ ରେକ୍‌ସ (ଅନ୍ୟତମ ଡାଇନୋସର୍ ପ୍ରଜାତି) ଆଙ୍କିଥିଲେ। ଉଲ୍ଲେଖଯୋଗ୍ୟ, ପରିବେଶ ପରିବର୍ତ୍ତନ ଯୋଗୁଁ ଡାଇନୋସର୍‌ ଭଳି ବୃହତ୍ତମ ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି। ସେହିପରି ବର୍ତ୍ତମାନର ପରିବେଶଗତ ଅବକ୍ଷୟ ପାଇଁ ମାନବ ସମାଜ ହିଁ ମୁଖ୍ୟତଃ ଦାୟୀ। ଆମମାନଙ୍କ ଦ୍ବାରା ପରିବେଶ ଦିନକୁ ଦିନ ସଂକଟାପନ୍ନ ହେବା ସହ ଆମେମାନେ ହିଁ ଏହାଦ୍ବାରା ବେଶୀ କ୍ଷତିଗ୍ରସ୍ତ। ତେଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଦୂଷଣବିହୀନ ସାଇକେଲ ଯାତ୍ରା କରିବା ସହ ମାନଚିତ୍ରରେ ଡାଇନୋସର୍‌ ଆକୃତିର ଯାତ୍ରାପଥ ଆଙ୍କିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉକ୍ତ ଅଭିଯାତ୍ରୀ ଦଳର ପ୍ରମୁଖ ସଦସ୍ୟମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe