କରୋନା ଭୟରେ ଆହତଙ୍କୁ ଛୁଇଁଲେ ନାହିଁ କେହି; ଗାଡ଼ିରୁ ଓହ୍ଲାଇ ରାସ୍ତାରେ ମହିଳା ବିଧାୟକ କରିଲେ ଚିକିତ୍ସା

Advertisment
କରୋନା ଭୟରେ ଆହତଙ୍କୁ ଛୁଇଁଲେ ନାହିଁ କେହି; ଗାଡ଼ିରୁ ଓହ୍ଲାଇ ରାସ୍ତାରେ ମହିଳା ବିଧାୟକ କରିଲେ ଚିକିତ୍ସା

AajTak

ହାଇଦ୍ରାବାଦ: କରୋନା ସଂକ୍ରମଣ କାଳରେ ଲୋକଙ୍କ ଭିତରେ ଥିବା ମଣିଷପଣିଆ ମରି ଯାଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଦୁର୍ଘଟଣା ଘଟି ଯଦି କେହି ଆହତ ହୋଇଯାଉଛନ୍ତି ତେବେ ଲୋକମାନେ କରୋନା ଭୟରେ ସାହାଯ୍ୟ କରିବାକୁ ଭୟ କରୁଛନ୍ତି। ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନିକଟ ରାଜପଥରେ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହେବା ପରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ କେହି ହେଲେ ସାହାଯ୍ୟ କରୁ ନଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଦେଖି ସେହି ରାସ୍ତାରେ ଯାଉଥିବା ଜଣେ ମହିଳା ବିଧାୟକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ବିଧାୟକ ଜଣେ ଡାକ୍ତର ଥିବା ଜଣାପଡ଼ିଛି।

Tadikonda MLA faces 'casteist slurs' at a Ganesh pandal - The Hindu The Hindu

ସୂଚନାଯୋଗ୍ୟ, ଉକ୍ତ ଯୁବକ ଜଣକ ଗୁଣ୍ଟୁରରୁ ବାଇକ୍‌ରେ ପିଡୁଗୁରାଲା ଅଭିମୁଖେ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ହେବା ସହ ରକ୍ତସ୍ରାବ ବି ହେଉଥିଲା। ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ରାସ୍ତାରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କେହି ଯାତ୍ରୀ ତାଙ୍କୁ ସାହାଯ୍ୟ କରିବାକୁ ଆସି ନ ଥିଲେ।

Andhra Pradesh MLA faces casteist slurs for visting Ganesh pandal ... IBTimes India

ଏହି ସମୟରେ ଆନ୍ଧ୍ରପ୍ରଦେଶର ଶାସକ ଦଳର ବିଧାୟକ ଶ୍ରୀଦେବୀ ସେହି ରାସ୍ତାରେ ଯାଉଥିଲେ। ରାସ୍ତାରେ ଯୁବକଙ୍କୁ ଆହତ ଅବସ୍ଥାରେ ପଡ଼ି ରହିଥିବା ଦେଖି ବିଧାୟକ ତୁରନ୍ତ ନିଜ ଗାଡ଼ିକୁ ଅଟକାଇ ଦେବା ସହ ପୁଲିସକୁ ସୂଚନା ଦେଇଥିଲେ। ସଙ୍ଗେସଙ୍ଗେ ସେହି ବ୍ୟକ୍ତିଙ୍କ ସାହାଯ୍ୟ କରିବା ସହିତ କ୍ଷତ ସ୍ଥାନରେ ଔଷଧ ଲଗାଇ ପଟି ବାନ୍ଧିଥିଲେ ବିଧାୟକ।

ପ୍ରାଥମିକ ଚିକିତ୍ସା ପରେ ପୁଲିସ ଟିମ୍‌ ଉକ୍ତ ଆହତ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ  ଆଣିଥିଲା। ବିଧାୟକ ଶ୍ରୀଦେବୀଙ୍କ କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe