ଆସନ୍ତୁ ଜାଣିବା ଭାରତରେ ମୁଦ୍ରାର ଆକାର କାହିଁକି ଛୋଟ ହୋଇଯାଉଛି?

Advertisment
ଆସନ୍ତୁ ଜାଣିବା ଭାରତରେ ମୁଦ୍ରାର ଆକାର କାହିଁକି ଛୋଟ ହୋଇଯାଉଛି?

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭାରତର ମୁଦ୍ରା ସଂସ୍ଥା ଅଟେ। ଆରବିଆଇ ନୂଆ ନୋଟ ଗୁଡିକର ପ୍ରିଣ୍ଟ କରିବାର କାମ ବି କରେ, ଯାହା ସମଗ୍ର ଦେଶରେ ବ୍ୟାପ୍ତ କରାଯାଏ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆରବିଆଇ ଏକ ଟଙ୍କିଆ ନୋଟକୁ ଛାଡି ସମସ୍ତ ନୋଟ ଛାପିବା କାମ କରେ, କିନ୍ତୁ ଏକ ଟଙ୍କିଆ ନୋଟ ଛାପିବା ଓ ମୁଦ୍ରାର ଢଳେଇ କରିବା କାମ ଭାରତର ବିତ୍ତୀୟ ମନ୍ତ୍ରାଳୟ ଉପରେ ନ୍ୟସ୍ତ ।

ଭାରତରେ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ନୋଏଡାରେ ହୁଏ ମୁଦ୍ରାର ଢଳେଇ କାମ। ମୁମ୍ବାଇ ଓ କୋଲକାତା ଢଳେଇ କାରଖାନାର ସ୍ଥାପନା ଇଂରେଜ ମାନେ ୧୮୨୯ ମସିହାରେ କରିଥିଲେ। ହାଇଦ୍ରାବାଦର ଢଳେଇ କାରଖାନା ୧୯୦୩ ମସିହାରେ ସ୍ଥାପନ କରାଯାଇଥିଲା, ଯାହାକୁ ୧୯୫୦ ମସିହାରେ ଭାରତ ସରକାର ନିଜ ଅଧିନକୁ ଆଣିଥିଲେ ଓ ୧୯୫୩ ମସିହାରେ ମୁଦ୍ରା ଢଳେଇ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୮୬ ମସିହାରେ ଶେଷ ଢଳେଇ କାରଖାନାର ସ୍ଥାପନା ନୋଏଡାରେ ଆରମ୍ଭ କରାଯାଇଥିଲା।

publive-image

ଯେତେବେଳେ ଭାରତ ସରକାରଙ୍କ ପାଖରେ ମୁଦ୍ରା ଢଳେଇ କରିବାର ଯନ୍ତ୍ର କମ ଥିଲା, ସେତେବେଳେ କୌଣସି ବିଦେଶୀ ଢଳେଇ କାରଖାନାରେ ଭାରତୀୟ ମୁଦ୍ରା ଢଳେଇ ହେଉଥିଲା ଏବଂ ପରେ ତାହା ରପ୍ତାନୀ ହେଉଥିଲା। ୧୮୫୭-୫୮, ୧୯୪୩, ୧୯୮୫, ୧୯୯୭-୨୦୦୨ ମସିହାରେ ଭାରତ ମୁଦ୍ରା ଆମଦାନୀ କରିଥିଲା। ଏହି ସମୟରେ ତମ୍ବା ଓ ନିକେଲର ମୁଦ୍ରା ତିଆରି ହେଉଥିଲା। ବର୍ଷ ୨୦୦୨ ପରେ ଯେବେ ତମ୍ବା ଓ ନିକେଲର ମୂଲ୍ୟ ବୃଦ୍ଧି ହେଲା, ତେବେ ମୁଦ୍ରାଗୁଡିକରେ ମୂଲ୍ୟ ମଧ୍ୟ ବଢ଼ିଲା। ଏହାପରେ ଫେରିଟିକ ଷ୍ଟେନଲେସ ଷ୍ଟିଲର ବ୍ୟବହାର ହେଲା ଏବଂ ଏବେ ଏହି ଧାତୁରେ ମୁଦ୍ରା ତିଆରି ହୁଏ। ଏଥିରେ ୧୭% କ୍ରୋମିୟମ ଏବଂ ୮୩% ଲୌହ ଥାଏ।

ଭାରତରେ ମୁଦ୍ରାର ଆକାର କମି କମି ଯାଉଛି। ଏଠି ପ୍ରଶ୍ନ ଉଠୁଛି ଯେ ମୁଦ୍ରାର ଆକାର ଧିରେ ଧିରେ ଛୋଟ କାହିଁକି ହୋଇଯାଉଛି? ପ୍ରକୃତରେ ମୁଦ୍ରାର ଦୁଇଟି ମୂଲ୍ୟ ଥାଏ, ଗୋଟିଏ ମୁଦ୍ରାର ‘ଫେସ ଭେଲ୍ୟୁ’ ଓ ଅନ୍ୟଟି ତାର ‘ମେଟାଲିକ ଭେଲ୍ୟୁ’। ମୁଦ୍ରାର ମେଟାଲିକ ଭେଲ୍ୟୁ (ମୁଦ୍ରା ତିଆରି ହେଉଥିବା ଧାତୁକୁ ତରଳାଇ କି ବିକ୍ରି କଲେ ମାର୍କେଟରେ ମିଳୁଥିବା ମୂଲ୍ୟ), ଫେସ ଭେଲ୍‌ୟୁ (ମୁଦ୍ରାର ଆଗପଟେ ଲେଖା ହୋଇଥିବା ମୂଲ୍ୟ) ଠାରୁ ଅଧିକ। ସେଥିପାଇଁ ମ୍ରୁଦ୍ରାର ଆକାର ଦିନକୁ ଦିନ ଛୋଟ ହୋଇଯାଉଛି ଓ ଶସ୍ତା ଧାତୁର ବ୍ୟବହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe