ରୋଗୀଙ୍କ ବାମ କିଡନିରୁ ଡାକ୍ତର ବାହାର କଲେ ୮୫୬ଟି ଷ୍ଟୋନ୍‌

Advertisment
ରୋଗୀଙ୍କ ବାମ କିଡନିରୁ ଡାକ୍ତର ବାହାର କଲେ ୮୫୬ଟି ଷ୍ଟୋନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ରୋଗୀଙ୍କ ବାମ କିଡନିରୁ ଡାକ୍ତର ୮୫୬ଟି ଷ୍ଟୋନ୍‌ ବାହାର କରିଥିବା ନେଇ ମଙ୍ଗଳବାର ଖବର ପ୍ରକାଶ ପାଇଛି।

publive-image

ସୂଚନାଯୋଗ୍ୟ, ଦିଲ୍ଲୀର ଫୋର୍ଟିସ୍‌ ହସ୍‌ପିଟାଲକୁ ୪୫ବର୍ଷୀୟ ମନୋଜ କୁମାର ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ଚିକିତ୍ସା କରୁଥିବା ଫୋର୍ଟିସ୍‌ ହସ୍‌ପିଟାଲର ସାଲିମାର୍‌ ବାଗର ୟୁରୋଲଜିଷ୍ଟ ଡାକ୍ତର ରଜିନ୍ଦର ଯାଦବ କହନ୍ତି, ରୋଗୀଙ୍କ ପ୍ରଥମରୁ ବାମ କିଡନିରେ ଷ୍ଟୋନ୍‌ ଥିଲା। ୨୦୦୭ରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅପରେସନ୍‌ର ଦୁଇଦିନ ପରେ ମନୋଜଙ୍କ ୟୁରିନ୍‌ରେ ରକ୍ତ ପଡ଼ିବା ନେଇ ଅସୁବିଧା କହିଥିଲେ। ଏହାପରେ ତାଙ୍କୁ ଅଲଟ୍ରାସାଉଣ୍ଡ ପାଇଁ କୁହାଯାଇଥିଲା। ଅଲଟ୍ରାସାଉଣ୍ଡରୁ ଜଣାପଡ଼ିଲା ତାଙ୍କର ୨ଦୁଇଟି ଷ୍ଟୋନ୍‌ ଅଛି । ଯାହାର ଆକାର ପାଖାପାଖି ୩୩ମିଲିମିଟର ହେବ। ଏହାପରେ ଡାକ୍ତର ଯେତେବେଳେ ମନୋଜଙ୍କ ସର୍ଜରି କରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇଘଣ୍ଟା କାଳ ଅପରେସନ୍‌ ପରେ ମନୋଜଙ୍କ ବାମ କିଡନି ଓ ୟୁରିନାରି ଟ୍ରାକ୍ଟରୁ ୮୫୬ଟି ଷ୍ଟେନ୍‌ ବାହାରିଥିଲା। ସଫଳ ଅପରେସନ୍‌ ପରେ ମନୋଜଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe