Times Now
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ସବୁ ପୋଷ୍ଟ ହୋଇଥାଏ ଯାହାକୁ ଦେଖି ଆପଣ ବି ହସିହସି ବେଦମ ହୋଇଯିବେ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ସାମ୍ବାଦିକାଙ୍କୁ ଲାଇଭ ରିପୋର୍ଟିଂ କରୁଥିବା ବେଳେ ଏକ କୁକୁର ପଛରେ ଗୋଡ଼ାଉ ଥିବା ଦେଖିବାକୁ ମିଳିଛି। କାରଣ ସେ କୁକୁରଟି ଉକ୍ତ ସାମ୍ବାଦିକାଙ୍କ ହାତରୁ ମାଇକ୍ରୋଫୋନ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଏଭଳି ଏକ ମଜାଦାର ଘଟଣା ରୁଷରୁ ସାମ୍ନାକୁ ଆସିଛି। ଏହାକୁ ଜଣେ ସାମ୍ବାଦିକ ତାଙ୍କ ଟୁଇଟରେ ସେୟାର କରିଛନ୍ତି। କୁହାଯାଉଛି କି ଋଷର ମାସ୍କୋ ସହରରେ ଜଣେ ମହିଳା ସାମ୍ବାଦିକା ଏକ ସ୍ଥାନରେ ଛିଡ଼ା ହୋଇ ଲାଇଭ ରିପୋର୍ଟିଂ କରୁଥିଲେ। ସେହି ସମୟରେ ତାଙ୍କ ଉପରକୁ ଏକ କୁକୁର ଝାମ୍ପ ମାରିଥିଲା। ଦେଖୁଦେଖୁ କୁକୁରଟି ଲାଇଭ ରିପୋର୍ଟ କରୁଥିବା ଉକ୍ତ ସାମ୍ବାଦିକାଙ୍କ ଠାରୁ ମାଇକ୍ରୋଫୋନ ଛଡେଇ ନେଇ ଦୌଡ଼ି ଚାଲି ଯାଇଥିଲା। ସାମ୍ବାଦିକା ଜଣକ ମାଇକ ପାଇଁ ଉକ୍ତ କୁକୁର ପଛରେ ଧାଇଁ ଚା୍ଲିଥିଲେ।
ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏମଏନପି ୨୪ ନାମକ ଚାନେଲର ବୋଲି କୁହାଯାଉଛି। କୁକୁରର ଏଭଳି କାରନାମା ଦେଖି ଲୋକେ ହସିହସି ବେଦମ ହୋଇଯାଉଛନ୍ତି।
Follow Us