ଏଠାରେ ଡାକ୍ତର ନୁହନ୍ତି , କୁକୁର କରୁଛି ଚିକିତ୍ସା

Advertisment
ଏଠାରେ ଡାକ୍ତର ନୁହନ୍ତି , କୁକୁର କରୁଛି ଚିକିତ୍ସା

ଏଠି ସବୁ କିଛି ସମ୍ଭବ। ଡାକ୍ତର ମଣିଷ ଓ ପଶୁମାନଙ୍କର ଚିକିତ୍ସା କରୁଥିବାର ଦେଖିଥିବେ। କିନ୍ତୁ ଏହି ବିଶ୍ୱରେ ଏମିତି ଏକ ହସ୍ପିଟାଲ ଅଛି,ଯେଉଁଠି କୌଣସି ମଣିଷ ଚିକିତ୍ସା କରନ୍ତି ନାହିଁ,ବରଂ ଗୋଟିଏ କୁକୁର ଦ୍ୱାରା ଚିକିତ୍ସା କରାଯାଏ।
ସମସ୍ତଙ୍କୁ ଜଣା ଯେ କୁକୁରର ପ୍ରବଳ ଘ୍ରାଣ ଶକ୍ତି ରହିଛି,ଯାହା ମଣିଷ ଠାରେ କମ୍‌ । ଏହି କାରଣରୁ ଏହି ହସ୍ପିଟାଲରେ କୁକୁର ନିଜ ନାକ ମାଧ୍ୟମରେ ରୋଗୀର ରୋଗ ସଂପର୍କରେ ଜାଣିପାରେ। ଏହି ହସ୍ପିଟାଲ ସଂପର୍କରେ ବ୍ରିଟେନ୍‌ ସ୍ଥିତ ଗବେଷକମାନେ କହିଛନ୍ତି ଯେ ଏଠାରେ ଦୁଇଟି ପ୍ରଶିକ୍ଷିତ କୁକୁର ଅଛନ୍ତି। ସେମାନଙ୍କ ଭିତରୁ ଜଣକ ନାଆଁ ହେଲା ଲ୍ୟାକସି ଓ ଆରଜଣକ ନାଆଁ ହେଲା ସୈଲୀ। ଥରେ ସେ ଦୁହେଁ ଓ ପଶ୍ଚିମ ଆଫ୍ରିକାରେ ଗୋମ୍ବିୟା ରୋଗରେ ସଂକ୍ରମିତ ଶିଶୁମାନଙ୍କର ମୋଜାରେ ମାଲେରିଆର ବାସ୍ନା ଶୁଂଘି ପାରିଥିଲେ। ତା’ପରେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇଥିଲେ ଦୁଇ କୁକୁର। ଏହି ଦୁଇ କୁକୁର ଏବେ ମଧୁମେହ ଓ କର୍କଟ ଆଦି ରୋଗ ମଧ୍ୟ ଚିହ୍ନି ପାରୁଛନ୍ତି।

ହେମଲେରିୟା ନାମକ ଏକ ଭୟାନକ ରୋଗକୁୁ ଡାକ୍ତରମାନେ ଚିହ୍ନିପାରୁନଥିବା ବେଳେ ଏ ଦୁଇ କୁକୁର ଜାଣି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe