photo by : Dainik Bhaskar
ଦିବ୍ୟାଙ୍ଗମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କ ପାଇଁ ଆରମ୍ଭ ହୋଇଛି ଦେଶର ପ୍ରଥମ ଦିବ୍ୟାଙ୍ଗ ନ୍ୟୁଜ୍ ଚ୍ୟାନେଲ। ଏହି ଚ୍ୟାନେଲଟି କେବଳ ଦିବ୍ୟାଙ୍ଗମାନଙ୍କର ସୁବିଧା ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଠାରୁ ଆରମ୍ଭ କରି ଧାର୍ମିକ ଏବଂ ସାମାଜିକ ଖବରମାନ ପ୍ରସାରଣ କରିବ। ଯାହାଫଳରେ ଦିବ୍ୟାଙ୍ଗମାନେ ବେଶ୍ ଉପକୃତ ହୋଇପାରିବେ। ଏଥିସହିତ ଏହି ଚ୍ୟାନେଲରେ ଆଙ୍କର ଠାରୁ ଆରମ୍ଭ କରି ସମସ୍ତେ କମର୍ଚାରୀ ମଧ୍ୟ ଦିବ୍ୟାଙ୍ଗ ରହିବେ ବୋଲି ଜଣାପଡିଛି।
ସୁରଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍ ଚ୍ୟାନେଲ ଆରମ୍ଭ କରାଯାଇଛି, ଯେଉଁଠି ନ୍ୟୁଜ୍ ଆଙ୍କରଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଏବଂ ଅତିଥି ଦିବ୍ୟାଙ୍ଗ ରହିବେ ବୋଲି ଜଣାପଡ଼ିଛି । ଦକ୍ଷିଣ ଗୁଜୁରାଟରୁ ଏହାର ପ୍ରସାରଣ ଆରମ୍ଭ କରାଯାଇ ସାରିଛି । ଏହାକୁ କିଛି ଦିନ ମଧ୍ୟରେ ସାରା ଦେଶରେ ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି ।
ଏହି ଚ୍ୟାନେଲକୁ ଡିଜେବଲ ଓ୍ଵଲଫେୟାର ଟ୍ରଷ୍ଟ ଆରମ୍ଭ କରିଛି । ଚ୍ୟାନେଲର ସଞ୍ଚାଳକ କନୁ ଟେଲରଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଆଙ୍କରିଂଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ସବୁ କାମ ଦିବ୍ୟାଙ୍ଗ କରିବେ । ଖୁବ୍ ଶୀଘ୍ର ସେମାନଙ୍କୁ ଟ୍ରେନିଙ୍ଗ ଦିଆଯିବା କାମ ଆରମ୍ଭ କରାଯିବ । ଏହି କାମ ପୂରା ହେବା ପାଇଁ ୬ ମାସ ସମୟ ଲାଗିପାରେ । ଏହା ପରେ ଏହା ସଂପୂର୍ଣ୍ଣ ଭାବରେ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ଚ୍ୟାନେଲ ହୋଇଯିବ ।
ଏହି ଚ୍ୟାନେଲରେ ଇଣ୍ଟରଭିଉ, ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା, ଧାର୍ମିକ ଏବଂ ସାମାଜିକ ଖବର ବ୍ୟତୀତ ଅନ୍ୟ କୌଣସି ଖବର ପ୍ରସାରଣ କରାଯିବ ନାହିଁ । ଅନ୍ୟ ପକ୍ଷରେ ପ୍ରଥମ ଦିବ୍ୟାଙ୍ଗ ଚ୍ୟାନେଲ ଭାବରେ ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ଼୍ ରେକର୍ଡ଼ରେ ଚ୍ୟାନେଲକୁ ସାମିଲ କରିବା ପାଇଁ ଚ୍ୟାନେଲର ପ୍ରୋଗ୍ରାମ୍ ନିର୍ଦ୍ଦେଶକ ନିତଲ ଶାହା ଆବେଦନ କରିଥିବା ଜଣାପଡ଼ିଛି ।
Follow Us