www.indiatoday.in
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଆପଣ ପୂର୍ବରୁ ଅନେକ ଭାଇରାଲ୍ ଭିଡିଓ ଦେଖି ଆନନ୍ଦିତ ହୋଇଥିବେ। ନିକଟରେ ଏକ କୁକୁରର ଭିଡିଓ ଟ୍ବିଟର୍ରେ ଭାଇରାଲ୍ ହୋଇଛି। ଭିଡିଓରେ କ୍ୟାପ୍ସନ ଦିଆଯାଇଛି ‘ଟ୍ରିଟ୍(ଖାଦ୍ୟ) ପାଇବା ପରେ ଉତ୍ସବ ମନାଉଛି କୁକୁର।’
ସୋମବାର ଅନଲାଇନରେ ଉପଲବ୍ଧ ହୋଇଥିବା ୨୭ ସେକେଣ୍ଡ୍ର ଏହି ଭିଡିଓରେ ଦେଖିବାକୁ ମିଳିଥିବା କୁକୁରଟି ବେଶ୍ କୌତୂକିଆ ହୋଇଛି। କୁକୁରଟିର ମାଲିକ ତା ସମ୍ମୁଖରେ କ୍ରୋଏସାଣ୍ଟର ଏକ ଖଣ୍ଡ ଧରିଥିଲେ। କୁକୁରଟି ବିକଳ ହୋଇ ଅନାଇବାରୁ ସେ ସେହି ଖଣ୍ଡଟିକୁ ତା’ ପାଟିରେ ଦେଇ ଦେଲେ। ତାପରେ କୁକୁରଟିର ଖୁସି କହିଲେ ନସରେ। ସେ ସେହି ଖଣ୍ଡଟିକୁ ଧରି ଭୂଇଁରେ ପକାଇବା ପରେ ନାଚି ନାଚି ମାଟି ଦୁଲୁକାଇ ପକାଇଲା।
ଭିଡିଓଟି ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ମାତ୍ର ୬ ଘଣ୍ଟାରେ ୩୭ ହଜାରରରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଭିଡିଓଟିକୁ ୩ ହଜାରରୁ ଊର୍ଧ୍ବ ଲାଇକ ମିଳି ସାରିଲାଣି।
ଏହି ଭିଡିଓରେ ଅନେକ ଟ୍ବିଟରିୟାନ୍ ସେମାନଙ୍କ ମୂଲ୍ୟବାନ କମେଣ୍ଟ୍ ଲେଖିଛନ୍ତି। ଜଣେ ଟ୍ବିଟର୍ ବ୍ୟବହାରକାରୀ ଲେଖିଛନ୍ତି, "ମୁଁ ବହୁତ କୁକୁର ଦେଖିଛି, କିନ୍ତୁ ଏହା ଏକ ଅନନ୍ୟ, ସୁନ୍ଦର ଏବଂ ବିଶେଷ କୁକୁର।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋ କୁକୁର ମଧ୍ୟ ଏପରି କରେ। ବିଶେଷ କରି ମୁଁ ଯେତେବେଳେ ତାକୁ କାକୁଡ଼ି ଦିଏ ସେ ଏପରି କରିଥାଏ।’
Follow Us