ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ କ୍ୟାରିଅର୍‌ କରିବା ପୂର୍ବରୁ ଜାଣନ୍ତୁ ଏସବୁ  

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ କ୍ୟାରିଅର୍‌ କରିବା ପୂର୍ବରୁ ଜାଣନ୍ତୁ ଏସବୁ  

photo-indiandefencereview

ସଂପ୍ରତି ନୂଆ କ୍ୟାରିଅର ବିକଳ୍ପ ସନ୍ଧାନରେ ଅଛନ୍ତି ଛାତ୍ରଛାତ୍ରୀ। ସେମାନେ ଭାବୁଛନ୍ତି ଯେ ଏଭଳି ଲାଇନରେ କ୍ୟାରିଅର୍‌ କରିବେ ଯେଉଁଥିରେ ଶୀଘ୍ର ଚାକିରି ମିଳିଯିବ। ତେଣିକି ସେଥିରେ କାମ କରିବା କଷ୍ଟସାଧ୍ୟ ହେଉ କି ସହଜସାଧ୍ୟ । ଏଭଳି ଏକ ନୂତନ କ୍ୟାରିଅର ବିକଳ୍ପ ହେଲାପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ କ୍ୟାରିଅର୍‌ ।

ପ୍ରାକୃତିକ ଓ ମାନବୀୟ ବିପତ୍ତି ଯୋଗୁଁ   ମନୁଷ୍ୟ, ପଶୁ,  ପ୍ରାକୃତିକ  ଧନ ସଂପଦର କ୍ଷୟକ୍ଷତି ଘଟିଥାଏ । ଏହି କ୍ଷତିଭରଣା କରିବା ପାଇଁ  ମନୁଷ୍ୟକୁ  ଖୁବ୍‌  କଷ୍ଟ କରିବାକୁ ପଡ଼େ । ଭାରତରେ ବନ୍ୟା, ଦୁର୍ଭିକ୍ଷ ଓ ଭୂମିକମ୍ପ ଭଳି  ପ୍ରାକୃତିକ ବିପତ୍ତି ସଦାର୍ସବଦା  ଲାଗି ରହିଛି । ଦେଶର ସତୁରୀ ପ୍ରତିଶତ ଜମି ଏବେ ଶୁଖିଲା  ପଡି ରହିଛି । ଏସବୁ  ପ୍ରାକୃତିକ ଓ ମାନବୀୟ ବିପତ୍ତିର ପରିଚାଳନାର ଆବଶ୍ୟକତା ଖୁବ୍‌  ବଢିଯାଇଛି । ଏହାକୁ ଇଂରାଜୀରେ କୁହାଯାଏ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ । ଏଣୁ ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ କ୍ୟାରିଅର୍‌ କରିବାକୁ ଚାହୁଁଛନ୍ତି ସେମାନେ ଏଥିରେ ଯିବା ଆଗରୁ କେତେକ କଥା ଜାଣିବା ଉଚିତ। କାରଣ ଏହା ଯେତେ ସହଜ ମନେ ହୁଏ ବାସ୍ତବରେ ସେତେଟା ସହଜ ନୁହେଁ। ଆସନ୍ତୁ ପ୍ରଥମେ ଜାଣିବା ଏଥିରେ କ’ଣ କ’ଣ କରିବାକୁ ପଡ଼ିବ।

publive-image photo-.firstpost.in

ଡିଜାଷ୍ଟର  ମ୍ୟାନେଜମେଣ୍ଟ ପ୍ରଫେସନାଲମାନଙ୍କର ମୁଖ୍ୟ କାମ ହେଲା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର  କରି ସେମାନଙ୍କୁ   ମୁଖ୍ୟ ସ୍ରୋତରେ ସାମିଲ୍‌ କରାଇବା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର  ଆବଶ୍ୟକୀୟ ଅର୍ଥରାଶି  ଯୋଗାଇ ଦେଇ ଥାଆନ୍ତି । ଏଥିରେ  ଗୃହ ମନ୍ତ୍ରାଳୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କୃଷି ଓ ସହକାରିତା ମନ୍ତ୍ରାଳୟ ଦୁର୍ଭିକ୍ଷ ସମୟରେ  ସର୍ବାଧିକ  ଦାୟିତ୍ୱ  ନିଜ ଉପରକୁ  ନେଇଥାଏ । ଅନ୍ୟାନ୍ୟ  କେତେକ ବିପର୍ଯ୍ୟୟ ସମୟରେ ତତ୍‌ ସଂପର୍କୀତ ମନ୍ତ୍ରାଳୟମାନେ ତତ୍ପର ହୋଇଉଠନ୍ତି । ଯେମିତିକି  ବିମାନ ଦୁର୍ଘଟଣା ସମୟରେ   ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଜଙ୍ଗଲ ଓ ପରିବେଶ  ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପରମାଣୁ ଶକ୍ତି ମନ୍ତ୍ରାଳୟ ମଧ୍ୟ ବିଭିନ୍ନ ପ୍ରକାରର ବିପଦ ସମୟରେ ଦାୟିତ୍ୱ ନେଇ ଥାଆନ୍ତି । ଡିଜାଷ୍ଟର୍‌  ମ୍ୟାନେଜ୍‌ମେଣ୍ଟରେ  ପ୍ରଶିକ୍ଷିତ ଲୋକେ ବିପର୍ଯ୍ୟୟ ସମୟରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିଭାଇ ଥାଆନ୍ତି ।

ସରକାରଙ୍କ ସହଯୋଗ: ମାନବ ସମ୍ବଳ ବିକାଶ  ମନ୍ତ୍ରାଳୟ  ଦଶମ ପଞ୍ଚ ବାର୍ଷିକ ଯୋଜନାରେ  ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟକୁ  ସ୍କୁଲ ଓ ପ୍ରଫେସନାଲ୍‌  ଏଜୁକେସନ୍‌ରେ ସାମିଲ୍‌  କରିଥିଲେ । ୨୦୦୩ରେ  ପ୍ରଥମ ଥର ପାଇଁ  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସି ବି ଏସ ୍‌ଇ)ରେ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବିଷୟର ପାଠ୍ୟକ୍ରମରେ ଏହାକୁ    ସଂଯୋଗ  କରାଯାଇଥିଲା ।  ତା’ପରେ  ଉଚ୍ଚତର ଶିକ୍ଷାରେ ମଧ୍ୟ   ଏହାକୁ  ଅନ୍ତର୍ଭୁକ୍ତ କରାଯାଇଛି ।

କେଉଁଠି କରିବେ କୋର୍ସ: ଏବେ ଦେଶର  କେତେକ ଶିକ୍ଷାନୁଷ୍ଠାନରେ ଡିଜାଷ୍ଟାର ମ୍ୟାନେଜ୍‌ମେଣ୍ଟ କୋର୍ସର ପ୍ରଚଳନ ହେଲାଣି । ଏଥିରେ ସାର୍ଟିଫିକେଟ୍‌ କୋର୍ସ ଠୁଁ ଆମ୍ଭ କରି ପିଜି ଡିପ୍ଲୋମା ଯାଏଁ ବିଭିନ୍ନ କୋର୍ସ ପ୍ରଚଳିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe