ଯନ୍ତ୍ରଣା ହେବାରୁ ଯାଇଥିଲେ ହସ୍ପିଟାଲ, ପେଟରୁ ବାହାରିଲା ୧୮୭ଟି କଏନ

Advertisment
ଯନ୍ତ୍ରଣା ହେବାରୁ ଯାଇଥିଲେ ହସ୍ପିଟାଲ, ପେଟରୁ ବାହାରିଲା ୧୮୭ଟି କଏନ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ଗୋଟିଏ କି ଦୁଇଟି ନୁହେଁ ୧.୨ କିଲୋଗ୍ରାମର ୧୮୭ଟି କଏନ ବାହାରିଛି।

ତେବେ ଏହି ଘଟଣା ସେତେବେଳେ ଯାଇ ସାମ୍ନାକୁ ଆସିଲା ଯେତେବେଳ ୫୮ବର୍ଷ ବୟସ୍କଙ୍କ ପେଟରେ ଯନ୍ତ୍ରଣା ହେଲା, ଆଉ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କ ପେଟର ଅଲଟ୍ରା ସାଉଣ୍ଡ କରିଥିଲେ। ଏହାପରେ ତାଙ୍କ ପେଟରେ ବହୁଗୁଡ଼ିଏ କଏନ ଥିବା ଜଣାପଡ଼ିଥିଲା। ତେଣୁ ଡାକ୍ତର ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରିବାରଲୋକଙ୍କୁ କହିଥିଲେ। ପରିବାର ଲୋକ ବି ଯଥାଶୀଘ୍ର ଅସ୍ତ୍ରୋପଚରା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।

ଅସ୍ତ୍ରୋପଚରା ପରେ ତାଙ୍କ ପେଟରୁ ଟଙ୍କିକିଆ, ଦୁଇ ଟଙ୍କିଆ ଏବଂ ପାଞ୍ଚ ଟଙ୍କିଆ କଏନ ଗୋଟିଏ କି ଦୁଇଟି ନୁହେଁମୋଟ ୧୮୭ ଟଙ୍କାର କଏନ ବାହାରିଥିଲା।

କୁହାଯାଉଛି କି, ନଭେମ୍ବର ୨୬ରେ ଦୟମପ୍ପା ହରିଜନଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରାୟଚୁର ଜିଲାର ଲିଙ୍ଗସୁଗୁର ସହରର ବାସିନ୍ଦା ଥିବା ଜଣାପଡ଼ଛି।
ଡାକ୍ତରଙ୍କ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସିଜୋଫ୍ରୋର୍ନିଆରେ ଆକ୍ରାନ୍ତ। ତାଙ୍କର କଏନ ଗିଳିବା ଅଭ୍ୟାସ ରହିଛି। ସେ ୫୬ ଟି ପାଞ୍ଚ ଟଙ୍କିଆ, ୫୧ ଟି ଦୁଇ ଟଙ୍କିଆ ଏବଂ ୮୦ ଟି ଏକ ଟଙ୍କିଆ କଏନ ଗିଳିଥିଲେ। ଏସବୁକୁ ଅସ୍ତ୍ରୋପଚରା କରି ବାହାର କରାଯାଇଛି। ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe