ମାଆଙ୍କ ନାମ କାହାରିକୁ କୁହନ୍ତୁ ନାହିଁ: ପଡି ପାରନ୍ତି ଅସୁବିଧାରେ, କ୍ଷଣିକ ଭିତରେ ଖାଲି ହୋଇଯିବ ଆକାଉଣ୍ଟରୁ ସମସ୍ତ ଟଙ୍କା

Advertisment
ମାଆଙ୍କ ନାମ କାହାରିକୁ କୁହନ୍ତୁ ନାହିଁ: ପଡି ପାରନ୍ତି ଅସୁବିଧାରେ, କ୍ଷଣିକ ଭିତରେ ଖାଲି ହୋଇଯିବ ଆକାଉଣ୍ଟରୁ ସମସ୍ତ ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କର ଡେଭିଟ୍‌ କାର୍ଡର ପାସୱାର୍ଡ ଯଦି ସରଳ ତଥା ସହଜରେ ମନେ ରଖିଲା ଭଳି ରଖିଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହାକୁ ନେଇ ଆପଣ ଏକ ବଡ ସମସ୍ୟାରେ ଫସି ପାରନ୍ତି ।

ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିଛି ତେବେ ଏହି ଖବରଟି ନିଶ୍ଚୟ ପଢନ୍ତୁ । ନଚେତ ଆଗାମୀ ଦିନରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଏସବିଆଇ ନିଜର ପାଖାପାଖି ୧୭ କୋଟି ଡେଭିଟ୍‌ କାର୍ଡ ହୋଲ୍‌ଡର୍ସଙ୍କ ପାଇଁ ଏକ ଚେତାବନୀ ଜାରି କରିଛି ।

publive-image

ଏସବିଆଇ ନିଜ ଡେଭିଟ୍‌ କାର୍ଡ ହୋଲ୍‌ଡର୍ସଙ୍କୁ ସୂଚନା ଦେଇ କହିଛି କି ସେମାନେ ତାଙ୍କ ମାଆଙ୍କର ସରନେମକୁ କୌଣସି ବି ବ୍ୟକ୍ତିଙ୍କ ସହିତ ସେୟାର କରନ୍ତୁ ନାହିଁ। କାହିଁକି ନା ଯେବେ ଆପଣ ଆପଣଙ୍କର ଡେଭିଟ୍‌ କାର୍ଡର ପାସୱାର୍ଡ ରିସେଟ୍‌ କରୁଛନ୍ତି ତେବେ ସିକ୍ୟୁରିଟି କ୍ୱଶ୍ଚିନରେ ମାଆଙ୍କ ସରନେମ କିମ୍ବା ନାମ କିମ୍ବା ଆପଣଙ୍କର ପ୍ରିୟ ବ୍ୟକ୍ତିଙ୍କର ନାମ ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ନାମକୁ କୌଣସି ବି ବ୍ୟକ୍ତିଙ୍କ ସେୟାର କରିବା ଉଚିଚ ନୁହେଁ । ଏହାଦ୍ୱାରା କେହି ଆପଣଙ୍କ ପାସୱାର୍ଡ ବଦଳାଇ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି।

publive-image

ଏସବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ହ୍ୟାକର ଏବଂ ଫ୍ରଡରୁ ବଞ୍ଚିବା ପାଇଁ ଇଣ୍ଟରନେଟ୍‌ ବ୍ୟାଙ୍କିଂର ୟୁଜର ଆଇଡି ଏବଂ ପାସୱାର୍ଡକୁ ଗୋପନୀୟ ରଖନ୍ତୁ । ସବୁବେଳେ ଜଟିଳ ପାସୱାର୍ଡ ବ୍ୟବହାର କରନ୍ତୁ। କାରଣ ସରଳ ପାସୱାର୍ଡକୁ ହ୍ୟାକରମାନେ ଅତି ସହଜରେ କ୍ରାକ୍‌ କରିଦେଇଥାନ୍ତି । ଏହାବ୍ୟତୀତ ସମୟ ସମୟରେ ପାସୱାର୍ଡ ବଦଳାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe