www.indiatoday.in
ଭାଇରାଲ୍ ଭିଡିଓ: ଆପଣ ଜାଣନ୍ତି ଯେ କୁକୁରକୁ ପୋଷ୍ୟ ଭାବେ ପାଳିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହି ପୋଷା କୁକୁର ଯଦି କୌଣସି ବି କାରଣରୁ ତା’ ମାଲିକଠାରୁ ଅଲଗା ହୋଇଯାଏ ତାହାଲେ କିପରି ପ୍ରତିକ୍ରିୟା ଥିବ! ଆପଣ ସେପରି ଦୃଶ୍ୟ କେବେ ଦେଖିଛନ୍ତି କି? ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ୫ ବର୍ଷ ଧରି ଅଲଗା ହୋଇଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଗୁଡ୍ନିଉଜ୍ ମୁଭ୍ମେଣ୍ଟ୍ର ଟ୍ବିଟର୍ ପେଜ୍ରେ ଏହି ଭିଡିଓଟି ସେୟାର ହୋଇଛି। ଭିଡିଓରେ କୁକୁରର ମାଲିକାଣୀଙ୍କ ଭାବପ୍ରବଣତାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ମହିଳା ଜଣକ ଦୀର୍ଘ ୫ ବର୍ଷ ପରେ ନିଜର ପୋଷା କୁକୁରକୁ ଦେଖିବା ପରେ ଖୁସିରେ ଆତ୍ମବିଭୋର ହୋଇ ତାଙ୍କୁ ଜୋର୍ଜବରଦସ୍ତ କୁଣ୍ଢାଇ ଧରୁଛନ୍ତି।
ଭିଡିଓଟିର ଏବେ ସୁଦ୍ଧା ୫ ଲକ୍ଷ ଭିୟୁ ହୋଇ ସାରିଲାଣି। କୁକୁରଟିକୁ ୫ ବର୍ଷ ତଳେ କେହି ଜଣେ ଚୋରି କରି ନେଇ ଯାଇଥିଲେ। ପରିବାର ଲୋକ ନିଜ କୁକୁରକୁ ପୁଣି ଥରେ ଫେରି ପାଇବାର ସମସ୍ତ ଆଶା ଛାଡ଼ି ଦେଇଥିଲେ। ମାତ୍ର ଯେତେବେଳେ ୫ ବର୍ଷ ପରେ ପୁଣି ଥରେ କୁକୁରଟି ସାମ୍ନାକୁ ଆସିଗଲା ମାଲିକାଣୀ ଜଣକ ଆଉ ନିଜ ଭାବପ୍ରବଣତାକୁ ଅଟକାଇ ରଖିପାରିଲେ ନାହିଁ।
Follow Us