Diwali Unique Tradition : ଅନନ୍ୟ ପରମ୍ପରା; ଜଳୁଥିବା ଚିତା ମଧ୍ୟରେ କରାଯାଏ ମା’ କାଳୀଙ୍କ ପୂଜା

Advertisment

ପଶ୍ଚିମବଙ୍ଗର କୋଲକାତାରେ ଜଳୁଥିବା ଚିତା ମଧ୍ୟରେ ମା’ କାଳୀଙ୍କ  ପୂଜା କରାଯାଏ। କୋଲକାତାରେ ଏହି ଅନନ୍ୟ ପରମ୍ପରା ଗତ ୧୫୫ ବର୍ଷ ଧରି ପ୍ରଚଳିତ ହୋଇଆସିଛି। ଏହାକୁ ୧୮୭୦ ମସିହାରେ କପାଳି ଦ୍ୱାରା ଆରମ୍ଭ କରାଯାଇଥିଲା।

ପଶ୍ଚିମବଙ୍ଗର କୋଲକାତାରେ ଜଳୁଥିବା ଚିତା ମଧ୍ୟରେ ମା’ କାଳୀଙ୍କ  ପୂଜା କରାଯାଏ। କୋଲକାତାରେ ଏହି ଅନନ୍ୟ ପରମ୍ପରା ଗତ ୧୫୫ ବର୍ଷ ଧରି ପ୍ରଚଳିତ ହୋଇଆସିଛି। ଏହାକୁ ୧୮୭୦ ମସିହାରେ କପାଳି ଦ୍ୱାରା ଆରମ୍ଭ କରାଯାଇଥିଲା।

f98e727d-41e3-4480-bd65-0c3609ae4299

kolkata-kali-puja photo @ndtv.in

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ଜଳୁଥିବା ଚିତା ମଧ୍ୟରେ ମା’ କାଳୀଙ୍କ  ପୂଜା କରାଯାଏ। କୋଲକାତାରେ ଏହି ଅନନ୍ୟ ପରମ୍ପରା ଗତ ୧୫୫ ବର୍ଷ ଧରି ପ୍ରଚଳିତ ହୋଇଆସିଛି। 

ଆମେ ଦେବୀ କାଳୀଙ୍କ ଯେତେ ବି ଫଟୋ ବା ମୂର୍ତ୍ତି ଦେଖିଛେ ସବୁଥିରେ ମା’ଙ୍କ ଜିଭ ପାଟିରୁ ବାହାରି ଥିବାର ଦେଖିବାକୁ ମିଳିଥାଏ କିନ୍ତୁ  କୋଲକାତାର ମହାଶ୍ମସାନରେ ଥିବା ଦେବୀ କାଳୀଙ୍କ ଜିଭ ମା’ଙ୍କ ପାଟି ଭିତରେ ରହିଥାଏ।ଏଠାରେ ପୂଜା ମଣ୍ଡପରେ ଏକ ଚିତା ରଖାଯାଇଥାଏ।

ଦୀପାବଳିରେ କୋଲକାତାର ସର୍ବବୃହତ ଶ୍ମଶାନ କେୱଡାତଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କାଳୀଘାଟ ମନ୍ଦିର ନିକଟସ୍ଥ ଶ୍ମଶାନରେ ୨୪ ଘଣ୍ଟା ଚିତା ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ।[

ଅଧିକପଢ଼ନ୍ତୁ:ଅଭିଶପ୍ତ ଗାଁ: ଦଶନ୍ଧି ଧରି ପାଳନ କରାଯାଇ ନାହିଁ ଦୀପାବଳି

ଡୋମ୍ ସମ୍ପ୍ରଦାୟର ସଦସ୍ୟମାନେ ମହାସ୍ମଶନରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତି। ଶ୍ମଶାନରେ କୌଣସି ଚିତା ନ ଆସିବା ପର୍ଯ୍ୟନ୍ତ ଦେବୀ କାଳୀଙ୍କୁ କୌଣସି ନୈବେଦ୍ୟ ଅର୍ପଣ କରାଯାଏ ନାହିଁ। ଦେବୀ କାଳୀଙ୍କ ମୂର୍ତ୍ତିଗୁଡ଼ିକରେ ପ୍ରାୟ ୮ ରୁ ୧୨ଟି ହାତ ଥାଏ, କିନ୍ତୁ ଏଠାରେ କାଳୀଙ୍କ ମୂର୍ତ୍ତିର କେବଳ ଦୁଇଟି ହାତଥାଏ । ଏଠାରେ ଜଳୁଥିବା ଚିତା ମଧ୍ୟରେ ସବୁଠାରୁ ବଡ଼ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜା ୧୮୭୦ ମସିହାରେ କପାଳି ଦ୍ୱାରା ଆରମ୍ଭ କରାଯାଇଥିଲା। ଚୀନ୍ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଏଠାରେ ଦେବୀ କାଳୀଙ୍କୁ ପୂଜା କରନ୍ତି।

ଅଧିକପଢ଼ନ୍ତୁ:୨୪ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ରହିଛି: ମନୋରମା ମହାପାତ୍ର

Diwali kolkata

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe