ମୃତ୍ୟୁର ମାତ୍ର ଅଳ୍ପ କିଛି ସମୟ ପୂର୍ବରୁ; ଡକ୍ଟର ମୁଁ ଜାଣିଛି ଆପଣ ମୋତେ ବଞ୍ଚାଇ ଦେବେ...

Advertisment
ଡାକ୍ତର ବାଚସ୍ପତି ଚାକିରିରୁ ବହିଷ୍କୃତ

Red Deer Advocate

ଚେନ୍ନାଇ: ଅନେକ ସମୟରେ ଦ୍ବିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବି ବିବଶ ହୁଅନ୍ତି। ମୃତ୍ୟୁ ସହ ଲଢ଼େଇ କରୁଥିବା ରୋଗୀର ଆକୁଳ ନିବେଦନ ଶୁଣି ମଧ୍ୟ କିଛି କରିପାରନ୍ତି ନାହିଁ। ମାତ୍ର ବେଳେ ବେଳେ ରୋଗୀଙ୍କ ମୁହଁରୁ ଏପରି କିଛି ଶବ୍ଦ ଶୁଣବାକୁ ମିଳିଥାଏ ଯାହକୁ ଭୁଲିବା କଷ୍ଟକର ନିଶ୍ଚୟ।

ଚେନ୍ନାଇରେ କୋଭିଡ୍‌-୧୯ ଭାଇରସ୍‌ ଦ୍ବାରା ଆକ୍ରାନ୍ତ କିରନ(ଛଦ୍ମନାମ) ମୃତ୍ୟୁ ପୂର୍ବରୁ ଏପରି କିଛି କହିଥିଲେ ଯାହା ଡାକ୍ତର କେଭି ରାଜାଲକ୍ଷ୍ମୀଙ୍କୁ  ଭ‌ାବପ୍ରବଣ କରି ପକାଇଛି। ଡକ୍ଟର କେଭି କହନ୍ତି, ‘ମୃତ୍ୟୁର କିଛି ସମୟ ପୂର୍ବରୁ ଅତି ଆକୁଳ ହୋଇ କିରନ କହୁଥିଲେ ଡକ୍ଟର ମୁଁ ଜାଣିଛି ଆପଣ ମୋତେ ବଞ୍ଚାଇ ଦେବେ। ମୁଁ ବେଶି ଦିନ ହେବ କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ହୋଇନାହିଁ। ତେଣୁ, ବଞ୍ଚିଯିବି ନିଶ୍ଚୟ।’

publive-image www.newindianexpress.com

ପ୍ରତିଦିିନ ହଜାର ହଜାର ମୃତ୍ୟୁକୁ ପ‌ାଖରୁ ଦେଖୁଥିବା ଏହି ଡାକ୍ତର କୁହନ୍ତି କି ବିଶେଷ କରି ଯୁବମାନଙ୍କୁ ଏପରି କରୋନା ଦ୍ବାରା ଜୀବନ ଯାଉଥିବାର ଦେଖିଲେ ଅନେକ ଖରାପ ଲାଗେ। ଏଯାବତ୍‌ କୌଣସି ଔଷଧ ବାହାରିନଥିବା କାରଣରୁ  ଉପାୟଶୂନ୍ୟ ହୋଇ ଯୁବମାନଙ୍କୁ ଏପରି ଏକା ଏକା ପଡ଼ି ରହି ନିଶ୍ବାସ ତ୍ୟାଗ କରୁଥିବାର ଦେଖିବାକୁ ପଡ଼େ।

ଉଲ୍ଲେଖଯୋଗ୍ୟ, ତାମିଲ୍‌ନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧ ଲକ୍ଷ ହୋଇଥିବା ବେଳେ ରାଜ୍ୟରେ ୧,୩୦୦ ଜଣ କରୋନା ଭାଇରସ୍‌ ଦ୍ବାରା ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି। ଦେଶରେ କୋଭିଡ-୧୯ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ପାର୍‌ କରି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe