ହିମାଳୟରେ ହଜି ଯାଇଥିବା ଏହି ୨ ଯୁବକଙ୍କ ଶେଷରେ ଏମିତି ଭବେ ପାଇଲେ ପରିବାର ଲୋକେ, ଭାବି ପତ୍ନୀଙ୍କ ଗର୍ଭରେ ଥିବା ପୁଅର ବୟସ ଏବେ ୩୦ ବର୍ଷ!

ହିମାଳୟରେ ହଜି ଯାଇଥିବା ଏହି ୨ ଯୁବକଙ୍କ ଶେଷରେ ଏମିତି ଭବେ ପାଇଲେ ପରିବାର ଲୋକେ, ଭାବି ପତ୍ନୀଙ୍କ ଗର୍ଭରେ ଥିବା ପୁଅର ବୟସ ଏବେ ୩୦ ବର୍ଷ!

କାଠମାଣ୍ଡୁ: ଦୀର୍ଘ ତିରିଶି ବର୍ଷ ତଳେ ହିମାଳୟ ପର୍ବତରେ ଅଦୃଶ୍ୟ ହୋଇ ଯାଇଥିବା ୨ ଜଣ ବନ୍ଧୁଙ୍କ ମୃତ ଶରୀରର ଅଂଶବିଶେଷ ନିକଟରେ ହସ୍ତଗତ ହୋଇଛି। କ୍ରିଷ୍ଟିନ୍‌ ରୁନାରସନ ଓ ପରେ୍‌ଷ୍ଟେନ୍‌ ଗୁଡ୍‌ଜନ୍‌ସନ ନାମକ ଏହି ଦୁଇ ଯୁବକଙ୍କୁ ଶେଷ ଥର ପାଇଁ ୧୯୮୮ ମସିହା ଅକ୍ଟୋବର ୨୮ ତାରିଖରେ ଦେଖିବାକୁ ମିଳିଥିଲା। କ୍ରିଷ୍ଟିନ୍‌ ରୁନାରସନ ଓ ପରେ୍‌ଷ୍ଟେନ୍‌ ଗୁଡ୍‌ଜନ୍‌ସନ ତାଙ୍କର ଅନ୍ୟ ଜଣେ ବନ୍ଧୁ ଷ୍ଟିଭ୍‌ ଆଇସ୍ତୋରୋପଙ୍କ ସହ ନେପାଳ-ତିବତ ସୀମାରେ ପୁମୋରି ଅଭିଯାନରେ ବାହାରିଥିଲେ। ଅଧା ବାଟରେ ଷ୍ଟିଭ୍‌ ଆଇସ୍ତୋରୋପ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଛାଡ଼ି ସେ ଦୁହେଁ ହିମାଳୟ ଉପରକୁ ଯାତ୍ରା କରିଥିଲେ। ମାତ୍ର ଦୁଃଖର କଥା ହେଉଛି, ସେ ଦୁହେଁ ସେଠାରୁ ଆଉ ଫେରିନଥିଲେ।

publive-image

ଗତ ସପ୍ତାହରେ ଜଣେ ଆମେରିକୀୟ ପର୍ବତାରୋହୀ ସେ ଦୁହିଁଙ୍କର ଅସ୍ତିବିଶେଷ ପାଇବା ପରେ ସେମାନେ ପାହାଡ଼ ଉପରେ ଥିବା ପଥର ସନ୍ଧିରେ ଖସି ପଡ଼ିବାରୁ ସେମାନଙ୍କ ଜୀବନ ଯାଇଥିବା ସୂଚନା ଦେଇଛନ୍ତି। ଆଞ୍ଚଳିକ ପାହାଡ଼ ଚଢ଼ାଳି ଦଳଙ୍କ ସହାୟତାରେ ସେ ଦଦୁହିଁଙ୍କ କଙ୍କାଳକୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଛି। ସଂପର୍କୀୟମାନଙ୍କ ଉପସ୍ଥିତରେ ସେମାନଙ୍କ ସୁଦ୍ଧି କ୍ରିୟା ବି ହୋଇଛି। ସୁଦ୍ଧି କ୍ରିୟା ପରେ ପରିବାର ଲୋକ ସେମାନଙ୍କ ଭଷ୍ମ ପାଉଁସକୁ ଘରକୁ ନେଇଛନ୍ତି।

publive-image

ସେଦିନର କଥା ମନେ ପକାଇ ବନ୍ଧୁ ଷ୍ଟିଭ୍‌ ଆଇସ୍ତୋରୋପ(୫୫) କହନ୍ତି କି ସେ ସମୟରେ କ୍ରିଷ୍ଟିନ୍‌ ରୁନାରସନଙ୍କ ଭାବି ପତ୍ନୀ ଗର୍ଭବତୀ ଥିଲେ। ତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପୁଅର ବୟସ ଏବେ ୩୦ ବର୍ଷ। କାଠମାଣ୍ଡୁରେ ରହୁଥିବା କ୍ରିଷ୍ଟିନ୍‌ଙ୍କ ପରିବାରର ତାଙ୍କ ପୁଅ ଜଣେ ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe