ପକ୍ଷୀଙ୍କୁ ସ୍ନେହ କରୁଛି କୁକୁର!

Advertisment
ପକ୍ଷୀଙ୍କୁ ସ୍ନେହ କରୁଛି କୁକୁର!

ବେଳେ ବେଳେ ବାତ୍ସଲ୍ୟ ମମତା ପାଖରେ କିପରି ହିଂସ୍ରତା ହାର୍‌ ମାନିଥାଏ ତାହାର ଅନେକ ନଜିର ରହିଛି। ସିଂହଟିଏ କିପରି ତାହାର ଭୋଜ୍ୟ ଶିକାର ଭାବେ ବିବେଚିତ ମୃଗ ଶାବକକୁ ଅନ୍ୟମାନଙ୍କ କବଳରୁ ବଞ୍ଚାଉଛି, ତାହାର ଜୀବନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପୂର୍ବରୁ ପ୍ରସାରିତ ହୋଇ ଦର୍ଶକଙ୍କ ମନରେ ଖୁବ୍‌ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ସାମାଜିକ ଗଣମାଧ୍ୟମରେ ଏକ କୁକୁରଛୁଆ କିପରି ପଲେ ବତକ ଛୁଆଙ୍କୁ ସ୍ନେହଶ୍ରଦ୍ଧା ବାଣ୍ଟି ସେମାନଙ୍କୁ ପାଖରେ ରଖି ଖେଳକୁଦରେ ମୁଗ୍‌ଧ କରାଉଛି, ତାହାର ଭିଡିଓ ଦେଖଣାହାରୀଙ୍କ ହୃଦୟକୁ ଗଭୀର ଭାବରେ ପ୍ରଭାବିତ କରିଛି। ଏହି ଭିଡିଓରେ ଏକ କୁକୁରଛୁଆ ପଛରେ ପଲେ ବତକଛୁଆ ଚାଲୁଥିବା ଦେଖାଯାଇଛି। ଏହାପରେ କୁକୁରଛୁଆଟି ବତକଛୁଆଙ୍କୁ ଖୁସି କରିବା ଲାଗି ଏକ ସୁରକ୍ଷିତ ସ୍ଥାନରେ ଆରାମରେ ଶୋଇଯାଉଛି। ବତକଛୁଆଗୁଡ଼ିକ ତାହା ଉପରେ ଚଢ଼ି ଖେଳୁଥିବା ବେଳେ କୁକୁରଛୁଆଟି ଆଦୌ ବିରକ୍ତ ନହୋଇ ସେମିତି ତୁଷ୍ଟ ଚାହାଣିରେ ସେମାନଙ୍କୁ ଅବଲୋକନ କରୁଛି। ଏପରିକି ପକ୍ଷୀ ଶାବକଗୁଡ଼ିକ କୁକୁରଟିର ମୁଣ୍ଡ ଉପରେ ଚଢ଼ିଲେ ବି ସେ ଅବିଚଳ ହୋଇ ସେମାନଙ୍କୁ ଆପ୍ୟାୟିତ କରିବାରେ ଲାଗିଛି। ସାଧାରଣତଃ କୁକୁର ପକ୍ଷୀଙ୍କ ପ୍ରତି ହିଂସ୍ରତା ପ୍ରଦର୍ଶନ କରିଥାଏ। ତେବେ ଏହି ଦୃଶ୍ୟ ଅନେକଙ୍କର ଧାରଣାକୁ ବଦଳାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe