୧୮୧ ବର୍ଷ ହେଲା ସୁରକ୍ଷିତ ଭାବେ କାଚ ଜାରରେ ରହିଛି ଏହି ସିରିୟଲ୍‌ କିଲ୍‌ରର ମୁଣ୍ଡ

Advertisment
୧୮୧ ବର୍ଷ ହେଲା ସୁରକ୍ଷିତ ଭାବେ କାଚ ଜାରରେ ରହିଛି ଏହି ସିରିୟଲ୍‌ କିଲ୍‌ରର ମୁଣ୍ଡ

www.aajtak.in

ନୂଆଦିଲ୍ଲୀ: ପର୍ତ୍ତୃଗଲ୍‌ର ରାଜଧାନୀ ଲିସ୍‌ବନ୍‌ରେ ଜଣେ ବ୍ୟକ୍ତିର ମୁଣ୍ଡକୁ ୧୮୧ ବର୍ଷ ହେଲା ସୁରକ୍ଷିତ ରଖାଯାଇଛି। ଆଜି ବି ଏକ କାଚ୍‌ ଜାରରେ ପଶି ରହିଥିବା ସେହି ମୁଣ୍ଡଟି ଏକଦମ୍‌ ସତେଜ ଦିଶୁଛି। ବ୍ୟକ୍ତି ଜଣକର ମୁଣ୍ଡକୁ କାହିଁକି ଏପରି ରଖାଯାଇଛି ବୋଲି କାରଣ ଜାଣିଲେ ଆପଣ ବି ଚକିତ ହୋଇଯି‌ବେ।

ଏହି ବ୍ୟକ୍ତି ଜଣକ କୌଣସି ମହାନ କାମ କରିଛି ବୋଲି ତା’ ମୁଣ୍ଡକୁ ଏପରି ସୁରକ୍ଷିତ ଭାବେ ରଖା ଯାଇନାହିଁ। ବରଂ ସେ ହେଉଛି ଜଣେ ସିରିୟଲ୍‌ କିଲର୍‌। ଜାଣିବାକୁ ମିଳିଛି ‌ଯ କ‌ାଚ୍‌ ଜାର୍‌ରେ ଦୃଶ୍ୟମାନ ହୋଇଥିବା ଏହି ବ୍ୟକ୍ତି ଜଣକ ୭୦ରୁ ଅଧିକ ଲୋକଙ୍କ ହତ୍ୟା କରିଛି।

ଅନେକ ନୀରିହ ଲୋକଙ୍କ ହତ୍ୟା କରିଥିବା ଏହି ବ୍ୟକ୍ତି ଜଣକୁ ସେ ସମୟରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ତାକୁ ଫାଶୀରେ ଝୁଲାଯିବା ପରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ତା’ ମୁଣ୍ଡକୁ ଏପରି ଭାବେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି।

ଜାଣିବାକୁ ମିଳିଛି ‌ଯେ ଏହି ବ୍ୟକ୍ତି ପରେ ସେହି ଦେଶରେ କାହାକୁ ବି ଫାଶୀ ଦଣ୍ଡାଦେଶ ହୋଇନାହିଁ। ଏହି ସିରିୟଲ୍‌ କିଲର୍‌ର ନାଁ ଡିୟୋଗୋ ଅଲ୍‌ଭେସ୍‌। ଡିୟୋଗର ଜନ୍ମ ୧୮୧୯ ମସିହାରେ ସ୍ପେନ୍‌ର ମେସେଲିୟା ସହରରେ ହୋଇଥିଲା। ସେ ଯେବେ ବଡ଼ ହେଲା କାମ ଖୋଜି ଖୋଜି ପର୍ତ୍ତୃଗାଲ୍‌ରେ ପହଞ୍ଚିଲା। ପର୍ତ୍ତୃଗାଲ୍‌ର ଲିସ୍‌ବନ୍‌ରେ ଚାକିରି ଖୋଜିବାରେ ଲାଗିଲା। ମାତ୍ର ତାକୁ ଚାକିରି ମିଳିଲା ନାହିଁ। ସେ ଶେଷରେ କିଛି ଏପରି ଲୋକଙ୍କ ସହ ମିଳିଗଲା ଯେଉଁଥିପାଇଁ ତାକୁ ହତ୍ୟାକାରୀ ହେବାକୁ ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe