Advertisment

ଆବିଷ୍କାର-ଉଦ୍ଭାବନ: ଦନ୍ତକ୍ଷୟ ରୋକିବ କେଶରୁ ପ୍ରସ୍ତୁତ ଟୁଥ୍‌ପେଷ୍ଟ୍‌

Advertisment

ଆଉ ଅଳ୍ପ କେତେବର୍ଷ ଭିତରେ ବଜାରରେ ମିଳିବ ଦନ୍ତକ୍ଷୟ ରୋକିବା ଲାଗି ଗୋଟାଏ ନୂଆ ଧରଣର ଟୁଥ୍‌ପେଷ୍ଟ୍‌। ତାହା ପୁଣି ତିଆରି ହେବ କେଶରେ। କିଙ୍ଗ୍‌ସ୍‌ କଲେଜ୍‌ ଲଣ୍ଡନ୍‌ର ଗବେଷକମାନେ କହନ୍ତି, କେଶରୁ ତିଆରି ଟୁଥ୍‌ପେଷ୍ଟ୍‌ କ୍ଷୟ ହୋଇଯାଇଥିବା....

ଆଉ ଅଳ୍ପ କେତେବର୍ଷ ଭିତରେ ବଜାରରେ ମିଳିବ ଦନ୍ତକ୍ଷୟ ରୋକିବା ଲାଗି ଗୋଟାଏ ନୂଆ ଧରଣର ଟୁଥ୍‌ପେଷ୍ଟ୍‌। ତାହା ପୁଣି ତିଆରି ହେବ କେଶରେ। କିଙ୍ଗ୍‌ସ୍‌ କଲେଜ୍‌ ଲଣ୍ଡନ୍‌ର ଗବେଷକମାନେ କହନ୍ତି, କେଶରୁ ତିଆରି ଟୁଥ୍‌ପେଷ୍ଟ୍‌ କ୍ଷୟ ହୋଇଯାଇଥିବା....

hhfsffh

ଆଉ ଅଳ୍ପ କେତେବର୍ଷ ଭିତରେ ବଜାରରେ ମିଳିବ ଦନ୍ତକ୍ଷୟ ରୋକିବା ଲାଗି ଗୋଟାଏ ନୂଆ ଧରଣର ଟୁଥ୍‌ପେଷ୍ଟ୍‌। ତାହା ପୁଣି ତିଆରି ହେବ କେଶରେ। କିଙ୍ଗ୍‌ସ୍‌ କଲେଜ୍‌ ଲଣ୍ଡନ୍‌ର ଗବେଷକମାନେ କହନ୍ତି, କେଶରୁ ତିଆରି ଟୁଥ୍‌ପେଷ୍ଟ୍‌ କ୍ଷୟ ହୋଇଯାଇଥିବା ଦାନ୍ତ ଏନାମେଲ୍‌ ମରାମତି କରିବା ସହିତ ତାହାକୁ ସୁରକ୍ଷିତ  ରଖିବ। ବୈଜ୍ଞାନିକ ଦଳ ଜାଣିପାରିଛନ୍ତି ଯେ କେଶ, ଚର୍ମ ଓ ନଖରେ ଥିବା କେରାଟିନ୍‌ ନାମକ ପ୍ରୋଟିନ୍‌ ବା ପୁଷ୍ଟିସାର ଲାଳ ସଂସ୍ପର୍ଶରେ ଆସିଲେ ଗୋଟାଏ ସୁରକ୍ଷାପ୍ରଦାୟୀ ଆସ୍ତରଣ ଉତ୍ପନ୍ନ କରେ, ଯାହାର ଗଢ଼ଣ ଓ କାର୍ଯ୍ୟ ପ୍ରାକୃତିକ ଦାନ୍ତ ଏନାମେଲ୍‌ ଭଳି। ଏହା ପରୀକ୍ଷା କରିବା ଲାଗି ସେମାନେ ପ୍ରାଣୀ ପଶମ ବା ବହଳଲୋମରୁ କେରାଟିନ୍‌ ନିଷ୍କାସନ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରାଣୀ ପଶମ ଗଠନ ଉପାଦାନ ମନୁଷ୍ୟ କେଶରାଶି ଉପାଦାନ ସହ ସମାନ।

ସମ୍ପ୍ରତି ଅମ୍ଳଯୁକ୍ତ ଆହାର ଓ ପାନୀୟ, ବାର୍ଦ୍ଧକ୍ୟ ଓ ମୁଖଗହ୍ବର ଅପରିଚ୍ଛନ୍ନତା କାରଣରୁ ଘଟୁଥିବା ଏନାମେଲ୍‌ ଓ ଦନ୍ତକ୍ଷୟ ରୋକିବା ଦନ୍ତଚିକିତ୍ସକଙ୍କ ନିମନ୍ତେ ଦୁଃସାଧ୍ୟ ହୋଇପଡ଼ିଛି। କିଙ୍ଗ୍‌ସ୍‌ କଲେଜ୍‌ ଲଣ୍ଡନ୍‌ର କୃତ୍ରିମ ଦନ୍ତବିଶେଷଜ୍ଞ ତଥା ଏ ଗବେଷଣାର ମୁଖ୍ୟ ଡାକ୍ତର ସେରିଫ୍‌ ଏଲ୍‌ସାର୍‌କଇ କହନ୍ତି, ‘‘ଏନାମେଲ୍‌ କ୍ଷୟ ହେଲେ ଦାନ୍ତ ଝିମିଝିମି ଓ ବିନ୍ଧା ହୋଇ ଶେଷରେ ଦାନ୍ତକ୍ଷୟ ହୁଏ। ହାଡ଼ ଓ କେଶ ଭଳି ଏନାମେଲ୍‌ କିନ୍ତୁ ଦାନ୍ତରେ ପୁନର୍ବାର ସୃଷ୍ଟି ହୁଏନାହିଁ। ଥରେ ଏନାମେଲ୍‌ ଗଲେ ଜାଣ ଚିରକାଳ ପାଇଁ ଚାଲିଗଲା।’’

ଫ୍ଲୋରାଇଡ୍‌ ଟୁଥ୍‌ପେଷ୍ଟ୍‌ ଏନାମେଲ୍‌ କ୍ଷୟଯିବା ପ୍ରକ୍ରିୟା ମନ୍ଥର କରିଦିଏ ସତ, କିନ୍ତୁ ବନ୍ଦ କରିପାରେ ନାହିଁ। ମାତ୍ର ଏ ନବନିର୍ମିତ କେରାଟିନ୍‌ଭିତ୍ତିକ ଟୁଥ୍‌ପେଷ୍ଟ୍‌ ଏନାମେଲ୍‌ କ୍ଷୟ ସମ୍ପୂର୍ଣ୍ଣ ବନ୍ଦ କରିଦିଏ। ଲାଳରେ ପ୍ରାକୃତିକ ଭାବେ ସୃଷ୍ଟିହେଉଥିବା କ୍ୟାଲ୍‌ସିୟମ ଓ ଫସ୍‌ପେଟ୍‌ ଆୟନ୍‌ ଭଳି ଖଣିଜ ଲବଣ ସଂସ୍ପର୍ଶରେ ଆସିଲେ ଏହି କେରାଟିନ୍‌ ଟୁଥ୍‌ପେଷ୍ଟ୍‌ ଗୋଟାଏ ବହଳ ସ୍ଫଟିକ ସଦୃଶ ଆସ୍ତରଣ ସୃଷ୍ଟିକରେ, ଯାହା ମୁକୁଳା ପଡ଼ିଥିବା ସ୍ନାୟୁସୂତ୍ର ମୁଦିଦେଇ ଦାନ୍ତ ସୁରକ୍ଷିତ ରଖେ। ଏହି ଆସ୍ତରଣ ଅବିକଳ ଏନାମେଲ୍‌ ଆସ୍ତରଣ ବା ଆବରଣ ଭଳି କାମକରେ। ଏହାର ରଙ୍ଗ ମଧ୍ୟ ଅସଲି ଦାନ୍ତ ରଙ୍ଗ ସହିତ ମେଳ ଖାଇଯାଏ।
ଏହି ନବ ଆବିଷ୍କୃତ ଉପାଦାନ ଘରେ ଦୈନନ୍ଦିନ ଦାନ୍ତ ଘଷିବା ଲାଗି ବ୍ୟବହୃତ ଟୁଥ୍‌ପେଷ୍ଟ୍‌ରେ ମିଶାଯାଇ ପାରିବ ଅଥବା ଜେଲ୍‌ ଆକାରରେ ନଷ୍ଟ ହୋଇଥିବା ଦାନ୍ତରେ ଲଗାଯାଇ ପାରିବ ଠିକ୍‌ ଯେମିତି ନଖରେ ବାର୍ଣ୍ଣିସ୍‌ ଲଗାଯାଏ। ଏହି ଶସ୍ତା ଓ ସ୍ଥାୟୀ ଚିକିତ୍ସା ଦୁଇତିନି ବର୍ଷ ମଧ୍ୟରେ ସର୍ବସାଧାରଣରେ ଉପଲବ୍ଧ ହେବ ବୋଲି ଏଲ୍‌ସାର୍‌କଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe