ଭାରତରେ ପୁଲିସ କାହିଁକି ଖାକି ରଙ୍ଗର ପୋଷାକ ପିନ୍ଧନ୍ତି? ଆସନ୍ତୁ ଜାଣିବା

Advertisment
ଭାରତରେ ପୁଲିସ କାହିଁକି ଖାକି ରଙ୍ଗର ପୋଷାକ ପିନ୍ଧନ୍ତି? ଆସନ୍ତୁ ଜାଣିବା

Siasat

ଖାକି ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଆପଣ ପ୍ରଥମେ ପୁଲିସ କର୍ମଚାରୀ ହୋଇଥିବେ ବୋଲି ଭାବନ୍ତି। କାରଣ ପୁଲିସ କର୍ମୀଙ୍କ ଏହି ପୋଷାକ ହିଁ ତାଙ୍କ ପରିଚୟ । ଆପଣମାନେ ଦେଖିଥିବେ ପୁଲିସ କର୍ମୀଙ୍କ ପୋଷାକର ରଙ୍ଗ ମାଟିଆ, ଯାହାକୁ ଖାକି କୁହାଯାଏ। କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପୁଲିସ ପୋଷାକର ରଙ୍ଗ ଏପରି ହୋଇଥାଏ କାହିଁକି ?

ଆପଣଙ୍କୁ ଜଣେଇ ଦେବାକୁ ଚାହିିଁବୁ ଯେତେବେଳେ ଭାରତରେ ବ୍ରିଟିଶ ସରକାର ଶାସନ କରୁଥିଲେ, ସେତେବେଳେ ଭାରତୀୟ ପୁଲିସର ପୋଷାକର ରଙ୍ଗ ଧଳା ଥିଲା । ଅଧିକ ସମୟ କାମ କରିବା ଦ୍ୱାରା ଧଳା ପୋଷାକ ମଇଳା ହେଇଯାଉଥିଲା, ଏହା ପୁଲିସ କର୍ମୀଙ୍କୁ ବହୁତ ଅସୁବିଧାରେ ପକାଉଥିଲା । ଏଥି ପାଇଁ ପୁଲିସ କର୍ମୀମାନେ ତାଙ୍କ ପୋଷାକର ରଙ୍ଗକୁ ବଦଳାଇ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିଲେ ।

ଏହା ମଧ୍ୟ କୁହାଯାଏ କି ପୋଷାକର ରଙ୍ଗ ଅଲଗା ଅଲଗା ହେବା କାରଣରୁ ପୁଲିସ ଅଫିସରମାନେ ଗୋଟିଏ ରଙ୍ଗର ପୋଷାକ ବାଛିଥିଲେ, ଯାହାର ରଙ୍ଗ ମାଟିଆ ଥିଲା । ଏହି ରଙ୍ଗ ‘ଚା’ ପତି, ପାଣି ଓ ରଙ୍ଗ ଦ୍ୱାରା ପ୍ରସ୍ତୁତ କରି ପୋଷାକରେ ବ୍ୟବହାର କରାଯାଉଥିଲା । ସେହି ସମୟରୁ ପୁଲିସ କର୍ମୀମାନେ ମାଟିଆ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି, ଯାହକି ଆଜି ପର୍ଯ୍ୟନ୍ତ ଜାରି ରହିଛି । ୧୮୪୭ ମସିହାରେ ସାର ହ୍ୟାରି ଲେମସଡେନ ସରକାରୀ ଭାବେ ଏହାକୁ ମଞ୍ଜୁରି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe