www.indiatoday.in
ନୂଆଦିଲ୍ଲୀ: ପୂର୍ବରୁ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ନିକଟରେ ଭାଇରାଲ୍ ହୋଇଥିବା ଭିଡିଓକୁ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏକ କୁକୁରର ଭୂରି ଭୂରି ପ୍ରଶଂସା କରିଛନ୍ତି।
ଭିଡିଓରେ କୁକୁରଟି ତା’ଗୋଡ଼ରେ ମାଟିକୁ ଖୋଳି ଖୋଳି ପାଣିକୁ ବୁହାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କୁକୁରଟି ତା’ ଗୋଡ଼ରେ ମାଟି ଖୋଳି ଖୋଳି ଅନେକ ବାଟ ପର୍ଯ୍ୟନ୍ତ ପାଣିକୁ ନେଇ ଯାଉଥିବାର ଦୃଶ୍ୟମାନ ହୋଇଛି।
ଏହି ଭିଡିଓଟିକୁ ଲୋକେ ୪୦୦ ମିଟର ଦୀର୍ଘ କାର୍ଗୋ ଜାହାଜ ଅବରୋଧ କରିଥିବା ମିିଶରର ସୁଏଜ୍ କେନାଲର ପରିସ୍ଥିତି ସହ ତୁଳନା କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କୁକୁରଟିର କାର୍ଯ୍ୟକୁ ବ୍ୟବହାରକାରୀମାନେ ଦେଖିବା ପରେ ଉପଭୋଗ କରିବାରେ ଲାଗିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏହି କୁକୁରଟିକୁ ସୁଏଜ୍ କେନାଲ୍କୁ ନେଇଯିବା ଉଚିତ। ସେ ସବୁ ସମସ୍ୟାର ସମାଧାନ କରିଦେବ। ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ସୁଏଜ୍ କେନାଲରେ ଅଟକି ରହିଥିବା ଜାହାକୁ ହଟାଇବାରେ ଏହି କୁକୁରଟି ନିଶ୍ଚୟ ସାହାଯ୍ୟ କରିବ।
ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସେ କାହିଁକି ଏପରି କରୁଛି ଜାଣିନାହିଁ। ମାତ୍ର ସେ ଯାହା ବି କରୁଛି ଦେଖିବାକୁ ଭାରି ମଜା ଲାଗୁଛି।’
Follow Us