ଘରେ ଏକା ଥିବା ସମୟରେ ହୃଦ୍‌ଘାତ ହେଲେ ଅଘଟଣକୁ ଏଡ଼ାଇବା ପାଇଁ କରନ୍ତୁ ଏହି ୮ଟି କାମ

Advertisment
ଘରେ ଏକା ଥିବା ସମୟରେ ହୃଦ୍‌ଘାତ ହେଲେ ଅଘଟଣକୁ ଏଡ଼ାଇବା ପାଇଁ କରନ୍ତୁ ଏହି ୮ଟି କାମ

Cleveland Clinic Health Essentials

ଆଜିକାଲି ହୃଦ୍‌ଘାତ ହେବା ଅତି ସାଧାରଣ ହୋଇଗଲାଣି । କାହାକୁ କେତେବେଳେ ଯେ ହୃଦ୍‌ଘାତର ସାମ୍ନାକୁ କରିବାକୁ ହେବ ତାହା କେହି କହି ହେବନାହିଁ । ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଏ ସମସ୍ୟା ଲୋକମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ତେବେ ପ୍ରକୃତ କଥା ହେଲା ହୃଦ୍‌ଘାତ ହେବା କ୍ଷଣି ତାହାର ଚିକିତ୍ସା କରିବା ଦରକାର । ବେଳେ ବେଳେ ଲୋକମାନଙ୍କୁ ହୃଦ୍‌ଘାତ ହେବା ସମୟରେ ସେମାନଙ୍କ ପାଖରେ କେହି ଉପସ୍ଥିତ ନଥାନ୍ତି । ଫଳରେ ଚିକିତ୍ସା ଅଭାବରୁ ସେମାନେ ମୃତ୍ୟୁବରଣ କରିଥାନ୍ତି । ଏଭଳି ପରିସ୍ଥିତିରେ ଏକା ଥିବା ସମୟରେ ମଧ୍ୟ ରୋଗୀ କିପରି ନିଜର ଜୀବନ ବଞ୍ଚାଇ ପାରିବ ସେ କୌଶଳ ଜାଣିବା ଦରକାର । ଆସନ୍ତୁ ଜାଣିବା ସେ କୌଶଳ ବିଷୟରେ...

୧.ହୃଦ୍‌ଘାତ ହେଲେ ତଳେ ସିଧା ଶୋଇବା ସହ ଅଧିକ ହଲନ୍ତୁ ନାହିଁ ।
୨. ଗୋଡ଼ ଦୁଇଟିକୁ ଟିକେ ଉଚ୍ଚା ସ୍ଥାନରେ ରଖନ୍ତୁ । ଏହା ଦ୍ୱାରା ଗୋଡ଼ରୁ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ହେବ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ ।

publive-image TVC News

୩. ଧୀରେ ଧୀରେ ଲମ୍ବା ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଶରୀରକୁ ପର୍ଯ୍ୟପ୍ତ ପରିମାଣରେ ଅମ୍ଲଜାନ ମିଳିବ ।
୪.ପିନ୍ଧିଥିବା କପଡ଼ାକୁ ତୁରନ୍ତ ଢ଼ିଲା କରି ଦିଅନ୍ତୁ ।
୫.ହୃଦ୍‌ଘାତ ହେବା ମାତ୍ରେ ସର୍‌ବିଟ୍ରେଟ୍‌ ବା ଡ଼ିସ୍‌ପ୍ରିନ୍‌ ବଟିକା ଜିଭ ତଳେ ରଖନ୍ତୁ ।
୬.ଔଷଧ ବିନା ସେ ସମୟରେ ଅନ୍ୟ କିଛି ଖାଆନ୍ତୁ ନାହିଁ ।
୭.ବାନ୍ତି ଲାଗିଲେ ଗୋଟେ ପଟକୁ ଢ଼ଳି ବାନ୍ତି କରନ୍ତୁ । ଏପରି କଲେ ବାନ୍ତି ଫୁସ୍‌ଫୁସ୍‌ରେ ଜମା ହେବ ନାହିଁ ।
୮. କୌଣସି ପ୍ରକାରର ପାନୀୟ ପିଇବାର ଭୁଲ କରନ୍ତୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe