ଛାଡ଼ପତ୍ର ଫଟୋସୁଟ୍‌ ! ଅସୁଖୀ ବିବାହରେ ରହିବା ପରିବର୍ତ୍ତେ ଛାଡ଼ପତ୍ର ଶ୍ରେୟସ୍କର

ଛାଡ଼ପତ୍ର ଫଟୋସୁଟ୍‌ ! ଅସୁଖୀ ବିବାହରେ ରହିବା ପରିବର୍ତ୍ତେ ଛାଡ଼ପତ୍ର ଶ୍ରେୟସ୍କର

ଆଜିକାଲି ବିଭିନ୍ନ ଅବସରରେ ଫଟୋସୁଟ୍‌ର ଟ୍ରେଣ୍ଡ୍‌ ଚାଲିଛି। ବିବାହ ପୂର୍ବରୁ ପ୍ରି-ୱେଡିଂ ଫଟୋସୁଟ୍‌ ଓ ମାତୃତ୍ବର ବିଭିନ୍ନ ପର୍ଯ୍ୟାୟର ଫଟୋସୁଟ୍‌ ଗତ କିଛି ବର୍ଷରେ ବେଶ୍‌ ଲୋକପ୍ରିୟ ହୋଇଛି। ତେବେ ଜଣେ ମହିଳା ଏବେ ଏକ ଅଜବ ଧରଣର ଫଟୋସୁଟ୍‌ କରି ନୂଆ ଟ୍ରେଣ୍ଡ୍‌ ପାଇଁ ଆହ୍ବାନ ଦେଇଛନ୍ତି; ଯଦିଓ ତାହାକୁ ଅନୁକରଣ କରାଯିବାର ସମ୍ଭାବନା କମ୍। ଲୌରେନ୍ ବ୍ରୁକ୍ ନାମ୍ମୀ ଆମେରିକୀୟ ମହିଳା ଏକ ଚିତ୍ତାକର୍ଷକ ଲାଲ ପୋଷାକ ପିନ୍ଧି ଏହି ଫଟୋସୁଟ୍‌ କରିଛନ୍ତି। ବିଭିନ୍ନ ଫଟୋରେ ସେ ନିଜ ବିବାହ ବେଳର ଫଟୋ ଫ୍ରେମ୍‌କୁ ହିଲ୍‌ରେ ଭାଙ୍ଗୁଥିବା, ସାମ୍ପେନ୍ ବୋତଲ୍‌ ଖୋଲି ଖୁସି ମନାଉଥିବା, ବିବାହ ପୋଷାକ ଓ ପୂର୍ବ ସ୍ବାମୀଙ୍କ ଫଟୋରେ ନିଆଁ ଲଗାଉଥିବା ଭଙ୍ଗୀରେ ଦେଖାଯାଉଛନ୍ତି। ଏ ଫଟୋସୁଟ୍‌ ଜରିଆରେ ସେ ସମାଜକୁ ଯେଉଁ ବାର୍ତ୍ତା ଦେବାକୁ ଚାହିଁଛନ୍ତି ତାହା ହେଲା, ଅସୁଖୀ ବିବାହରେ ରହିବା ପରିବର୍ତ୍ତେ ଛାଡ଼ପତ୍ର ଶ୍ରେୟସ୍କର; ଛାଡ଼ପତ୍ରକୁ ନେଇ ଅଧିକ ଦୁଃଖ କରିବାର କୌଣସି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe