କରୋନା କାଳର ଦେବଦୂତ ଡାକ୍ତର ସୁନିଲ ହେବ୍ୱି: ସଞ୍ଚୟ ଟଙ୍କାରେ କଲେଣି ୧.୨ଲକ୍ଷ ଲୋକଙ୍କ ଚିକିତ୍ସା

Advertisment
କରୋନା କାଳର ଦେବଦୂତ ଡାକ୍ତର ସୁନିଲ ହେବ୍ୱି: ସଞ୍ଚୟ ଟଙ୍କାରେ କଲେଣି ୧.୨ଲକ୍ଷ ଲୋକଙ୍କ ଚିକିତ୍ସା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମୋବାଇଲ ଡାକ୍ତର । ଡାକ୍ତର ନୁହଁନ୍ତି ତ ଲୋକଙ୍କ ପାଇଁ ଦେବଦୂତ, ଯାହାଙ୍କୁ ବେଙ୍ଗାଲୁରୁ ଓ ପାଖ ଅଞ୍ଚଳର ଲୋକେ ମୋବାଇଲ ଡାକ୍ତର ବୋଲି ଜାଣନ୍ତି । ସକାଳ ହେଲେ ବାହାରି ପଡନ୍ତି ଲୋକଙ୍କ ଚିକିତ୍ସା ପାଇଁ । ସକାଳ ୮ଟାରୁ ରାତି ୧୧ଟା ଯାଏଁ ତାଙ୍କ ଆଖିକୁ ନିଦ ନଥାଏ । ଏମିତି ଜଣେ ଭିନ୍ନ ଡାକ୍ତର ହେଉଛନ୍ତି ଡାକ୍ତର ସୁନିଲ କୁମାର ହେବ୍ୱି ।

ଆଜିକାଲିକା ସମାଜରେ ଡାକ୍ତରଙ୍କ ଦୌରାତ୍ମ୍ୟର ଅନେକ ଖବର ପ୍ରକାଶ ପାଉଛି । ଥରେ ଡାକ୍ତର ହେଇଗଲେ ଗୋଡ ତଳେ ଲାଗୁନି । ଟଙ୍କା ନଦେଲେ ରୋଗୀ ଦେଖିବାକୁ ନାରାଜ ଡାକ୍ତର । ପୁଣି ଦେଖା କରିବାକୁ ଡାକ୍ତରଙ୍କ କ୍ଲିନିକ୍ ଆଗରେ ରୋଗୀଙ୍କ ଲମ୍ବା ଲାଇନ୍ । ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଏମିତି କିଛି ହାତ ଗଣତି ଡାକ୍ତର ଅଛନ୍ତି ଯେଉଁମାନେ ଡାକ୍ତର ରୂପରେ ଦେବଦୂତ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର ସୁନିଲ ହେବ୍ୱି ।

ଏକ ନାମୀ ହସ୍ପିଟାଲରେ ଡାକ୍ତର ରୂପେ କାର୍ଯ୍ୟରତ ଥିଲେ ଡାକ୍ତର ସୁନିଲ ହେବ୍ୱି । କିନ୍ତୁ ଗୋଟିଏ ଘଟଣା ତାଙ୍କର ଜୀବନର ମୋଡ ବଦଳାଇଦେଲା । ୨୦୧୦ ମସିହାରେ ସେ ହସ୍ପିଟାଲ ଯାଉଥିବା ବାଟରେ ଜଣେ ବାଳକ ସ୍କୁଲ ଯାଉଥିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିଥିଲେ । ତୁରନ୍ତ ବ‌ାଳକଟିର ପ୍ରାଥମିକ ଚିକିତ୍ସା କରି ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ ସେ ଏଖବର ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ଘଟଣାର କିଛି ଦିନ ପରେ ସେ ଡ୍ୟୁଟିରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଫୋନରେ ଜଣେ ମହିଳା କାନ୍ଦି କାନ୍ଦି ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ପାଇଁ ଡାକ୍ତର ମହିଳାଙ୍କ ଘରେ ଯାଇ ପହଞ୍ଚିବା ପରେ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତର ମା’ ବାପା ତାଙ୍କୁ ଅନେକ ଆଶୀର୍ବାଦ ଦେଇଥିଲେ । ଏହି ଘଟଣାଟି ତାଙ୍କୁ ନିଃସ୍ୱାର୍ଥପର ସେବା ପାଇଁ ପ୍ରେରିତ କରିଥିଲା ।
Doctor Converts Car Into Clinic, Treats Over 1.2 Lakh Patients For Free
ସେହି ଦିନଠୁ ସେ ପ୍ରତିଜ୍ଞା କଲେ ଅର୍ଥାଭାବରୁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ମେଡିକାଲ ସୁବିଧାରୁ ବଞ୍ଚିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ । ପ୍ରଥମେ ପ୍ରଥମେ ଏଥିପାଇଁ ତାଙ୍କୁ ସମସ୍ୟା ହୋଇଥିଲା । କାରଣ ତାଙ୍କ ନିଜ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା । ଅତି ଦାରିଦ୍ର୍ୟ ଭିତରେ ପାଠ ପଢାଇ ତାଙ୍କୁ ମଣିଷ କରିଥିଲେ ବାପା, ମା’ । ତେଣୁ ଘରର ଅବସ୍ଥା ସୁଧୁରିବା ପାଇଁ ଡ୍ୟୁଟି କରିବା ସହ ଲୋକଙ୍କ ସେବା କରିବା ତାଙ୍କ ପାଇଁ ସହଜ ନଥିଲା । ସେଥିପାଇଁ ଛୁଟିଦିନ ସେ ବିଭିନ୍ନ ସ୍ଥାନକୁ ଯାଇ ମାଗଣା ମେଡିକାଲ କ୍ୟାମ୍ପ ଆୟୋଜନ କରିବା ସହ ମାଗଣାରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ । ଯେତେବେଳେ ଘରର ଅବସ୍ଥା ସୁଧୁରିଲା ଆଉ ଅନ୍ୟ ଭାଇ ରୋଜଗାରକ୍ଷମ ହେଲେ ଡାକ୍ତର ସୁନିଲ ଚାକିରି ଛାଡିଦେଇ ନିଃଶୁଳ୍କ ରୋଗୀ ସେବାରେ ଲାଗି ପଡିଲେ ।
ଡାକ୍ତର ସୁନିଲଙ୍କ କାର ହିଁ ତାଙ୍କ ମୋବାଇଲ କ୍ଲିନିକ୍ ପାଲଟିଥିଲା। ଏହି ମୋବାଇଲ କ୍ଲିନିକ୍ ମଧ୍ୟରେ ବିଭିନ୍ନ ଆବଶ୍ୟକ ଔଷଧ ସାଙ୍ଗକୁ, ରକ୍ତଚାପ ମାପିବା ମେସିନ୍, ଅସ୍ତ୍ରୋପଚାର ଉପକରଣ ସାଙ୍ଗକୁ ଅକ୍ସିଜେନ୍ ସିଲିଣ୍ଡର, ଇସିଜି ମେସିନ ସବୁକିଛି ରହିଛି । ପରିସ୍ଥିତି ଯାହା ହେଉନା କାହିଁକି ଡାକ୍ତର ସୁନିଲଙ୍କ ଫୋନ କିନ୍ତୁ କେବେବନ୍ଦ ହୁଏନା । ଯେତେବେଳେ ଯିଏ ଫୋନ କଲେ ତୁରନ୍ତ ତାଙ୍କ ସେବାରେ ପହଞ୍ଚିଯାନ୍ତି ଡାକ୍ତର ସୁନିଲ ହେବ୍ୱି । ଏଯାଏଁ ସେ ୮୦୦ରୁ ଅଧିକ ମେଡିକାଲ କ୍ୟାମ୍ପ ଆୟୋଜିତ କରିସାରିଥିବା ସହ ଏପର୍ଯ୍ୟନ୍ତ ନିଜ ସଞ୍ଚୟ ଟଙ୍କାରେ ସେ ୧.୨ଲକ୍ଷ ଲୋକଙ୍କ ଚିକିତ୍ସା କରିସାରିଲେଣି। ତାଙ୍କର ସେବା ପାଇଁ ସେ କେବେ କାହାଠାରୁ କିଛି ଆଶା କରିନାହାଁନ୍ତି । ତଥାପି ତାଙ୍କୁ ମିଳିଛି ଅନେକ ଶୁଭେଚ୍ଛା, ପ୍ରଶଂସା ଓ ସମ୍ମାନ । ସେବା କ୍ଷେତ୍ରରେ ତାଙ୍କର କୃତିକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ବୁଦ୍ଧିଜୀବୀ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe